Nation

ଦକ୍ଷିଣ ଓଡିଶା ବିକାଶ ପରିଷଦ ପାଇଁ ଟାସ୍କ ଫୋର୍ସ ଗଠନ

Published

on

ଭୁବନେଶ୍ୱର : ‘ଦକ୍ଷିଣ ଓଡିଶା ବିକାଶ ପରିଷଦ’ ଗଠନ କରିବା ପାଇଁ ରାଜ୍ୟ ସରକାର ଏକ ଟାସ୍କ ଫୋର୍ସ  ଗଠନ କରିଛନ୍ତି। ଓଡିଶାର ଦକ୍ଷିଣାଞ୍ଚଳର ବିକାଶ ସହିତ ବିକାଶ ପ୍ରକ୍ରିୟାରେ ସବୁ ବର୍ଗଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ପରିଷଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

 

ଏହି ବିକାଶ ପରିଷଦ କିପରି ଗଠିତ ହେବ, ଏଥିରେ କେଉଁ ଜିଲ୍ଲା ଓ ବ୍ଲକ ସାମିଲ ହେବ ଏବଂ ଏହାର ଢାଞ୍ଚା ଓ କାର୍ଯ୍ୟପ୍ରଣାଳୀ କଣ ରହିବ, ସେ ସମ୍ପର୍କରେ ସୁଚିନ୍ତିତ ମତାମତ ଦେବା ପାଇଁ ଏହି ଟାସ୍କ ଫୋର୍ସ ଗଠନ କରାଯାଇଛି। ଗଠନ ହେବାର ୩୦ ଦିନ ମଧ୍ୟରେ ଏହି  ଟାସ୍କ ଫୋର୍ସ ତାର ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋମବାର ବିଧାନସଭାରେ ଏହି କଥା ପ୍ରକାଶ କରିଛନ୍ତି l

ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଟାସ୍କ ଫୋର୍ସର ଅଧ୍ୟକ୍ଷ ମନୋନୀତ ହୋଇଥିବା ବେଳ ଏହାର ସଦସ୍ୟ ଅଛନ୍ତି :

 

୧. ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ

ବିଭୁତି ଭୂଷଣ ଜେନା

୨. ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) ଗୋକୁଳାନନ୍ଦ ମଲ୍ଲିକ

୩. ସାଂସଦ, ନବରଙ୍ଗପୁର ବଳଭଦ୍ର ମାଝୀ

୪. ସାଂସଦ, କନ୍ଧମାଳ, ସୁକାନ୍ତ କୁମାର ପାଣିଗ୍ରାହୀ

୫. ବିଧାୟକ, ଦିଗପହଣ୍ଡି, ସିଦ୍ଧାନ୍ତ ମହାପାତ୍ର

୬. ବିଧାୟକ, ମାଲକାନଗିରି, ନରସିଂହ ମାଡକାମି

୭. ବିଧାୟକ, ପାରଳାଖେମୁଣ୍ଡି, ରୁପେଶ କୁମାର ପାଣିଗ୍ରାହୀ

୮. ବିଧାୟକ, ଫୁଲବାଣୀ, ଉମାଚରଣ ମଲ୍ଲିକ

୯. ବିଧାୟକ, ପଟ୍ଟାଙ୍ଗୀ, ରାମଚନ୍ଦ୍ର କାଡାମ

 

ଏହା ସହିତ ୩ ଜଣ ଏକ୍ସ ଅଫିସିଓ ମେମ୍ବର ମଧ୍ୟ ରହିଛନ୍ତି।

ସେମାନେ ହେଲେ ଦକ୍ଷିଣlଞ୍ଚଳ ଓ କେନ୍ଦ୍ରାଞ୍ଚଳ ଆର ଡି ସି – RDC ଏବଂ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ।

ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଏହାର ମେମ୍ବର କନଭେନର ଅଛନ୍ତି।

 

Leave a Reply

Your email address will not be published. Required fields are marked *

Trending

Exit mobile version