Business

ଟାଟା ଷ୍ଟିଲ ଫାଉଣ୍ଡେସନର ସହଯୋଗରେ ଗୋପାଳପୁରଠାରେ ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ସଚେତନତା ଅଭିଯାନ

Published

on

ଗୋପାଳପୁର: ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ହିଞ୍ଜିଳିକାଟୁ ସ୍ଥିତ ନେତାଜୀ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିବା ଏହି ଅଭିଯାନରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ କିର୍ତ୍ତି ଭାସନ ଭି ଏବଂ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ଯକ୍ଷା ଶ୍ରୀମତି ଅଞ୍ଜଳୀ ସ୍ୱାଇଁ ଅଭିଯାନର ଉଦଘାଟନ କରିଥିଲେ। ସେହିପରି ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଉମାଶଙ୍କର ମିଶ୍ର, ହିଞ୍ଜିଳିକାଟୁ ପୌରପାଳିକା ଅଧ୍ଯକ୍ଷ ସୁବାଶ ଚନ୍ଦ୍ର ପଲାଇ ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନ ୟୁନିଟ ମୁଖ୍ୟ ରକି ମାର୍ଟିନ ପ୍ରମୁଖ ଅତିଥିଙ୍କ ଗହଣରେ ଉପସ୍ଥିତ ରହିଥିଲେ।

ଏହି ଅଭିଯାନକୁ ସଫଳ କରିବା ପାଇଁ ଏବଂ ଉତ୍ତମ ଜନସ୍ୱାସ୍ଥ୍ୟ ସେବା ପ୍ରତି ରହିଥିବା ଏହାର ପ୍ରତିବଦ୍ଧତାକୁ ପୁରଣ କରିବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ, ଗୋପାଳପୁର ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଦୁଇଟି ଯାନ ପ୍ରଦାନ କରାଯାଇଛି। ନ୍ୟାଶନାଲ୍ ଭେକ୍ଟର ବର୍ଣ୍ଣ ଡିଜିଜ୍ ସଚେତନତା ଅଭିଯାନ ଅନ୍ତର୍ଗତ ଏଇ ଦୁଇଟି ଯାନକୁ ପ୍ରଚାର ପ୍ରସାର କାର୍ଯ୍ୟରେ ନିୟୋଜିତ କରାଯିବ।

ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମବାସୀଙ୍କ ମଧ୍ୟରେ ଭେକ୍ଟ ବର୍ଣ୍ଣ ଡିଜିଜ୍ ର ନିରାକରଣ ପାଇଁ ସଚେତନତା ସୃଷ୍ଟି କରିବା। ଏହା ସହ ସେମାନଙ୍କୁ ଏହି ରୋଗରୁ ବର୍ତ୍ତିବା ପାଇଁ ସଠିକ ଔଷଧ ସେବନର ମହତ୍ୱ ସମ୍ପର୍କରେ ଅବଗତ କରିବା। ଜାତୀୟ ସ୍ୱାସ୍ଥ୍ୟ ମିଶନ, ଟିଏସଏଫ, ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ରହିଥିବା ଦୃଢ଼ ସହଯୋଗକୁ ଏହି ପଦକ୍ଷେପ ପ୍ରତିଫଳିତ କରୁଛି ।ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଟିଏସଏଫ, ଏନଭିବିଡିସିପି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ଏହି କାର୍ଯ୍ୟ ପ୍ରତି ବ୍ୟାପକ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version