ରାଜନୀତି

ନିଆରା ନବୀନ !

Lorem ipsum dolor sit amet, consectetur adipisicing elit, sed do eiusmod tempor incididunt ut labore et dolore magna aliqua.

Published

on

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୧୯୪୬ ଅକ୍ଟୋବର ୧୬ରେ କଟକର ଆନନ୍ଦ ଭବନରେ ଜନ୍ମ ଗ୍ରହଣ କରିଥିଲେ ନବୀନ । ଆଜି ସେ ୭୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । କଟକରେ ଶୈଶବ କଟିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଓଡିଶାରୁ ବହୁ ଦୂରରେ ଥିଲେ ନବୀନ । ଡୁନ ସ୍କୁଲ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିବା ନବୀନ ଏକାଧାରରେ ଜଣେ ଲେଖକ ଓ ରାଜନୀତିଜ୍ଞ । ରାଜନୀତିରେ ରୁଚି ରଖୁ ନଥିବା ନବୀନଙ୍କର କିନ୍ତୁ ରାଜନୈତିକ ପରିବାର ସହ ଭଲ ସମ୍ପର୍କ ଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସାନ ପୁଅ ସଞ୍ଜୟ ଗାନ୍ଧୀ ନବୀନଙ୍କ ସହପାଠୀ ଥିଲେ । ତେଣୁ ନବୀନଙ୍କ ଗାନ୍ଧୀ ପରିବାରକୁ ଯିବା ଆସିବା ଥିଲା ।

ଏହାସହ ନବୀନ ତରୁଣ ବୟସରୁ ହିଁ ଅଭିଜ୍ଞ ଲୋକଙ୍କ ସହ ବଢିଥିଲେ । ଆମେରିକା ପୂର୍ବତନ ରାଷ୍ଟ୍ରପତି ଜନ୍ ଏଫ. କେନେଡିଙ୍କ ପତ୍ନୀ ଜାକଲିନ୍ କେନେଡି ଓନାସିସଙ୍କ ସହ ମଧ୍ୟ ନବୀନଙ୍କ ବନ୍ଧୁତା ଥିଲା । କେନେଡି ନବୀନଙ୍କ ଦୁଇଟି ପୁସ୍ତକ ‘ଏ ସେକେଣ୍ଡ ପାରାଡାଇଜ’ ଓ ଦି ଗାର୍ଡେନ ଅଫ ଲାଇଫ’ ର ସଂପାଦନା କରିଥିଲେ । କେବେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିଥିବା ନବୀନ ରାଜନୀତିରେ ପ୍ରବେଶ କରିବା ପରେ ଅତ୍ୟନ୍ତ ସରଳ ଜୀବନ ଯାପନ କରୁଛନ୍ତି । ଜଗନ୍ନାଥ ବିଶ୍ୱାସୀ ନବୀନ ବାପା ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଆକଷ୍ମିକ ଭାବେ ରାଜନୀତିରେ ପ୍ରବେଶ କରିଥିଲେ । ଦୀର୍ଘ ୧୮ ବର୍ଷ ଶାସନ ଗାଦିରେ ରହି ନବୀନ ପ୍ରମାଣିତ କରିଛନ୍ତି ଯେ ସେ ହେଉଛନ୍ତି ଦେଶର ଲୋକପ୍ରିୟ ରାଜନେତା । ଓଡିଆ ଜାଣିନଥିବାରୁ ସର୍ବଦା ନବୀନଙ୍କୁ ବିରୋଧୀମାନେ ସମାଲୋଚନା କରିଆସୁଛନ୍ତି । ହେଲେ ରାଜ୍ୟବାସୀ ସର୍ବଦା ତାଙ୍କ ଭାଷଣକୁ ତାଳି ଦ୍ୱାର ସ୍ୱାଗତ କରିଛନ୍ତି ।

ନବୀନଙ୍କ ସରକାର ବହୁଥର ବିବାଦରେ ଫସିଛି ହେଲେ ତାଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଯୋଗୁଁ ଲୋକଙ୍କ ପାଖରେ ଏହାର ବିଶେଷ କିଛି ପ୍ରଭାବ ପଡିନାହିଁ । ବିରୋଧୀ ତାଙ୍କ ବିରୋଧରେ ଦୁର୍ନୀତ ଅଭିଯୋଗ ଆଣି ତାଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି ହେଲେ ଅସଫଳ ରହିଛନ୍ତି । ନବୀନଙ୍କ ବ୍ୟକ୍ତିତ୍ୱ ଏପରି ଯେ ବିରୋଧୀ ବହି ଅନେକ ସମୟରେ ତାଙ୍କର ପ୍ରଶଂସା କରିଛନ୍ତି । ରାଷ୍ଟ୍ରୀୟ ରଜାନୀତିରେ ଆଜି ତାରିଖରେ ସକ୍ରିୟ ଥିବା ନେତାଙ୍କ ମଧ୍ୟରେ ଆଗ ଧାଡିରେ ଅଛନ୍ତି ନବୀନ । ଏହସହ ନବୀନ ଦେଶର ଅନ୍ୟ ନେତାଙ୍କୁ ମଧ୍ୟ ଟକ୍କର ଦେବାର କ୍ଷମତା ରଖନ୍ତି । ପରିବର୍ତ୍ତିିତ ରଜନୀତିରେ ନବୀନ ସବୁବେଳେ ନିଜକୁ ଫିଟ୍ କରି ପାରିଛନ୍ତି । ଛୋଟ ବେଳୁ ରାଜନୀତିରେ ଦୂରରୁ ଥିବା ନବୀନ ଆଜି ପର୍ଯ୍ୟନ୍ତ କେବେ ବି ଅସଫଳତାର ସ୍ୱାଦ ଚାଖି ନାହାନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version