Nation

ପାଣ୍ଡିଆନଙ୍କୁ ଭେଟିଲେ ଭିଲେ ପର୍ଲେ କେଲାଭଣି ଅଧକ୍ଷ ପାରିଖ

Published

on

ଭୁବନେଶ୍ୱର: ଆଜି ନବୀନ ନିବାସ ଠାରେ 5T ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଶ୍ରୀ ଭିଲେ ପାର୍ଲେ କେଲାଭଣି ମଣ୍ଡଳ ଟ୍ରଷ୍ଟ ପକ୍ଷରୁ ଓଡିଶା ପ୍ରକଳ୍ପର ଅଧ୍ୟକ୍ଷ ଜଗଦିଶ ପାରିଖ, ସେକ୍ରେଟେରୀ ଡଃ ଜୟନ୍ତ ଗାନ୍ଧୀ ଓ କ୍ୟାମ୍ପସ ପ୍ରତିନିଧି ରଜତ ଅଗ୍ରୱାଲ ପ୍ରମୁଖ ଭେଟି ତାଙ୍କ ନୂତନ ଦାୟିତ୍ବ ପାଇଁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟରେ ଶିକ୍ଷା ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ଧନ୍ୟବାଦ ଜଣାଇଲେ।

ସୂଚନାଯୋଗ୍ୟ ଯେ ଶ୍ରୀ ଭିଲେ ପାର୍ଲେ କେଲାଭଣି ମଣ୍ଡଳ ଟ୍ରଷ୍ଟ ପକ୍ଷରୁ ଇନ୍‌ଫୋଭାଲୀ ଠାରେ ଏକ ମ୍ୟାନେଜମେଣ୍ଟ ଇନ୍‌ଷ୍ଟିଚ୍ୟୁଟ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ସହିତ ଆଜି ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଏହି ପ୍ରତିଷ୍ଠାନ ପାଇଁ ରାଜ୍ୟ ସରକାର ସହଯୋଗ ଯୋଗାଇ ଦେଇଥିବାରୁ ସେମାନେ ଖୁସିବ୍ୟକ୍ତ କରିବା ସହିତ ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଓଡିଶାକୁ ଏକ ଅଗ୍ରଣୀ ଶିକ୍ଷା ହବ୍‌ରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମର ଉଚ୍ଚ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version