ଭୁବନେଶ୍ୱର: ଦେଶର ଯୁବକ ଯୁବତୀମାନଙ୍କ ମଧ୍ୟରେ ଦେହରେ ଟାଟୁ କୁଟେଇବା ଏକ ସଉକ ହୋଇଛି। ହାତରେ, ବାହୁରେ, ପିଠିରେ ଟାଟୁ କୁଟେଇବା ସାଧାରଣ କଥା ହେଇ ଯାଇଛି। କେତେକ କ୍ଷେତ୍ରରେ ଏହା ପାଗଳାମି ସ୍ତରକୁ ଆସିଯାଇଛି। ଯୌନାଙ୍ଗରେ ଟାଟୁ କୁଟେଇବା ଏବେ ନୂଆ ଫେସନ ହୋଇଛି।
ତେବେ ଭାରତୀୟ ସେନା ବାହିନୀର ଟାଟୁ କୁଟେଇବାକୁ ନିଷିଦ୍ଧ କରା ଯାଇଛି। ସେନା ୟୁନିଫର୍ମ କୋଡ଼ ୨୦୧୮ରେ ସ୍ପଷ୍ଟ ଭାବେ ଟାଟୁ କୁଟେଇବାକୁ ମନା କରାଯାଇଛି। ତେବେ ବର୍ତ୍ତମାନ ଦେଖା ଯାଉଛି କେତେକ ଏହି କୋଡ଼କୁ ମନୁ ନାହାଁନ୍ତି ଏବଂ ଦେହରେ ଚିତା କୁଟେଇବାକୁ ପଛାଉ ନାହାଁନ୍ତି।
ଏହି ଘଟଣାକୁ ଲକ୍ଷ୍ୟ କରି ବର୍ତ୍ତମାନ ସେନା ବାହିନୀ ପକ୍ଷରୁ ଟାଟୁ କୁଟେଇବା ସଂପର୍କିତ ଉପଦେଶକୁ ପୁଣିଥରେ ଜାରୀ କରାଯାଇଛି। ସେନା ବାହିନୀର ସମସ୍ତ କମାଣ୍ଡକୁ ଏହି ‘ଟାଟୁ କୁ ନା ‘ କୋଡ଼ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ତେବେ ଯେଉଁମାନେ ଟାଟୁ କୁଟେଇ ସାରିଛନ୍ତି ସେମାନେ ଏବେ କଣ କରିବେ?