ଭୁବନେଶ୍ୱର: ସମ୍ଭ୍ରାନ୍ତ ମହିଳାମାନେ ବ୍ୟବହାର କରୁଥିବା ଦାମୀ ଅତର ଲଗାଇବାକୁ ଚାହୁଁଛନ୍ତି ହେଲେ ଏତେ ପଇସା ନାହିଁ। ବ୍ୟସ୍ତ ହୁଅନ୍ତୁ ନାହିଁ ସେହି ଅତରର ବାସ୍ନା ଏବେ ଆପଣ କମ ଦାମରେ ପାଇ ପାରିବେ।
ବିଳାସୀ ଅତର ବ୍ଲେଉ ଡି ଚାନେଲ ଏଉ ଡି ପାର୍ଫୁମ (Bleu de Chanel way de parfum(EDP) ର ୧୦୦ ମିଳିଲିଟର ବୋତଲର ଦାମ ୧୮,୦୦୦ ଟଙ୍କା। ଏହି ବାସ୍ନା ବର୍ତ୍ତମାନ ୯୯୯ ଟଙ୍କାରେ ମିଳିବ। ସେହିଭଳି କ୍ରୀଡ଼ ଏଭେନ୍ତୁସ (Creed Aventus (EDP) ର ଦାମ ୩୫,୦୦୦ ଟଙ୍କା। ଏହି ଭଳି ଅତର ମାତ୍ର ୧,୫୦୦ ଟଙ୍କାରେ ମିଳିଯିବ। ଏହି ବାସ୍ନାର ଅତର ବର୍ତମାନ ଜାରା କମ୍ପାନୀ ଭାଇବ୍ରାଣ୍ଟ ଲେଦର ନାମରେ ବଜାର ପ୍ରବେଶ କରିଛି।
ବିଶ୍ୱରେ ଅତର ବାସ୍ନା ଉପରେ କପି ରାଇଟ ବ୍ୟବସ୍ଥା ନାହିଁ। ସମ୍ଭବ ବି ନୁହେଁ। ଏଣୁ ପ୍ରସିଦ୍ଧ ଅତରର ବାସ୍ନାକୁ କପି କରିବା ଅପରାଧ ନୁହେଁ। ଅତରର ବ୍ରାଣ୍ଡ ନେମ କପି କରିହେବନି କିନ୍ତୁ ବାସ୍ନା କପି କରିବାରେ କୌଣସି ପ୍ରତିବନ୍ଧକ ନାହିଁ।
ଏଣୁ ସାଧାରଣ ମଧ୍ୟବିତ୍ତ ମହିଳାମନେ ବର୍ତ୍ତମାନ କମ ଦାମରେ ଏହି ଦାମୀ ବାସ୍ନାର ଅତର ବ୍ୟବହାର କରିପାରିବେ। ପାର୍ଟିରେ ବାନ୍ଧବୀମାନେ ଭାବିବେ ଆପଣ ଦାମୀ ସୌଖିନ ଅତର ବ୍ୟବହାର କରୁଛନ୍ତି।
ବିଶ୍ୱର ଦାମୀ ସୌଖିନ ଅତର ବଜାରର ଆକାର ୨୦୨୨ରେ ୧୧.୯ ବିଲୀୟନ ଡଲାର ଥିଲା। ଏହା ଆଗାମୀ ୨୦୨୮ ବେଳକୁ ୧୯.୫ ବିଲୀୟନ ଡଲାରରେ ପହଞ୍ଚିବ। ଏହା ୨୦୨୩ ରୁ ୨୦୨୮ ଭିତରେ ୬.୧୪ ପ୍ରତିଶତ CAGR ରେଟ ରେ ବୃଦ୍ଧି ପାଇବ।