Nation

ଇମୋଜୀ ବ୍ୟବହାର କରୁଛନ୍ତି କି:ସାବଧାନ

Published

on

ଭୁବନେଶ୍ୱର : ଫୋନରେ ଚାଟ କଲାବେଳେ ଇମୋଜୀ ବ୍ୟବହାର କରୁଛନ୍ତିକି? ସାବଧାନ. ସତର୍କ ନ ରହିଲେ କ୍ଷତିରେ ପଡି ପାରନ୍ତି. ଆପଣଙ୍କର 👍 ଚି଼ହ୍ନ ଆପଣଙ୍କର ସମ୍ମତିର ସ୍ବୀକାରୋକ୍ତି. ଏହା ଆଇନତ ଆପଣଙ୍କ ବିରୁଦ୍ଧରେ ବି ଯାଇପାରେ.

ନିକଟରେ କାନାଡ଼ାର ଏକ ଅଦାଲତର ରାୟ ରେ ଜଣେ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି. ଏକ କମ୍ପାନୀର କଂଟ୍ରାକଟ ସୂଚାନର ଉତ୍ତରରେ ଚାଷୀ ଜଣକ 👍 emoji ପଠାଇଥିଲେ. କୋର୍ଟ କହିଛନ୍ତି ଏହା ଅର୍ଥ ଚାଷୀ ଜଣକ କଂଟ୍ରାକଟ ସର୍ତ୍ତରେ ରାଜି ହୋଇଛନ୍ତି.

ଅନେକ ସମୟରେ ଇମୋଜୀର ଅର୍ଥ ଭିନ୍ନ ଭିନ୍ନ ହୋଇପାରେ. ଏହା ଅନେକ ସମୟରେ ମାନହାନି ବି କରିପାରେ ଏବଂ ଆଇନଗତ ସମସ୍ୟା ସୃଷ୍ଟି କରିପାରେ.

ନିକଟରେ ୟୁନିକୋଡ଼ କନସୋରଟିଅମ ନୂଆ ସାତୋଟି ଇମୋଜୀ ପ୍ରଚଳନ କରିବାର ପ୍ରସ୍ତାବ ରଖିଛି. ଟିପଚିହ୍ନ, ଥୁଣ୍ଟା ଗଛ, ବିଟ, ବେଲଚା, ଆଖି ତଳେ କଳା ଦାଗ, କାଳି ଛିଟା ଇତ୍ୟାଦି.

Leave a Reply

Your email address will not be published. Required fields are marked *

Trending

Exit mobile version