Business

ଓଡ଼ିଶାରେ ଇସ୍ପାତ ମନ୍ତ୍ରଣାଳୟର ଦୁଇ ଦିନିଆ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ୨୫ରୁ

Published

on

ଭୁବନେଶ୍ୱର : ବିଭିନ୍ନ ରାଜ୍ୟର ଖଣି ଓ ଇସ୍ପାତ ମନ୍ତ୍ରୀମାନଙ୍କର ଏକ ମନ୍ତ୍ରୀସ୍ତରୀୟ ସମ୍ମିଳନୀ କୋଣାର୍କ ଓ ଭୁବନେଶ୍ୱର ଠାରେ ଆୟୋଜିତ ହେବ । ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ୨୫ରୁ ୨୬ ଫେବୃଆରୀ, ୨୦୨୨ଦିନ ଏହି ସମ୍ମିଳନୀ ଆୟୋଜିତ କରାଯାଉଛି । ଆସନ୍ତା ୨୫ ତାରିଖ ଶକ୍ରବାର ଦିନ କୋଣାର୍କ ଠାରେ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିିଂ ଏବିଂ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିିଂ କୁଲସ୍ତେ ଯୋଗ ଦେବେ । ଏଥିରେ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରୀ, ବିଭିନ୍ନ ରାଜ୍ୟର ଖଣି ଓ ଶିଳ୍ପ ମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ ରାଷ୍ଟ୍ରାୟତ୍ତ ଇସ୍ପାତ କମ୍ପାନୀର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଅଂଶ ଗ୍ରହଣ କରିବେ । ଏଥିରେ ଇସ୍ପାତ ଓ ଖଣି କ୍ଷେତ୍ର ସହ ଜଡିତ ବିଭିନ୍ନ ବିଷୟ  ବିଶେଷ କରି ରାଜ୍ୟମାନଙ୍କ ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା ହେବ । ଏହାପରେ ୨୬ ଫେବୃଆରୀ, ଶନିବାର ଦିନ ଭୁବନେଶ୍ୱରଠାରେ ସ୍ଥାନୀୟ ଶିଳ୍ପ ଜଗତର ପ୍ରତିନିଧିମାନଙ୍କ ସହିତ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଥିରେ ଯୋଗଦେବେ । ଏହି ଅବସରରେ ‘ଇସ୍ପାତ କ୍ଷେତ୍ରରେ ଥିିବା ସମସ୍ୟା ଏଵଂ ଆବଶ୍ୟକୀୟ ନୀତିଗତ ହସ୍ତକ୍ଷେପ’ ବଷିୟବସ୍ତୁକୁ ନେଇ ଏକ ଆଲୋଚନା ଅନୁଷ୍ଠିତ ହେବ। ବିଶେଷକରି ଇସ୍ପାତ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଉପରେ ଏକ ଉପସ୍ଥାପନା ଦିଆଯିବ । ସମ୍ମିଲନୀ ପାଇଁ ଅତଥିି ମାନେ ୨୪ ତାରିଖ ଦିନ ଓଡିଶାରେ ପହଁଞ୍ଚି କୋଣାର୍କ ଓ ପରୀୁ ଶ୍ରୀ ମନ୍ଦରି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *

Trending

Exit mobile version