ଭୁବନେଶ୍ୱର : ସଞ୍ଜୟ କୁମାର ବିଶ୍ୱାଳଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦେଶକ ଭାବେ ନିଯୁକ୍ତି ଦିଆ ଯାଇଛି l
ଆଜି ପ୍ରକାଶିତ ଆଇ ଏ ଏସ ଅଧିକାରୀଙ୍କ ବଦଳି ତାଲିକାରେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ସଞ୍ଜୟ ବିଶ୍ୱାଳ ଙ୍କୁ ଏହି ନୂତନ ଦାୟିତ୍ୱ ମିଳିଛି l
ବୀରେନ୍ଦ୍ର କୋରକୋରାଙ୍କୁ ଗୃହ ବିଭାଗର, ଶ୍ରୀମତୀ ଆରାଧନା ଦାସ ଜଙ୍ଗଲ, ପରିବେଶ ବିଭାଗର ଓ ଶ୍ରୀମତୀ ଅଞ୍ଜନା ପଣ୍ଡା ଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ଅବସ୍ଥାପିତ କରା ଯାଇଛି l
ଶ୍ରୀମତୀ ଯୁଗଳେଶ୍ୱରୀ ଦାସଙ୍କୁ ମାଧ୍ୟମିକ ଶିକ୍ଷା ବୋର୍ଡ ର ନିର୍ଦେଶକ, ଶ୍ରୀମତୀ ଅର୍ଚ୍ଚନା ଦାସ ପଟନାୟକଙ୍କୁ ଆୟୁଷ ର ନିର୍ଦେଶକ ଭାବେ ବଦଳି କରା ଯାଇଛି l