Nation

ବିଜେପି ରାଷ୍ଟ୍ରୀୟ ଅଧକ୍ଷ୍ୟ ପଦ ପାଇଁ ଖୋଜୁଛି ମହିଳା ଓବିସି ନେତ୍ରୀ

Published

on

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧକ୍ଷ୍ୟ ଜେ ପି ନଡ୍ଡାଙ୍କ ପରିବର୍ଦ୍ଧିତ କାର୍ଯ୍ୟକାଳ ଗତ ଜୁନ ମାସରୁ ସରିଗଲାଣି I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ଵରାଷ୍ଟ୍ର ମନ୍ତ୍ରୀ ଚାହୁଁ ଥିଲେ ସାଙ୍ଗଠନିକ ନିର୍ବାଚନ ପର୍ଯ୍ୟନ୍ତ ନଡ୍ଡାଙ୍କୁ କାର୍ଯ୍ୟକାରୀ ଅଧକ୍ଷ୍ୟ ପଦରେ ରଖିବା ପାଇଁ I ହେଲେ ଆର ଆର ଏସ ନଡ୍ଡାଙ୍କୁ ତୁରନ୍ତ ହଟାଇବାକୁ I

କେରଳର ପାଲକଡ଼ ଠାରେ ଚଳିତ ମାସ ଶେଷ ବେଳକୁ ହେବାକୁ ଥିବା ଆର ଆର ଏସ-ବିଜେପି ସମନ୍ୱୟ ବୈଠକ ପୂର୍ବରୁ ନୁଆ ଅଧକ୍ଷ୍ୟ ନିଯୁକ୍ତି ପାଇଁ ଆର ଆର ଏସ ଅଡ଼ି ବସିଛି I ଏହି ବୈଠକରେ ନଡ୍ଡାଙ୍କୁ ଦେଖିବାକୁ ଆର ଆର ଏସ ଚାହୁଁ ନାହିଁ I ଗତ ଲୋକସଭା ନିର୍ବାଚନ ବେଳେ ଏକ ସାକ୍ଷାତକାର ଦେଇ ନଡ୍ଡା କହିଥିଲେ ବିଜେପି ବର୍ତମାନ ସକ୍ଷମ ଏବଂ ଏହା ଆଉ ଆର ଏସ କାର୍ଯ୍ୟକର୍ତ୍ତାଙ୍କ ଉପରେ ନିର୍ଭରଶୀଳ ନୁହେଁ I

ଏ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାସ ଭବନ ରେ ମାନସ ମନ୍ଥନ ହୋଇଛି I ବୈଠକରେ ବିଜେପି ପକ୍ଷରୁ ରାଜନାଥଙ୍କ ବ୍ୟତୀତ ଶାହା, ନଡ୍ଡା ଓ ଆର ଆର ଏସ ପକ୍ଷରୁ ଦତ୍ତାତ୍ରୟ ହୋସବଲେ, ଅରୁଣ କୁମାର ଯୋଗ ଦେଇଥିଲେ I

ଆର ଆର ଏସ ପକ୍ଷରୁ ଜଣେ ଓବିସି ମହିଳାଙ୍କୁ ବିଜେପିର ରାଷ୍ଟ୍ରୀୟ ଅଧକ୍ଷ୍ୟ କରଯିବାକୁ ପ୍ରସ୍ତାବ ଦିଆ ଯାଇଥିବାର ସୂଚନା ମିଳିଛି I ମହାରାଷ୍ଟ, ହରିୟାନା, ଝାରଖଣ୍ଡ ରେ ବିଧାନସଭା ନିର୍ବାଚନ ଦୃଷ୍ଟିରୁ ମହିଳା ଓ ଓବିସି କାର୍ଡକୁ ଗୁରୁତ୍ୱ ଦିଆ ଯାଇଥିବା ପ୍ରକାଶ I

ମହିଳା ଓ ଆଦିବାସୀ ରାଷ୍ଟ୍ରପତି ପରେ ମହିଳା ଓବିସି କାର୍ଡକୁ ଆର ଆର ଏସ ଗୁରତ୍ୱ ଦେଉଥିବା ପ୍ରକାଶ I ବିରୋଧୀ ଦଳର ଜାତି ଜନ ଗଣନାକୁ ମହିଳା ଓ ବି ସି କାର୍ଡ ଜବାବ ଦେଇପାରିବ ବୋଲି ବିଜେପି ଦଳରେ ମଧ୍ୟ ଅନେକ ବିଶ୍ୱାସ କରୁଛନ୍ତି I

Leave a Reply

Your email address will not be published. Required fields are marked *

Trending

Exit mobile version