Nation

ପାଣ୍ଡିଆନଙ୍କୁ ଭେଟିଲେ ୟୁକୋ ବ୍ୟାଙ୍କ ଇଡି

Published

on

ଭୁବନେଶ୍ୱର: ଆଜି ନବୀନ ନିବାସ ଠାରେ 5T ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ରାଜ୍ୟସ୍ତରୀୟ ବ୍ୟାଙ୍କର୍‌ସ କମିଟିର ଅଧ୍ୟକ୍ଷ ତଥା ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଅଶ୍ବିନୀ କୁମାର ଭେଟି ତାଙ୍କ ନୂତନ ଦାୟିତ୍ବ ପାଇଁ ଶୁଭେଚ୍ଛା ଜଣାଇବା ସହ 5T ଉପକ୍ରମରେ କାର୍ଯ୍ୟକାରୀ ହୋଇଥିବା ‘ଆମ ବ୍ୟାଙ୍କ’ ଯୋଜନା ପାଇଁ ଧନ୍ୟବାଦ ଜଣାଇଲେ ।

କୁମାର କହିଥିଲେ ଯେ ଗ୍ରାମାଞ୍ଚଳର ଲୋକଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଆମ ବ୍ୟାଙ୍କ ଏକ ବିରାଟ ପରିବର୍ତ୍ତନ ଆଣିବା ସହିତ ଆର୍ଥିକ କ୍ଷେତ୍ରରେ ଓଡିଶାକୁ ଏକ ବଳିଷ୍ଠ ରାଜ୍ୟରେ ପରିଣତ କରିବ। ଏହି ଯୋଜନାର ପରିକଳ୍ପନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଧନ୍ୟବାଦ ଦେବା ସହିତ 5T ଅଧ୍ୟକ୍ଷଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଏଥିରେ ୟୁକୋ ବ୍ୟାଙ୍କ ସବୁ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ସେ କହିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version