ମୁମ୍ବାଇ: ବିଗ-ବି ଅମିତାଭ ବଚ୍ଚନଙ୍କ ପରିବାରେ ଦେଖା ଦେଇଛି ଫାଟ। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ବଚ୍ଚନ ପରିବାରରେ ଦେଖାଦେଇଛି ଏହି ଫାଟ
ଅମିତାଭ ଏବଂ ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କ ମଧ୍ୟରେ ଦେଖା ଦେଇଛି ମତାନ୍ତର।
ଜୟା ବଚ୍ଚନ ଯୋଗୀଙ୍କର ଘୋର ବିରୋଧୀ। ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଭାବେ ଜୟାଙ୍କ ବିରୋଧ ଯୁକ୍ତିଯୁକ୍ତ। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ଜୟା ଯୋଗୀଙ୍କ ବିରୋଧରେ ପ୍ରଚଣ୍ଡ ପ୍ରଚାର କରିଥିଲେ।
ହେଲେ ଆଶ୍ଚର୍ଯ୍ୟର କଥା ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ବିଗ୍-ବି ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିଥିଲା।
ଅମିତଭଙ୍କ ଏହି ପଦକ୍ଷେପ ଯୋଗୀଙ୍କ ସହ ଶାନ୍ତି ପ୍ରତିଷ୍ଠା ପାଇଁ ଉଦେଶ୍ୟ ବୋଲି କୁହାଯାଉଛି। ହେଲେ ପରିବାରରେ ଜୟା ବଚ୍ଚନଙ୍କ ଯେଉଁ ପ୍ରଭାବ ସେଥିରେ ସେ ଅମିତଭଙ୍କ ଏହି ବ୍ୟବହାରକୁ କେବେବି ଗ୍ରହଣ କରିବେ ତାହା ସମ୍ଭବ ନୁହେଁ ବୋଲି ପରିବାରର ସମ୍ପର୍କରେଥିବା ଲୋକଙ୍କ କହିବା କଥା।