ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ମୁଖ୍ୟାଲୟ ନଗପୁରରୁ ଦିଲ୍ଲୀ ଉଠିଯିବ।
ନୂଆଦିଲ୍ଲୀରେ ଆର ଏସ ଏସର ଏକ ପ୍ରକାଣ୍ଡ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ବର୍ତମାନ ଚାଲିଛି। ଦିଲ୍ଲୀର ଝାଣ୍ଡେଵାଲା ଏକ୍ସଟେନ୍ସନ ଅଞ୍ଚଳରେ ନୂତନ ମୁଖ୍ୟଳୟ କେଶବ କୁଞ୍ଜର ନିର୍ମାଣ କାର୍ଯ୍ୟ ଚାଲିଛି। ପ୍ରାୟ ଦୁଇରୁ ଅଢେଇ ଲକ୍ଷ ବର୍ଗଫୁଟ ପରିମିତ ଜମି ଉପରେ ୧୩ ରୁ ୧୬ ମହଲା ଦୁଇଟି ବିରାଟକାୟ ଟାୱାରରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିବ।
ଏହି ମୁଖ୍ୟାଳୟରେ ଆର ଏସ ଏସର ସମସ୍ତ ଛାମୁଆ ସଂଗଠନ ଭିଏଚପି, ଭାରତୀୟ କିଷାନ ସଂଘ ଆଦିର ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ରହିବ।
ଅବଶ୍ୟ ସଂଘର ଏହି ମୁଖ୍ୟ କାର୍ଯ୍ୟାଳୟ ବିଜେପିର ମୁଖ୍ୟ କାର୍ଯ୍ୟାଳୟଠାରୁ ବଡ ହେବ। ବିଶ୍ୱର ସବୁଠାରୁ ବଡ ଦଳୀୟ ମୁଖ୍ୟ କାର୍ଯ୍ୟାଳୟ ବିଜେପି ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ମାର୍ଗରେ ୧.୭ ଲକ୍ଷ ବର୍ଗଫୁଟ ଅଂଚଳରେ ପ୍ରତିଷ୍ଠା କରିଛି।
ଏକ ଶତାବ୍ଦୀରୁ ଉର୍ଦ୍ଧ ବର୍ଷଧରି ନାଗପୁରର ହେଗଡେବାର ଭବନରେ ଆର ଏସ ଏସର ମୁଖ୍ୟ କାର୍ଯ୍ୟାଳୟ କାର୍ଯ୍ୟ କରି ଆସୁଛି।