Connect with us

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ଏହାର ସିଏସଆର୍ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଉଦ୍ୟମି ଗ୍ରାମାଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ଆଣିଛି । ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ୨ଟି ବ୍ଲକରେ ସୃଷ୍ଟି ହେଲାଣି ୩୦୧ କ୍ଷୁଦ୍ର ଉଦ୍ୟୋଗ । ଏଥିପାଇଁ ସ୍ବାବଲମ୍ବୀ ହେଉଛନ୍ତି କ୍ଷୁଦ୍ର ଉଦ୍ୟୋଗୀ । ମାସିକ ରୋଜଗାରରେ ୧୨୦ ପ୍ରତିଶତରୁ ଉର୍ଦ୍ଧ୍ବ ବୃଦ୍ଧି ହୋଇଥିବା ବେଳେ ୟୁଏଆଇଏଲର ଏଭଳି ପଦକ୍ଷେପ ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଉତ୍ସାହ ପରିଲକ୍ଷିତ ହୋଇଛି।

ଟିକିରି ତଥା ପର୍ଶ୍ଵସ୍ଥ ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳ ଚେତନା ବିକାଶ ତଥା ସେମାନଙ୍କୁ ଅର୍ଥନୈତିକ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟ ନେଇ ଉତ୍କଳ ଆଲୁମିନା ଉଦ୍ୟମି ପ୍ରକଳ୍ପ କାର୍ଯ୍ୟକାରୀ କରିଛି । ପ୍ଲାଣ୍ଟ ପ୍ରଭାବିତ ତଥା ପର୍ଶ୍ୱସ୍ଥ କାଶୀପୁର ଓ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର ଥୁଆମୁଲ ରାମପୁର ବ୍ଲକର ୧୦୫ ଟି ଗ୍ରାମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ସମ୍ପ୍ରତି ଗ୍ରାମରେ କ୍ଷୁଦ୍ର ଉଦ୍ୟୋଗ ସୃଷ୍ଟି କରିବା ତଥା ଏହାର ପରିଚାଳନା ପାଇଁ ଉଦ୍ୟୋଗୀ ମାନଙ୍କୁ ସମ୍ପୂର୍ଣ୍ଣ କୌଶଳ, ପ୍ରାରମ୍ଭିକ ପାଣ୍ଠି, ଆବଶ୍ୟକ ଯାନ୍ତ୍ରିକ ଉପକରଣ, ପ୍ରଶାସନିକ ସହାୟତା ସମେତ କଞ୍ଚାମାଲ୍ ଯୋଗାଇ ବାଜରିକରଣ ପାଇଁ ପ୍ରତେକ୍ଷ ସହଯୋଗ ପ୍ରଦାନ କରିବା ହେଉଛି ଏହାର ଉଦ୍ଦେଶ୍ୟ।

ଗତ ୨୦୨୧ ଜୁଲାଇ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଜରିଆରେ ଉତ୍କଳ ଆଲୁମିନା ଚତୃପାର୍ଶ୍ୱ ଗ୍ରାମାଞ୍ଚଳରେ ଶତାଧିକ ଉଦ୍ଯମୀ ମାନେ ନିଜର ଇଛାଶକ୍ତି ଏବଂ କମ୍ପାନୀର ପ୍ରତେକ୍ଷ ସହଯୋଗରେ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା କରି ନିଜେ ଆତ୍ମନିର୍ଭରଶୀଳ ହୋଇଛନ୍ତି । ବାସୁଦେବ ବିଶୋଇ ଏପରି ଜଣେ ସଫଳ ଉଦ୍ୟମି । ଟିକିରି ସହରାଞ୍ଚଳରେ ଛୋଟ ଦୋକାନରୁ ନିଜ ବ୍ୟବସାୟ ଆରମ୍ଭ କରି ପରବର୍ତ୍ତୀ ପର୍ଯ୍ୟାୟରେ ସେ ଫ୍ଲେକ୍ସ ଓ ଷ୍ଟୁଡିଓ ବ୍ୟବସାୟ କରି ଭଲ ଲାଭବାନ ହୋଇଛନ୍ତି ।

ଏହି ଉଦ୍ୟମି ପ୍ରକଳ୍ପ ଦ୍ବାରା ମୋଟ ୩୦୧ ଟି କ୍ଷୁଦ୍ର ଶିଳ୍ପ ତଥା ଉଦ୍ୟୋଗ ପ୍ରତିଷ୍ଠା ହୋଇଥିବାବେଳେ ପରୋକ୍ଷ ଭାବେ ୨୪୮ଜଣ ବ୍ୟକ୍ତିବିଶଷଙ୍କୁ ରୋଜଗାର ମିଳିଛି। ଏହାଦ୍ବାରା ପୂର୍ବରୁ ଦାଦନ ଖଟିବାକୁ ଯାଇଥିବା ୩୭ଜଣ ବ୍ୟକ୍ତିଙ୍କୁ ନିଜ ଗ୍ରାମରେ ରହି ରୋଜଗାର କରିବା ପାଇଁ ସୁଯୋଗ ପ୍ରଦାନ କରିଛି । ଉପରୁକ୍ତ ଉଦ୍ୟୋଗ ମଧ୍ୟରୁ ସେବା କ୍ଷେତ୍ରରେ ୧୩୪ ଗୋଟି ଉଦ୍ୟୋଗ ପ୍ରତିଷ୍ଠା ହୋଇଥିବା ସ୍ଥଳେ ଉତ୍ପାଦନ କ୍ଷେତ୍ରରେ ୭୦ ଟି ଓ ବ୍ୟବସାୟ ଭିତ୍ତିକ ଶିଳ୍ପରେ ୯୭ ଗୋଟି ଉଦ୍ୟୋଗ କାର୍ଯ୍ୟକାରୀ ହୋଇଛି।

ଉଦ୍ୟମି ଦ୍ୱାରା ଉପକୃତ ହୋଇଥିବା ଜଣେ ମହିଳା ଉଦ୍ୟୋଗୀ ହେଉଛନ୍ତି ରୋଜାଲିନ ଖୋରା। ଏନେଇ ସେ ସୂଚନା ଦେଇ କହିଛନ୍ତି ଯେ, ବ୍ୟବସାୟ ଆରମ୍ଭ କରିବା ନେଇ ସେ ବହୁତ ଆଶାବାଦୀ ଥିଲେ। କିନ୍ତୁ କୌଣସି ଉପାୟ ନପାଇ ନିରାଶ ହୋଇଥିଲେ। ଏହାପରେ ଉତ୍କଳ ଆଲୁମିନା ପକ୍ଷରୁ ପରିଚାଳିତ ଉଦ୍ଯମି ପ୍ରକଳ୍ପ ସଂକ୍ରାନ୍ତରେ ଜାଣିବା ପରେ ସେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ପ୍ରାରମ୍ଭିକ ପର୍ଯ୍ୟାୟରେ ଆର୍ଥିକ ସହାୟତା ଓ ପ୍ରଶିକ୍ଷଣ ପାଇ ସେ ନିଜ ଘରୁ ବ୍ୟବସାୟ ଆରମ୍ଭ କରିଥିଲେ। ଯଦ୍ୱାରା ଉକ୍ତ ବ୍ୟବସାୟରୁ ଅର୍ଥ ଉପାର୍ଜନ କରି ପରିବାର ଚଳାଇବାରେ ସହଯୋଗ କରିଥିବା ସେ ପ୍ରକାଶ କରିଛନ୍ତି।

ଉଦ୍ୟମି ପ୍ରକଳ୍ପ ଜରିଆରେ ପ୍ଲାଣ୍ଟ ଓ ଏହାର ପର୍ଶ୍ଵସ୍ଥ ଅଞ୍ଚଳରେ ନୂତନ ଉଦ୍ୟୋଗ ପ୍ରତିଷ୍ଠା ହେବା ସହିତ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ତଥା ସାମାଜିକ ଉନ୍ନତୀକରଣ ଘଟିଛି। ପୂର୍ବରୁ ଯେଉଁ ବ୍ୟକ୍ତି ବିଶେଷ ମାନେ ଏହି ଉଦ୍ୟୋଗ ଦ୍ଵାରା ଲାଭବାନ ହୋଇଛନ୍ତି ସେମାନଙ୍କର ମାସିକ ରୋଜଗାର କ୍ଷମତା ୧୨୦ ପ୍ରତିଶତରୁ ଉର୍ଦ୍ଧ୍ବ ଅର୍ଥାତ୍ ହାରାହାରି ୬ହଜାର ଟଙ୍କାରୁ ବୃଦ୍ଧି ହୋଇଛି । ସାଂପ୍ରତିକ ସ୍ଥିତିରେ ୧୪ ରୁ ୧୮ ହଜାର ଯାଏଁ ଟଙ୍କା ରୋଜଗାର ସେମାନେ କରିପାରୁଛନ୍ତି । ଏହି ଉଦ୍ୟମି ପ୍ରକଳ୍ପ ଏଣ୍ଟରପ୍ରାଇଯେଶ୍ ଡେଭଲପମେ୍ଟ ଇନଷ୍ଟିଚ୍ୟୁଟେ ଅଫ ଇଣ୍ଡିଆ (ଇଡିଆଇଆଇ) ସହଭାଗିତାରେ କାର୍ଯ୍ୟକାରୀ ହୋଇଛି। ଏହାର କେନ୍ଦ୍ର ପରିଚାଳକ ଦୈତାରି ସାମନ୍ତରାୟ ବ୍ୟବସାୟ ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତିଙ୍କୁ ସମସ୍ତ ଜ୍ଞାନ କୌଶଳ ପ୍ରଶିକ୍ଷଣ ପ୍ରଦାନ କରିଥାନ୍ତି।

ଶ୍ରୀ ସାମନ୍ତରାୟ କହିଛନ୍ତି ଯେ, ଗ୍ରାମ ଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ପ୍ରକଳ୍ପ ଉଦ୍ୟମି କାର୍ଯ୍ୟକାରୀ ହେଉଛି। ଏହାଦ୍ଵାରା ୨ଟି ବ୍ଲକରେ ପ୍ରତିଭାବାନ ଉଦ୍ୟମିଙ୍କୁ ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ଗ୍ରାମାଞ୍ଚଳରେ ଲୋକଙ୍କୁ ସ୍ବାବଲମ୍ବୀ କରିବା ଓ ନିଯୁକ୍ତି ସୃଷ୍ଟି କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ । ପ୍ରଥମ ପର୍ଯ୍ୟାୟରେ ଏହା ସଫଳ ହୋଇଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ ଉଦ୍ୟମି ୨.୦ ପ୍ରାରମ୍ଭ ହୋଇଛି ବୋଲି ଶ୍ରୀ ସାମନ୍ତରାୟ ପ୍ରକାଶ କରିଛନ୍ତି। ଉକ୍ତ ସଂସ୍ଥା ଦ୍ୱାରା ଉପରୁକ୍ତ ୧୫୦ ଟି ଗ୍ରାମରେ ସର୍ଭେ ଜରିଆରେ ନୂତନ ଉଦ୍ୟମୀଙ୍କୁ ଚିହ୍ନଟ ତଥା ଅଞ୍ଚଳରେ ଚାହିଦା ମୁତାବକ ଶ୍ରେଷ୍ଠ ଉଦ୍ୟୋଗ ଚୟନ କରି ଆଶାୟୀ ଉଦ୍ୟୋଗୀଙ୍କୁ ଯୋଗ୍ୟ ବିବେଚିତ କରି ସେମାନଙ୍କୁ ସମସ୍ତ ପ୍ରକାର ଯାନ୍ତ୍ରିକ ଓ ବ୍ୟବସାୟୀ ଭିତ୍ତିକ କୌଶଳ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ । ଏହି ଉଦ୍ୟମି ପ୍ରକଳ୍ପ ଅଞ୍ଚଳରେ ନୂତନ କ୍ଷୁଦ୍ର ଗ୍ରାମୀଣ ଉଦ୍ୟୋଗ ସୃଷ୍ଟି କରିଥିବା ସ୍ଥଳେ ସ୍ଥାନୀୟ ଲୋକଙ୍କ ସାମାଜିକ ତଥା ଅର୍ଥନୈତିକ ଅଭିବୃଦ୍ଧି ଘଟିଛି। ଉକ୍ତ ପ୍ରକଳ୍ପ ସଫଳ ରୂପାୟନ ହେବାରୁ ଏହା ଆହୁରି ୩ବର୍ଷ ଯାଏଁ କାର୍ଯ୍ୟକାରୀ ହେବ ।

Continue Reading
Click to comment

Leave a Reply

Your email address will not be published. Required fields are marked *

ସ୍ପେଶାଲ ରିପୋର୍ଟ

ଓଡିଶାରେ ରହି ହିନ୍ଦୀ ଭୁଲିଗଲେଣି ମ୍ୟାଡ଼ାମ…!

Published

on

Odisha Chief Secretary Anu Garg has forgotten her mother tongue Hindi staying in Odisha and speaking Odia. While she fumbled in speaking in Hindi while briefing media persons about the State Cabinet decisions on Monday. She, however, spoke well in Odia and English.

Continue Reading

ସ୍ପେଶାଲ ରିପୋର୍ଟ

ବିଦା ହେବେ ଓଡିଶା କଂଗ୍ରେସ ସଭାପତି ଭକ୍ତ ଦାସ

Published

on

ଭୁବନେଶ୍ୱର : ଆଗାମୀ 2029 ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଏବଂ ଚାରଟି ରାଜ୍ୟର ନିର୍ବାଚନ ଫଳାଫଳ ତଥା କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ଦୃଷ୍ଟିରେ ରଖି କଂଗ୍ରେସ ହାଇ-କମାଣ୍ଡ ଅନେକ ଗୁଡିଏ ରାଜ୍ୟରେ ଦଳର ସଭାପତି ପଦରେ ପରିବର୍ତ୍ତନ କରିବା ସଙ୍ଗେ ସଙ୍ଗେ ଏଆଇସିସିରେ ବ୍ୟାପକ ଅଦଳବଦଳ କରିବାକୁ ଚିନ୍ତା କରୁଛନ୍ତି l ଏ ସଂକ୍ରାନ୍ତରେ ସଭାପତି ମଲିକାର୍ଜୁନ ଖଡ଼ଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଆଲୋଚନା ହୋଇ ଯାଇଛି l

ତାମିଲନାଡୁ, କର୍ଣ୍ଣାଟକ, କେରଳରେ ନୂଆ ସଭାପତି ମନୋନୟନ ହେବା ସୁନିଶ୍ଚିତ l ନିର୍ବାଚନ ହେବାକୁ ଥିବା ପଞ୍ଜାବ ଓ ଉତ୍ତର ପ୍ରଦେଶରେ ବି ନେତୃତ୍ୱ ପରିବର୍ତ୍ତନ ହେବ l ଓଡିଶା, ରାଜସ୍ଥାନ ଓ ଗୋଆରେ ବି ସଭାପତି ବଦଳିବେ l

କେରଳରେ ରାଜ୍ୟ ସଭାପତି ସନ୍ନି ଜୋସେଫ ନବ ଗଠିତ ଭିଡ଼ି ସତୀଶନଙ୍କ ମନ୍ତ୍ରୀମଣ୍ଡଳ ଯୋଗ ଦେବାପରେ ନୂଆ ସଭାପତି ପଦ ପାଇଁ ତିନି ଲୋକସଭା ସଂସଦ କେ. ସୁରେଶ, ଆଂଟୋ ଆଣ୍ଟନି ଓ ବେନ୍ନି ବେହ୍ନାନଙ୍କ ବ୍ୟତୀତ ୟୁଡ଼ିଏଫ ସଂଯୋଜକ ଅଦୂର ପ୍ରକାଶ ଓ ବରଷ୍ଠ ଜୋସେଫ ବାଚକାନ ଲବି ଆରମ୍ଭ କରି ଦେଲେଣି l

କର୍ଣ୍ଣାଟକରେ ହରିୟାଣା ପ୍ରଭାରୀ ବି କେ ହରିପ୍ରସାଦ ଓ ପୂର୍ବତନ ମନ୍ତ୍ରୀ ସତୀଶ ଝାରକିହୋଲି ଦୌଡରେ ଅଛନ୍ତି l

ତାମିଲନାଡୁ ସଭାପତି କେ ସେଲଭାପେରୁନଥଗାଙ୍କ କାର୍ଯ୍ୟକଳାପ ଉପରେ ହାଇ-କମାଣ୍ଡ ସନ୍ତୁଷ୍ଟ ନାହାନ୍ତି l

ପଞ୍ଜାବରେ 2027 ଫେବୃଆରୀରେ ବିଧାନସଭା ନିର୍ବାଚନ ହେବ l ନିକଟରେ ଅନୁଷ୍ଠିତ ମୁନିସିପାଲ ନିର୍ବାଚନରେ ଦଳର ପ୍ରଦର୍ଶନ ବିଶେଷ ଭଲ ହୋଇନଥିବା ଦୃଷ୍ଟିରୁ ସଭାପତି ଅମରେନ୍ଦ୍ର ସିଂହ ରାଜା ୱାରିଙ୍ଗଙ୍କୁ ପରିବର୍ତ୍ତନ ପାଇଁ ଯୋଜନା ଚାଲିଛି l ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜଳନ୍ଧର ସଂସଦ ଚରଂଜିତ ସିଂହ ଚନ୍ନି ଦୌଡରେ ଆଗରେ ଅଛନ୍ତି l

ଉତ୍ତର ପ୍ରଦେଶରେ ଅଜୟ ରାଏ 2023ରୁ ସଭାପତି ଅଛନ୍ତି l ସେହିଭଳି ରାଜସ୍ଥାନରେ ଗୋବିନ୍ଦ ସିଂହ ଦୋତାଶ୍ରା 2020ରୁ ପ୍ରଦେଶ କଂଗ୍ରେସ ସଭାପତି ଅଛନ୍ତି l ସେମାନଙ୍କୁ ପରିବର୍ତ୍ତନ କରିବାକୁ ଆଲୋଚନା ହୋଇଛି l

ଗୋଆରେ ବିଧାନସଭା ନିର୍ବାଚନ ଫେବୃଆରୀ 2027ରେ ହେବ l ବର୍ତମାନର ସଭାପତି ଗିରୀଶ ଚାନ୍ଦୋଙ୍କରଙ୍କୁ ନେଇ ଦଳରେ ଅସନ୍ତୋଷ ରହି ଥିବାରୁ ତାଙ୍କୁ ପରିବର୍ତ୍ତନ କରିବାକୁ ହାଇ -କମାଣ୍ଡ ଚିନ୍ତା କରୁଛନ୍ତି l

ସେହିଭଳି ଓଡିଶା କଂଗ୍ରେସରେ ଭକ୍ତ ଦାସଙ୍କୁ ନେଇ ତୀବ୍ର ଅସନ୍ତୋଷର ଖବର ପାଇବା ପରେ ନୂଆ ସଭାପତି ନିଯୁକ୍ତି ପାଇଁ ହାଇ -କମାଣ୍ଡ ନିଷ୍ପତି ନେଇଛନ୍ତି l ରାହୁଲ ଗାନ୍ଧୀ ଯୁବକମାନଙ୍କୁ ନେଇ 2029ର ରଣନୀତି କଲାବେଳକୁ ଓଡିଶାରେ ଯୁବ ନେତା ମାନେ ଦଳ ଛାଡୁଥିବା ଖବର ତାଙ୍କୁ ବ୍ୟଥିତ କରିଛି l ଅଗ୍ନିବର୍ଷୀ ଯୁବ ନେତା ଅମୀୟ ପାଣ୍ଡବଙ୍କ ପରେ ଚଟାର୍ଡ଼ ଏକାଉଣ୍ଟାଣ୍ଟ ତଥା ଦଳର ପ୍ରମୁଖ ଯୁବ ମୁଖପାତ୍ର ଚେହେରା ପ୍ରଶାନ୍ତ ଶତପଥି ଦଳ ଛାଡିବା ଭକ୍ତ ଦାସଙ୍କ ନେତୃତ୍ୱକୁ ବଡ ଝଟକା ଥିଲା l

ଦଳର ବରିଷ୍ଠ ନେତାମାନେ ଭକ୍ତଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟ ନାହାନ୍ତି l ଅନ୍ୟ ପକ୍ଷରେ ଭକ୍ତଙ୍କ ନେତୃତ୍ୱ ଦଳିତମାନଙ୍କୁ ଉତ୍ସାହିତ କରି ପାରୁନି l ପଶ୍ଚିମ ପୂର୍ବତନ ସଭାପତି ଶରତ ପଟ୍ଟନାୟକଙ୍କ ସମୟରେ ଆଦିବାସୀମାନେ ଦଳ ସହିତ ରହି ଥିବାରୁ ଗତ ନିର୍ବାଚନରେ ଦଳ 14ଟି ବିଧାୟକ ପଦ ଓ ଗୋଟିଏ ଏମପି ପଦ ପାଇବାରେ ସଫଳ ହୋଇଥିଲା l ବର୍ତମାନ ଆଦିବାସୀମାନେ ଦଳରୁ ଦୂରେଇ ଗଲେଣି l ସିଜିମାଳୀ ଘଟଣାରେ ତାହା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଲା l

ରାହୁଲ ଗାନ୍ଧୀ ଓଡିଶାରେ ଜଣେ ଅଗ୍ନିବର୍ଷୀ ଯୁବ ନେତାଙ୍କୁ ଦଳର ଭାର ଦେବାକୁ ଚାହୁଁଛନ୍ତି l ଓଡିଶାର 21 ଲୋକସଭା ଆସନକୁ ରାହୁଲ ଗାନ୍ଧୀ ଆଉ ହେୟ ଜ୍ଞାନ କରୁ ନାହାନ୍ତି l ଓଡିଶାରୁ 20 ସଂସଦ କେନ୍ଦ୍ରରେ ମୋଦୀ ସରକାରକୁ 2024ରେ ପତନ ମୁଖରୁ ବଞ୍ଚାଇ ଦେଇଥିବା କଥା ରାହୁଲ ହୃଦୟଙ୍ଗମ କରିଛନ୍ତି l

ଏହି କାରଣରୁ ସେ ଓଡିଶାରେ ସଂଗଠନକୁ ମଜବୁତ କରିବାକୁ ଚାହୁଁଛନ୍ତି l ଏବଂ ସେହି ଦୃଷ୍ଟିରୁ ଓଡିଶାରେ ଉଭୟ ଶାସକ ବିଜେପି ଓ ମୁଖ୍ୟ ବିରୋଧୀ ଦଳ ବିଜେଡିକୁ କଡା ଟକ୍କର ଦେବାକୁ ଜଣେ ଦମଦାର ଯୁବକଙ୍କୁ ନେତୃତ୍ୱ ଦେବାକୁ ଚିନ୍ତା କରୁଛନ୍ତି l

 

 

Continue Reading

ସ୍ପେଶାଲ ରିପୋର୍ଟ

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମୁନ୍ଦ୍ରା ବନ୍ଦର ପରିଦର୍ଶନ, ପୂର୍ଵ -ପଶ୍ଚିମ ଦୁଇ-ଉପକୂଳ ରଣନୀତି ପାଇଁ ଆହ୍ୱାନ

Published

on

ମୁନ୍ଦ୍ରା (ଗୁଜରାଟ): ‘‘ଭାରତର ବିକାଶ ଏକପାଖିଆ ହୋଇ ରହିପାରିବ ନାହିଁ।’’ ଶିଳ୍ପ ସମ୍ପ୍ରସାରଣର ଆଗାମୀ ପର୍ଯ୍ୟାୟ ପୂର୍ବ ଉପକୂଳ ଦ୍ୱାରା ପରିଚାଳିତ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ମୁନ୍ଦ୍ରା ବନ୍ଦର ପରିଦର୍ଶନ ଅବସରରେ ଶିଳ୍ପ ନେତୃବୃନ୍ଦଙ୍କୁ ସମ୍ବୋଧିତ କରି କହିଛନ୍ତି।

ଦେଶର ଅଭିବୃଦ୍ଧି ରଣନୀତିରେ ଏହି ଢାଞ୍ଚାଗତ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ ‘ଟୁ-କୋଷ୍ଟ ଷ୍ଟ୍ରାଟେଜି’ ବା ଦ୍ୱି-ଉପକୂଳ ରଣନୀତିର ପ୍ରସ୍ତାବ ଦେଇଛନ୍ତି। ପଶ୍ଚିମ ଉପକୂଳର ଦକ୍ଷତା ଏବଂ ପୂର୍ବ ଉପକୂଳର ସୁଯୋଗକୁ ସମନ୍ୱିତ କରି ଶିଳ୍ପ ସମ୍ପ୍ରସାରଣ କରିବାକୁ ସେ ଶିଳ୍ପପତିମାନଙ୍କୁ ଅନୁରୋଧ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱର ଶିଳ୍ପ ଇକୋସିଷ୍ଟମର ପ୍ରତିଯୋଗିତାମୂଳକ ପରିବେଶରେ ଭାରତ ଯେପରି ଦୀର୍ଘକାଳୀନ ଭାବେ ଦକ୍ଷତାର ସହ ଅଭିବୃଦ୍ଧି ହାସଲ କରିପାରିବ, ସେଥିପାଇଁ ସନ୍ତୁଳିତ ଉପକୂଳ ବିକାଶ ଅପରିହାର୍ଯ୍ୟ । ଆସନ୍ତା ଦଶକର ଅଭିବୃଦ୍ଧିରେ ପୂର୍ବ ଉପକୂଳ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ସେ ମତ ଦେଇଛନ୍ତି ।

ଭାରତର ପଶ୍ଚିମ ଉପକୂଳର ବ୍ୟାପକତା ଏବଂ ଦକ୍ଷତାର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ ପୂର୍ବ ଉପକୂଳର ବିକାଶକୁ ତ୍ୱରାନ୍ୱିତ କରିବା ଆବଶ୍ୟକ ବୋଲି କହିଥିଲେ । ସେ ଓଡ଼ିଶାକୁ ଦେଶର ପରବର୍ତ୍ତୀ ଶିଳ୍ପ ଅଭିବୃଦ୍ଧିର ଏକ ଗେଟ୍‌-ୱେ (Gateway) ଭାବେ ଦର୍ଶାଇଥିଲେ। ସେ କହିଥିଲେ ଯେ ପଶ୍ଚିମ ଉପକୂଳ ସାମୁଦ୍ରିକ ବାଣିଜ୍ୟ ଏବଂ ଶିଳ୍ପ କାର୍ଯ୍ୟକଳାପର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଥିବାବେଳେ, ପୂର୍ବ ଉପକୂଳ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି ଏବଂ ଓଡ଼ିଶା ସେହି ସଫଳତାର ପୁନରାବୃତ୍ତି କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ଦକ୍ଷିଣ-ପୂର୍ବ ଏସିଆ, ପୂର୍ବ ଏସିଆ ଏବଂ ଇଣ୍ଡୋ-ପାସିଫିକ ଅଞ୍ଚଳ ସହିତ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ  ସମ୍ପଦ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଗସ୍ତରେ ସାମିଲ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାର ପ୍ରତିନିଧି ଦଳ ମୁନ୍ଦ୍ରା ଶିଳ୍ପାଞ୍ଚଳ ଏବଂ SEZ ପରିଦର୍ଶନ କରିଥିଲେ। ସେମାନେ କଣ୍ଟେନର ଜେଟି, ଭେରି ଲାର୍ଜ କ୍ରୁଡ୍ କ୍ୟାରିଅର୍ (VLCC) ଜେଟି, ତମ୍ବା ଉତ୍ପାଦନ ୟୁନିଟ୍, ସୌର ସେଲ୍ ଏବଂ ପବନ ଚଳିତ ଟର୍ବାଇନ୍ ଉପକରଣ ନିର୍ମାଣ କେନ୍ଦ୍ର ଗୁଡିକ ବୁଲି ଦେଖିଥିଲେ।

ଶିଳ୍ପପତିମାନଙ୍କୁ ଓଡ଼ିଶାର ନିବେଶ ସ୍ଥିତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ବର୍ତ୍ତମାନ ସୁଦ୍ଧା-

୮.୩୭ ଲକ୍ଷ କୋଟି ଟଙ୍କାର ୪୩୩ଟି ନିବେଶ ପ୍ରସ୍ତାବ ଅନୁମୋଦିତ

୨.୮୬ ଲକ୍ଷ କୋଟି ଟଙ୍କାର ୧୪୮ଟି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇସାରିଛି

 

ଏହି ଅବସରରେ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, “ମୁଁ ପାରାଦୀପ ମାଟିର ସନ୍ତାନ ଏବଂ ପାରାଦୀପ କିଭଳି ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିରେ ପରିବର୍ତ୍ତନ ଆଣିଛି ତାହା ମୁଁ ନିଜେ ଦେଖିଛି। ଆଜି ଆମେ ସେହି ମୂଳଦୁଆ ଉପରେ ବନ୍ଦର-ଭିତ୍ତିକ ଶିଳ୍ପାୟନର ଏକ ନୂତନ ପର୍ଯ୍ୟାୟ ଆରମ୍ଭ କରୁଛୁ।”

ସୂଚନାଯୋଗ୍ୟ ଯେ, ଧାମରା, ପାରାଦୀପ ଏବଂ ଗୋପାଳପୁର ଭଳି ପ୍ରମୁଖ ବନ୍ଦରଗୁଡ଼ିକ ସହିତ ଓଡ଼ିଶା ଭାରତର ପୂର୍ବ ଉପକୂଳରେ ବିକାଶର ଏକ ପ୍ରଭାବଶାଳୀ ଇଞ୍ଜିନ ଭାବେ ଉଭା ହେଉଛି।

 

ଏହି ଗସ୍ତ ଦ୍ୱାରା ବନ୍ଦର-ଭିତ୍ତିକ ଶିଳ୍ପାୟନ ଉପରେ ଓଡ଼ିଶାର ରଣନୈତିକ ଗୁରୁତ୍ୱ ବୃଦ୍ଧି ପାଇଛି । ଉପକୂଳ ଭିତ୍ତିଭୂମି ରାଜ୍ୟର ଅର୍ଥନୈତିକ ସମ୍ପ୍ରସାରଣର ମେରୁଦଣ୍ଡ ଭାବେ ଉଭା ହେଉଛି। ଶିଳ୍ପ କରିଡର, ଲଜିଷ୍ଟିକ୍ସ ହବ୍ ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (SEZ) ମାଧ୍ୟମରେ ଓଡ଼ିଶା ଏଭଳି ଏକ ସମନ୍ୱିତ ବ୍ୟବସ୍ଥା ଗଠନ କରୁଛି, ଯାହା ଓଡ଼ିଶାର ମାନୁଫାକ୍ଚରିଙ୍ଗ୍ କ୍ଷେତ୍ରକୁ ବିଶ୍ୱ ବଜାର ସହିତ ସହଜରେ ଯୋଡ଼ିପାରିବ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions