ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ ଜୁଲାଇ ପ୍ରଥମ ସପ୍ତାହରେ ହେବ। ଆଜିଠୁ ଆରମ୍ଭ ହେଉଥିବା ସପ୍ତାହ ବ୍ୟାପୀ ଆମେରିକା ଓ ଇଜିପ୍ଟ ଗସ୍ତରୁ ଫେରିବା ପରେ ଏହି ଅଦଳବଦଳ ହେବ।
ମନ୍ତ୍ରିମଣ୍ଡଳର ରୂପରେଖ କଣ ହେବ ସେ ନେଇ ଗୃହମନ୍ତ୍ରୀ ଅମିତ ଶାହା ବିଚାର ବିମର୍ଶ ଆରମ୍ଭ କରି ଦେଲେଣି। ଅନେକ ମନ୍ତ୍ରୀ ବିବାଦୀୟ ହୋଇ ପଡିଲେଣି, ଅନେକ ଅଦରକାରୀ ହୋଇ ପଡିଲେଣି। ଅନେକ ମନ୍ତ୍ରୀଙ୍କର ଆଉ ଲୋକପ୍ରୀୟତା ନାହିଁ। କେତକ ମନ୍ତ୍ରୀଙ୍କୁ ନିର୍ବାଚନ କାମରେ ନିୟୋଜିତ କରିବାକୁ ମନ୍ତ୍ରୀ ଦାଇତ୍ଵରୁ ହଟାଇ ଦିଆଯିବ। ଅନ୍ୟ ପକ୍ଷରେ ମନ୍ତ୍ରିମଣ୍ଡଳ ବାହାରେ ଥିବା ଅନେକ ନେତା ନେତାଙ୍କର ଭାବମୂର୍ତି ଭଲ ଅଛି ଏବଂ ଲୋକପ୍ରୀୟତା ମଧ୍ୟ ରହିଛି। ସେହିଭଳି ଅନେକ ନେତାଙ୍କର ଭୋଟ ରାଜନୀତିରେ ଆବଶ୍ୟକତା ରହିଛି।
ପ୍ରକୃତ କଥା ହେଲା ଆର ଏସ ଏସ ର ହାଇକମାଣ୍ଡ ବର୍ତ୍ତମାନର ମନ୍ତ୍ରିମଣ୍ଡଳରେ ଆଦୌ ସନ୍ତୁଷ୍ଟ ନୁହଁନ୍ତି। ଏହି ମନ୍ତ୍ରିମଣ୍ଡଳକୁ ନେଇ ଆସନ୍ତା ୨୦୨୪ ନିର୍ବାଚନ ଲଢ଼ି ହେବନି ବୋଲି ଆର ଏସ ଏସର ଆଭ୍ୟନ୍ତରୀଣ ସେର୍ଭ କହୁଥିବା ପ୍ରକାଶ।
ଆରଏସ ଏସ ହାଇକମାଣ୍ଡଙ୍କ ନିର୍ଦେଶ ପରେ ଅମିତ ଶାହା ସମ୍ଭାବିତ ତାଲିକା ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଓ ବିଜେପି ସାଧାରଣ ସମ୍ପାଦକ (ସଂଗଠନ) ବି ଏଲ ସନ୍ତୋଷଙ୍କ ସହ ଘନଘନ ବୈଠକ କରୁଛନ୍ତି।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ଏହି ସବୁ ବୈଠକରେ ପ୍ରଭାବଶାଳୀ ସଙ୍ଘ ପ୍ରଚାରକ ତଥା ଅର ଏସ ଏସର ଯୁଗ୍ମ ସାଧାରଣ ସମ୍ପାଦକ ଅରୁଣ କୁମାର ଉପସ୍ଥିତ ରହୁଛନ୍ତି।