ଭୁବନେଶ୍ୱର:ରିପବ୍ଲିକ ଟିଭି ଚାନେଲର ପରିଚାଳନା ନିର୍ଦେଶକ ତଥା ମୁଖ୍ୟ ସମ୍ପାଦକ ଅର୍ନବ ରଞ୍ଜନ ଗୋସ୍ୱାମୀଙ୍କ ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧକ୍ଷା ସୋନିଆ ଗାନ୍ଧୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ କୁ ବିରୋଧ କରି ଗୁରୁବାର ରାଜ୍ୟର ବିଭିନ୍ନ ଥାନାରେ ଗୋସ୍ୱାମୀଙ୍କ ନାମରେ ଏତେଲା ଦିଆଯାଇଛି।
ଭୁବନେଶ୍ୱର -କଟକ ପୋଲିସ କମିଶନରଙ୍କୁ ଭେଟି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବିପତ୍ର ଦେଇଛନ୍ତି।
ସୂଚନା ଅନୁସାରେ ଚଳିତ ମାସ ୧୬ ଓ ୧୭ ମଧ୍ୟରାତ୍ରି ରେ ପାଲଘର (ମହାରାଷ୍ଟ୍ର) ରେ ହୋଇଥିବା ଗୋଷ୍ଠୀ ହିଂସା ବିଷୟରେ ୨୧ ତାରିଖ ଦିନ ରିପବ୍ଲିକ୍ ଟିଭି ଚ୍ୟାନେଲର ପରିଚାଳନା ନିର୍ଦେଶକ ତଥା ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ରଞ୍ଜନ ଗୋସ୍ବାମୀ ଉପସ୍ଥାପକ ଭାବେ ଅଖିଳ ଭାରତ କଂଗ୍ରେସ କମିଟି ର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଆକ୍ଷେପ କରି ଆଶାଳୀନ ଓ ବିବାଦୀୟ ମନ୍ତବ୍ଯ ଦେବାସହ ସହ କିଛି ଧାର୍ମିକ ଗୋଷ୍ଠୀ ବିଷୟେରେ ବିବାଦୀୟ ମନ୍ତବ୍ଯ ରଖିଥିଲେ। ଯାହାଦ୍ବାରା ଗାନ୍ଧୀଙ୍କ ସମ୍ମାନ ଓ ମର୍ଯାଦା ହାନୀ ଘଟିବା ସହ ସାମ୍ପ୍ରଦାୟିକ ହିଂସା କୁ ପ୍ରୋସ୍ଚାହିତ କରାଯାଇଛି। ଏହା ଗୋସ୍ବାମୀଙ୍କ କିଛି ଧାର୍ମିକ ଗୋଷ୍ଠୀ ମାନଙ୍କ ପ୍ରତି ଥିବା ବ୍ୟକ୍ତିଗତ ଆକ୍ରୋଶ ଓ କୁଶ୍ଚିତ ମନୋଭାବ କୁ ସୂଚାଉଛି। ଏଣୁ ତୁରନ୍ତ ଅର୍ନବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପିସିସି ସଭାପତି ପଟ୍ଟନାୟକ ଆଜି ପୋଲିସ କମିଶନର ଙ୍କୁ ଭେଟି ଦାବିପତ୍ର ମାଧ୍ୟମରେ ଏହା ଜଣାଇଛନ୍ତି।
ପିସିସି ସାଭପତିଙ୍କ ଏତେଲାକୁ ଛାଡି କଟକ ବାରବାଟୀ ବିଧାୟକ ଏମ ଡି ମୁକିମ କଟକରେ ଏତେଲା ଦେଇଥିବା ବେଳେ ପୂର୍ବତନ ସାଂସଦ ଭକ୍ତ ଦାସ କଳାହାଣ୍ଡି ରେ ଏତେଲା ଦେଇଥିବା ବେଳେ ଏଆଇସିସି ସମ୍ପାଦକ ବିଶ୍ୱରଞ୍ଜନ ମହାନ୍ତି ଜଟଣୀ ଥାନାରେ ଏତେଲା ଦେଇଛନ୍ତି।
ସେହିପରି ଭୁବନେଶ୍ୱରରେ କ୍ୟାପିଟାଲ ଥାନାରେ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ଙ୍କ ସହ ସଂକୁନା କଂହର,ରଞ୍ଜିତ ପାତ୍ର ପ୍ରମୁଖ ଥାନାଅଧିକାରୀଙ୍କୁ ଦାବିପତ୍ର ଦେଇଥିବାବେଳେ ଲିଙ୍ଗରାଜ ଥାନାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ର ଙ୍କ ସହ ଉପସଭାପତି ସୁବ୍ରତ ମହାପାତ୍ର,ଜୟକୃଷ୍ଣ ସୁବୁଦ୍ଧି,ଶ୍ରୀୟସ୍ମିତା ପଣ୍ଡା ପ୍ରମୁଖ ଥନାଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି। ସେହିପରି ଛାତ୍ର କଂଗ୍ରେସ ଆଦିତ୍ୟ ପ୍ରୀତମ ଦାସ,ନିରଞ୍ଜନ ନାୟକ ଓ ଅନ୍ୟମାନେ କ୍ୟାପିଟାଲ ଥାନାରେ ଥାନାଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି ସେହିପରି ପ୍ରଦେଶ କଂଗ୍ରେସ ର ସାଧାରଣ ସମ୍ପାଦକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହ ସଂପାଦକ ଚିନ୍ମୟ ସୁନ୍ଦର ଦାସ ,ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଓ ନରେଶ ମହାନ୍ତି ଖାରବେଳ ନଗର ଥାନାରେ ଏତେଲା ଦେଇଥିଲେ। ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସଭାପତି ମାନସ ଚୌଧୁରୀଙ୍କ ନିର୍ଦେଶ ରେ ଭୁବନେଶ୍ୱର ମହିଳା କଂଗ୍ରେସ ସଭାପତି ଗୀତାଞ୍ଜଳି ମହାନ୍ତି ଙ୍କ ସହ ଜିଲ୍ଲା କଂଗ୍ରେସ ଉପସଭାପତି ଆଶିଷ ମଲ୍ଲିକ, ବ୍ଲକ ସାଭପତି ମନୋରଞ୍ଜନ ଜେନା,ୱାର୍ଡ ସଭାପତି ପ୍ରମେଶ ସାହୂ ପ୍ରମୁଖ ଚନ୍ଦ୍ରଶେଖରପୁର ପୋଲିସ ଷ୍ଟେସନ ରେ ଏତେଲା ଦେଇଛନ୍ତି। ମଧ୍ୟମ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପାର୍ଥି ରାଜୀବ ପଟ୍ଟନାୟକ ମଧ୍ୟ କ୍ୟାପିଟାଲ ଥାନାରେ ଏତେଲା ଦେଇଛନ୍ତି।ଗତକାଲି ରାତିରେ ପ୍ରଦେଶ କଂଗ୍ରେସ ପକ୍ଷରୁ ମୁଖପାତ୍ର ରଜନୀ କୁମାର ମହାନ୍ତି ଓ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର କ୍ୟାପିଟାଲ ଥାନାରେ ଦେଇଥିବା ବେଳେ ବଲାଙ୍ଗୀର ଥାନାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏତେଲା ଦେଇଥିଲେ।