Connect with us

ଭୁବନେଶ୍ୱର: ଓଡିଶା ଶକ୍ତି ପୂଜାର ପ୍ରାଚୀନ ପୀଠ। ଝଙ୍କଡ ପୀଠ ତନ୍ମଧ୍ୟରୁ ଅନ୍ୟତମ ପ୍ରସିଦ୍ଧ ମାତୃ ଉପାସନା ପୀଠ । ଝଙ୍କଡବାସିନୀ ମା ସାରଳାଙ୍କ ଆଶୀର୍ବାଦରୁ ସାରଳା ଦାସ ସିଦ୍ଧି ଲାଭ କରିଥିଲେ, ଆଦିକବି ହୋଇଥିଲେ। ଅଷ୍ଟମ ଶତାଦ୍ଦୀରେ ଭୌମକର ବଂଶର ରାଜା ମାନଙ୍କ ଦ୍ବାରା ନିର୍ମିତ ସାରଳା ମନ୍ଦିର ସବୁବେଳେ ଭକ୍ତମାନଙ୍କ ଆକର୍ଷଣର କେନ୍ଦ୍ର ହୋଇ ରହିଛି । ମାଙ୍କ ଆଶୀର୍ବାଦ ପାଇଁ ଏଠାରେ ସବୁବେଳେ ଭକ୍ତମାନଙ୍କ ଭିଡ ଲାଗି ରହିଥାଏ।

ଝଙ୍କଡ ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ  ଭି.କେ. ପାଣ୍ଡିଆନ ନିକଟରେ ମା ସାରଳାଙ୍କ ପୀଠ ପରିଦର୍ଶନ କରି, ସେବାୟତ, ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ମାଙ୍କ ପୀଠର ଉନ୍ନତିକରଣ ସଂପର୍କରେ ବିଶଦ ଆଲୋଚନା କରିଥିଲେ ଏବଂ ସବୁ ଦିଗକୁ ଦୃଷ୍ଟିରେ ରଖି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ପୂର୍ତ୍ତ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ।

ତଦନୁଯାୟୀ ୫-ଟି ଉପକ୍ରମରେ ମନ୍ଦିରର ଉନ୍ନତିକରଣ କାମ ଆରମ୍ଭ କରିବା ପାଇଁ ଏହାକୁ Integraed Development of Heritage and Monuments and Tourists Destination ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।

ଆଜି ଭୁବନେଶ୍ବରରେ ଅନୁଷ୍ଠିତ ଏକ ବୈଠକରେ ଏହି ଯୋଜନା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପୂର୍ତ୍ତ ବିଭାଗ ସଂପର୍କରେ ଏକ ଉପସ୍ଥାପନା କରାଯାଇଥିଲା। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୪୨ କୋଟି ଟଙ୍କା ଖର୍ଚ୍ଚ ହେବ. ବର୍ଷକ ମଧ୍ୟରେ କାମ ସଂପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ.

ଏଥିରେ ମନ୍ଦିର ପରିସର ରେ ଥିବା ମନ୍ଦିର ମାନଙ୍କ ବିକାଶ ହେବ. ଏହା ସହିତ ପୁଷ୍କରଣୀର ବିକାଶ, ପୂର୍ବ ପଶ୍ଚିମ ଉତ୍ତର ଓ ଦକ୍ଷିଣ ଦ୍ବାର ନିର୍ମାଣ ସହ ଐତିହ୍ୟ ପାଚେରୀ ନିର୍ମାଣ କରଯିବ।

ଏତଦ୍‌ବ୍ୟତୀତ ମନ୍ଦିରର ରୋଷଘର, ଆନନ୍ଦ ବଜ଼ାର,ଗୋଦାମ ଘର, ଚନ୍ଦନ ପୋଖରୀର ବିକାଶ ଓ ଚଲାପଥ, ମୁଣ୍ଡନ ମଣ୍ଡପ, ନୂତନ ଦୋଳବେଦୀ ଓ ମହାବୀର ମନ୍ଦିରର ପୁନର୍ବିନ୍ୟାସ କରାଯିବ।

ଯାତ୍ରୀ ତଥା ସେବାୟତ ମାନଙ୍କ ସୁବିଧା ପାଇଁ ଭୋଗ, ଦୀପ ମଣ୍ଡପ, ଜୋତା ଷ୍ଟାଣ୍ଡ, ପୋଲିସ କଣ୍ଟ୍ରୋଲ ରୁମ୍‌, ମନ୍ଦିର କାର୍ଯ୍ୟାଳୟ ଆଦି ନିର୍ମାଣ କରାଯିବ। ଯାତ୍ରୀଙ୍କ ରହଣୀ ପାଇଁ ଥିବା ବ୍ୟବସ୍ଥାର ପୁନରୁଦ୍ଧାର କରାଯିବ। ଏତଦ୍‌ବ୍ୟତୀତ ବିଶ୍ରାମ କକ୍ଷ ଓ ଶୌଚାଳୟ ମଧ୍ୟ ନିର୍ମାଣ କରାଯିବ।

ମନ୍ଦିର ପାଖରେ ବିଭିନ୍ନ ଦୋକାନ ଖୋଲିଥିବା ବ୍ୟବସାୟୀ ମାନଙ୍କୁ ଶୃଙ୍ଖଳିତ ଭାବରେ ଥଇଥାନ କରାଯିବ। ବର୍ତ୍ତମାନର ସପିଂ କମ୍ପ୍ଲେକ୍‌ସର ପୁନର୍ବିନ୍ୟାସ କରାଯାଇ ୭୨ ଜଣ ବ୍ୟବସାୟୀଙ୍କୁ ଥଇଥାନ କରାଯିବ। ସେଠାରେ ଗାଡି ମଟର ପାର୍କିଂ ସହିତ ଶୌଚାଳୟର ସୁବିଧା ମଧ୍ୟ ରହିବ ।

ଝଙ୍କଡ ପୀଠ ସହିତ ଓଡିଆ ସାହିତ୍ୟର ଉନ୍ମେଷ ଜଡିତ । ମାଙ୍କ କୃପାରୁ ସାରଳା ଦାସ ସିଦ୍ଧି ଲାଭ କରି ଓଡିଆ ଭାଷାରେ ମହାଭାରତ ରଚନା କରିଥିଲେ। ଓଡିଆ ସାହିତ୍ୟରେ ନୂଆ ଯୁଗର ଆରମ୍ଭ କରିଥିଲେ। ଆଦିକବିଙ୍କ ସ୍ମୃତିରେ ନଣ୍ଡା ଦେଉଳ ବରଗଛ ନିକଟରେ ସାରଳା ଦାସଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତୀ ନିର୍ମାଣ କରିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଦ୍ଵିତୀୟ ପର୍ଯ୍ୟାୟ ରେ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା କୁ ମଧ୍ୟ ଚଉଡା କରାଯିବ ।

ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5ଟି ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଆଲୋଚନା ରେ ଭାଗ ନେଇଥିବା ସେବାୟତ ମାନେ . ବିଭିନ୍ନ ପୀଠର ଉନ୍ନତି ପାଇଁ ସରକାରଙ୍କ ପଦକ୍ଷେପ ର ଉଚ୍ଚ ପ୍ରଶଂସା କରିଥିଲେ ଓ ଏଥି ପାଇଁ ମୁଖ୍ୟମନ୍ତ୍ରୀ ଓ 5ଟି ସଚିବ ଙ୍କୁ ଧନ୍ୟବାଦ ଜଣାଇଥିଲେ।

ଉପସ୍ଥାପନା ରେ ମୁଖ୍ୟ ଶାସନ ସଚିବ  ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ , ଜଗତସିଂହପୁର ଜିଲ୍ଲା ପାଳ ଓ ସେବାୟତ ମାନେ ଯୋଗ ଦେଇଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

ସ୍ପେଶାଲ ରିପୋର୍ଟ

ବିଜୁବାବୁ ନେଇଗଲେ ବୌଦ କଲେଜର ଚାରି ଝିଅଙ୍କୁ

Published

on

ଭୁବନେଶ୍ୱର : ବିଜୁବାବୁ ନବେ ଦଶନ୍ଧିର ପ୍ରଥମ ଭାଗରେ ମୁଖ୍ୟମନ୍ତ୍ରୀ ଥିବାବେଳେ ବୌଦ ଯାଇଥିଲେ l ବୌଦକୁ ଏକ ନୂଆ ଜିଲ୍ଲାର ମାନ୍ୟତା ଦେଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଜିଲ୍ଲା ପକ୍ଷରୁ ଆୟୋଜନ କରା ଯାଇଥିଲା l

ସଭା ସରିବା ପରେ ବିଜୁବାବୁ ବ୍ୟସ୍ତ ହେଉଥିଲେ ବାହାରି ଯିବାକୁ l

ଭୋଜିଭାତର ଆୟୋଜନ ହୋଇଥିଲା l ବିଜୁବାବୁ ମାଂସ ସିଝି ନଥାଏ l ଏଣୁ ବିଳମ୍ବ ହେଉଥାଏ l ବିଜୁବାବୁ ବୌଦ କଲେଜର କିଛି ଝିଅମାନଙ୍କ ସହ ଥଟ୍ଟାମଜା ହେଉଥାନ୍ତି l ହଟାତ ଉଠିଲେ ଯିବାକୁ l ଦରସିଝା ମାଂସ ତରକାରୀ ଟିକେ ଖାଇଦେଇ ବାହାରିଲେ l ତାଙ୍କସଙ୍ଗେ କଥାବାର୍ତ୍ତା ହେଉଥିବା ଚାରିଜଣ ଝିଅଙ୍କୁ କହିଲେ ତୁମେ ଚାଲ ତୁମକୁ ହେଲିକାପଟରରେ ବୁଲାଇ ଆଣିବି l

ଜିଲ୍ଲା ସଭାପତି ଥାନ୍ତି ଆଡ଼ଭୋକେଟ ସଚ୍ଚିଦାନନ୍ଦ ଦଲାଲ l କହିଲେ ସାର ପିଲାମାନେ ଲୁଗାପଟା କିଛି ଆଣି ନାହାନ୍ତି l ବିଜୁବାବୁ କହିଲେ ତୁମେ ବ୍ୟସ୍ତ ହୁଅନି l ତୁମେ ବି ମୋ ସାଙ୍ଗରେ ଚାଲ l ସଚ୍ଚିବାବୁ ବାହାରିଲା ବେଳକୁ ହେଲିକାପଟରର ପଙ୍ଖା ବୁଲିବା ଆରମ୍ଭ କରି ଦେଲାଣି l ମୁଣ୍ଡ କଟି ଯିବା ଭୟରେ ସଚ୍ଚିବାବୁ ହେଲିକାପଟର ପାଖକୁ ଗଲେ ନାହିଁ l ବିଜୁବାବୁ ବୌଦ କଲେଜର ଚାରି ଝିଅଙ୍କୁ ଧରି ଆକାଶକୁ ଉଡି ଗଲେ l

ତା ଆରଦିନ ସଚ୍ଚିବାବୁଙ୍କୁ ଖବର ଦେଲେ ସେ ହେଲିକାପଟର ରେ କୁଡିଆରୀ ପଡିଆରେ ପହଂଚିବେ ସେଠାରୁ ଝିଅମାନଙ୍କୁ ନେଇ ଯିବାକୁ ବନ୍ଦୋବସ୍ତ କରିବାକୁ କହିଲେ l ସଚ୍ଚିବାବୁ ପୁଅ ସଂଜୀବକୁ ପଠାଇ ଝିଅମାନଙ୍କୁ ଆଣିଥିଲେ l

ବିଜୁବାବୁ ଝିଅମାନଙ୍କୁ ନେଇ ସୁନାବେଡା ଯାଇଥିଲେ l ସେଠାରେ ଝିଅମାନଙ୍କ ଯତ୍ନ ନେବାକୁ ସିଡିପିଓଙ୍କୁ ଡାକି ଦାଇତ୍ୱ ଦେଇଥିଲେ l ପିଲାଙ୍କୁ ସୁନାବେଡା ଏରୋନୋଟିକ୍ସ କାରଖାନା ଦେଖାଇଥିଲେ l ସିଡିପିଓ ସାଙ୍ଗରେ ଝିଅମାନଙ୍କୁ ପଠାଇ ସେମାନଙ୍କର ମାନପସନ୍ଦର ଲୁଗାପଟା କିଣଇ ଦେଇଥିଲେ l

 

Continue Reading

ସ୍ପେଶାଲ ରିପୋର୍ଟ

ଓଡିଶାରେ 20 ମାସର ମୋହନ ସରକାରଙ୍କ ରିପୋର୍ଟ କାର୍ଡ

Published

on

ଭୁବନେଶ୍ୱର : ଓଡିଶାରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଆସିବାର ୨୦ ମାସରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୯% ହାସଲ କରିଥିବା ବେଳେ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ କରି ୧୦୯ ଟି ପ୍ରକଳ୍ପରେ ୧.୭୬ ଲକ୍ଷ ନିଯୁକ୍ତିର ସମ୍ଭାବନା ସୃଷ୍ଟି କରିଛି। ରାଜ୍ୟ ବଜେଟ ପ୍ରଥମ ଥର ପାଇଁ ୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି “ବିକାଶ ମନ୍ଥନ 1.0: ଗଭର୍ଣ୍ଣାସ ଇନ ଆକ୍ସନ” କାର୍ଯ୍ୟକ୍ରମର ଉଦ୍‌ଯାପନୀରେ ଉଦ୍‌ବୋଧନ ଦେଇ ତାଙ୍କ ସରକାରର ଉପଲବ୍ଧି ସମ୍ପର୍କରେ କହିଥିଲେ ।

 ସେ କହିଥିଲେ ଚଳିତ ବର୍ଷ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିଛି, ଯାହା ଜାତୀୟ ହାରଠାରୁ ଅଧିକ। ଗତ ୨୦ ମାସରେ ରାଜ୍ୟକୁ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକର୍ଷଣ କରାଯାଇଛି। ୨ ଲକ୍ଷ ୪୦ ହଜାର କୋଟି ଟଙ୍କାର ୧୦୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସହ ଉଦ୍‌ଘାଟନ ହୋଇଥିବା ବେଳେ ପ୍ରାୟ ୧ ଲକ୍ଷ ୭୬ ହଜାର ନିଯୁକ୍ତି ସୃଷ୍ଟି ହୋଇଛି।

ସେ କହିଥିଲେ ଯେ Ease of Doing Business କ୍ଷେତ୍ରରେ ଓଡ଼ିଶା ଜାତୀୟ ସ୍ତରରେ ସ୍ୱୀକୃତି ପାଇଛି। ଇଲେକ୍ଟ୍ରୋନିକ୍ସ, କୃତ୍ତିମ ବୁଦ୍ଧିମତ୍ତା, Global Capability Centers ଓ ସେମିକଣ୍ଡକ୍ଟର କ୍ଷେତ୍ରରେ ନୂତନ ନୀତି ପ୍ରସ୍ତୁତ କରାଯାଇଛି। ଓଡ଼ିଶାକୁ ଏକ ଡିଜିଟାଲ ଓ ଶିଳ୍ପ ଶକ୍ତିକେନ୍ଦ୍ରରେ ପରିଣତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ।

ସେ କହିଥିଲେ ଯେ, ରାଜ୍ୟର ବଜେଟ ପ୍ରଥମଥର ପାଇଁ ୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବାକୁ ଯାଉଛି। ଭିତ୍ତିଭୂମି ଉନ୍ନତି ପାଇଁ ଚଳିତ ବଜେଟରେ ୭୨ ହଜାର ୧୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି, ଯାହା GSDP ର ୬.୫ ପ୍ରତିଶତ। ବଡ଼ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ଋଣ ହାର ସବୁଠାରୁ କମ୍ ରହିଥିବା ବେଳେ ଏହା ୧୩.୬ ପ୍ରତିଶତ ରହିଛି, ଯାହା FRBM ସୀମାଠାରୁ ଯଥେଷ୍ଟ କମ୍।

ସେ ଆହୁରି କହିଥିଲେ ଯେ ‘ସୁଭଦ୍ରା’ ଯୋଜନାରେ ଏକ କୋଟିରୁ ଅଧିକ ମହିଳା ଆର୍ଥିକ ସ୍ୱାଧୀନତା ହାସଲ କରିଥିବା ବେଳେ ପ୍ରାୟ ୧୭ ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇପାରିଛନ୍ତି। ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ ଫଳରେ ଚାଷୀମାନଙ୍କର ଭରସା ବଢ଼ିଛି। ୨୦୨୪–୨୫ ମସିହାରେ ରେକର୍ଡ ୯୨.୬୩ ଲକ୍ଷ ମେଟ୍ରିକ ଟନ୍ ଧାନ କିଣାଯାଇଥିବା ବେଳେ ୨୮,୭୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଶିକ୍ଷା କ୍ଷେତ୍ରରେ ୪୫ ହଜାର ଶିଶୁବାଟିକା ଖୋଲାଯାଇଥିବା ବେଳେ ୨୦ ହଜାରରୁ ଅଧିକ ଶିକ୍ଷକ ପଦବୀ ପୂରଣ କରାଯାଇଛି। ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୨ ହଜାର କୋଟି ଟଙ୍କା ବ୍ୟୟରେ ୨୨୦୦ଟି ବିଦ୍ୟାଳୟ ସ୍ଥାପନ କରାଯାଉଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ୨୦୨୬–୨୭ ବର୍ଷ ପାଇଁ ୨୩ ହଜାର ୧୮୨ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଆୟୁଷ୍ମାନ ଭାରତ–ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୧.୦୩ କୋଟି ପରିବାରର ୩.୪୭ କୋଟି ଲୋକ ଉପକୃତ ହେଉଛନ୍ତି।

ସେ ଉଲ୍ଲେଖ କରିଥିଲେ ଯେ ରାଜ୍ୟର ସମସ୍ତ ଗ୍ରାମକୁ ୨୦୨୭ ମାର୍ଚ୍ଚ ସୁଦ୍ଧା ପାଇପ ପାଣି ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ ଇକୋନୋମିକ ରିଜିଅନ (BCPPER) ର ଅର୍ଥନୀତିକୁ ୨୦୪୭ ସୁଦ୍ଧା ୫୦୦ ବିଲିଅନ ଡଲାର କରିବା ପାଇଁ ଲକ୍ଷ୍ୟ ରହିଛି।

ସାଂସ୍କୃତିକ କ୍ଷେତ୍ରରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ କର୍ପସ ପାଣ୍ଠି ଗଠନ, ଐତିହ୍ୟ ଗ୍ରାମ ସୁରକ୍ଷା ଓ ବାଲିଯାତ୍ରାକୁ ବିଶ୍ୱସ୍ତରରେ ପ୍ରଚାର କରାଯାଉଛି। ୪୮ ବର୍ଷ ପରେ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ।

ଏହି ଦୁଇଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀରେ ୫୦୦ରୁ ଅଧିକ ନୀତି ନିର୍ଦ୍ଧାରକ, ଅଧିକାରୀ ଓ ବିଶେଷଜ୍ଞ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ ଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

ଏଭଳି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବାରୁ ଏହାର ସହଆୟୋଜକ Odisha Centre for Integrated Development (OCID) ର ଉଚ୍ଚ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ।

ଓସିଆଇଡି ସଂଗଠନ ସଚିବ ରାଣା ପୃଥ୍ୱୀରାଜ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

Continue Reading

ସ୍ପେଶାଲ ରିପୋର୍ଟ

ଏବେ ସ୍ମାର୍ଟ ଅନ୍ତଃବାସ ଖୋଲିବ ଗୁମର…

Published

on

ଭୁବନେଶ୍ୱର : ସ୍ମାର୍ଟ ଫୋନ୍, ସ୍ମାର୍ଟ ମିଟର ପରେ ଏବେ ଆସୁଛି ସ୍ମାର୍ଟ ଅନ୍ତଃବାସ! ଚଡି! ହଁ ସ୍ମାର୍ଟ ଅଣ୍ଡରୱେର l ଆପଣ ମଳଦ୍ୱାର ବାଟେ ଦିନକୁ କେତେଥର ଦୂଷିତ ବାୟୁ ଛାଡ଼ୁଛନ୍ତି ତାହାର ହିସାବ ଏହି ଚଡି ଦେବ l

ପୂର୍ଵରୁ ବିଶେଷଜ୍ଞମାନେ ଅନୁମାନ କରୁଥିଲେ ମଣିଷ ଦିନକୁ ହାରାହାରି 16 ଥର ଦୁର୍ଗନ୍ଧ ବାୟୁ ଛାଡି ଥାଏ l ହେଲେ ଏହି ସ୍ମାର୍ଟ ଚଡିର ହିସାବରେ ଏହାର ଦୁଇଗୁଣ ଅର୍ଥାତ 32 ଥର ଛାଡି ଥାଏ l

ୟୁନିଭର୍ସିଟି ମେୟରଲାଣ୍ଡର ର ବୈଜ୍ଞାନିକମାନେ ଉଦ୍ଭାବନ କରିଥିବା ଏହି ସ୍ମାର୍ଟ ଅନ୍ତବସ୍ତ୍ରରେ ଲାଗିଥିବା ହାଇଟେକ ସେନସରସ ପରିଧାନ କରିଥିବା ମଣିଷର ପାଡ଼ର ହିସାବ ରଖିବ l

ମଣିଷ ମଳଦ୍ୱାର ବାଟେ ମଳଭାଣ୍ଡର ଜୀବାଣୁ ଦ୍ୱାରା ପ୍ରସ୍ତୁତ ହଇଡ୍ରୋଜନ ଗ୍ୟାସ ବାହାରିଥାଏ

ହାଇଟେକ ସ୍ମାର୍ଟ ଚଡି ଦ୍ୱାରା ପାଡ଼ର ଆକଳନ କରିବା ହାସ୍ୟାସ୍ପଦ ମାନେ ହୋଇପାରେ ହେଲେ ଏହା ଆମେ କିପରି ଅଖାଦ୍ୟ ଖାଉ ଆଉ ଆମର ମଳଭାଣ୍ଡରେ ଥିବା ଜୀବାଣୁମାନେ ତାହାକୁ ହଜମ କରିବା ପାଇଁ ଲଢେଇ କରିଥାନ୍ତି ତାହାର ହିସାବ ଦେଇଥାଏ l

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions