ନୂଆଦିଲ୍ଲୀ: କଂଗ୍ରେସ ଦଳର ରାଷ୍ଟ୍ରୀୟ ସଭାପତିଭାବେ ମଲ୍ଲିକାର୍ଜୁନଖାର୍ଗେ ନିର୍ବାଚିତ ହେବାପରେ ବର୍ତମାନ ରାଜ୍ୟସଭାର ବିରୋଧୀଦଳ ନେତା କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଖାର୍ଗେ ରାଜ୍ୟସଭା ବିରୋଧୀଦଳ ନେତା ପଦରୁ ଇସ୍ତଫା ଦେବାପରେ ଏହି ପଦବୀ ଖାଲି ଅଛି।
ଏହି ପଦ ପାଇଁ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାବରମ ଓ ପୂର୍ବତନ ପରିବେଶ ମନ୍ତ୍ରୀ ଜୟରାମ ରମେଶଙ୍କ ନାମ ଆଗରେ ଅଛି। ତେବେ ଦକ୍ଷିଣ ଭାରତର କର୍ଣ୍ଣାଟକରୁ ଖାର୍ଗେ ସଭାପତି ହେବାପରେ ଦକ୍ଷିଣ ଭାରତର ତାମିଲନାଡୁର ଚିଦାମ୍ବରମ ବା କର୍ଣ୍ଣାଟକର ଜୟରାମ ରମେଶ ବଦଳରେ ଏହି ପଦବୀରେ ଉତ୍ତର ଭାରତ ଅର୍ଥାତ ହିନ୍ଦୀ ଭାଷାଭାଷୀ ଅଂଚଳର ନେତାଙ୍କୁ କଂଗ୍ରେସ ବସାଇବାର ସମ୍ଭାବନା ରହିଛି।
ତେବେ ଯେଉଁଭଳି ସମସ୍ତ ପ୍ରତିକୂଳ ପରିସ୍ଥିତି ଭିତରେବି ଚିଦାମ୍ବରମ ମୋଦି ସରକାର ବିରୁଦ୍ଧରେ କଂଗ୍ରେସ ପାଇଁ ଲଢେ଼ଇ କରୁଛନ୍ତି ସେଥିରେ କଂଗ୍ରେସ ତାଙ୍କୁ ଏହି ପଦବୀରେ ବସାଇଲେ ଦଳ ଲାଭବାନ ହେବ।