Connect with us

ଭୁବନେଶ୍ୱର:ରିପବ୍ଲିକ ଟିଭି ଚାନେଲର ପରିଚାଳନା ନିର୍ଦେଶକ ତଥା ମୁଖ୍ୟ ସମ୍ପାଦକ ଅର୍ନବ ରଞ୍ଜନ ଗୋସ୍ୱାମୀଙ୍କ ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧକ୍ଷା ସୋନିଆ ଗାନ୍ଧୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ କୁ ବିରୋଧ କରି ଗୁରୁବାର ରାଜ୍ୟର ବିଭିନ୍ନ ଥାନାରେ ଗୋସ୍ୱାମୀଙ୍କ ନାମରେ ଏତେଲା ଦିଆଯାଇଛି।
ଭୁବନେଶ୍ୱର -କଟକ ପୋଲିସ କମିଶନରଙ୍କୁ ଭେଟି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବିପତ୍ର ଦେଇଛନ୍ତି।
ସୂଚନା ଅନୁସାରେ ଚଳିତ ମାସ ୧୬ ଓ ୧୭ ମଧ୍ୟରାତ୍ରି ରେ ପାଲଘର (ମହାରାଷ୍ଟ୍ର) ରେ ହୋଇଥିବା ଗୋଷ୍ଠୀ ହିଂସା ବିଷୟରେ ୨୧ ତାରିଖ ଦିନ ରିପବ୍ଲିକ୍ ଟିଭି ଚ୍ୟାନେଲର ପରିଚାଳନା ନିର୍ଦେଶକ ତଥା ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ରଞ୍ଜନ ଗୋସ୍ବାମୀ ଉପସ୍ଥାପକ ଭାବେ ଅଖିଳ ଭାରତ କଂଗ୍ରେସ କମିଟି ର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଆକ୍ଷେପ କରି ଆଶାଳୀନ ଓ ବିବାଦୀୟ ମନ୍ତବ୍ଯ ଦେବାସହ ସହ କିଛି ଧାର୍ମିକ ଗୋଷ୍ଠୀ ବିଷୟେରେ ବିବାଦୀୟ ମନ୍ତବ୍ଯ ରଖିଥିଲେ। ଯାହାଦ୍ବାରା ଗାନ୍ଧୀଙ୍କ ସମ୍ମାନ ଓ ମର୍ଯାଦା ହାନୀ ଘଟିବା ସହ ସାମ୍ପ୍ରଦାୟିକ ହିଂସା କୁ ପ୍ରୋସ୍ଚାହିତ କରାଯାଇଛି। ଏହା ଗୋସ୍ବାମୀଙ୍କ କିଛି ଧାର୍ମିକ ଗୋଷ୍ଠୀ ମାନଙ୍କ ପ୍ରତି ଥିବା ବ୍ୟକ୍ତିଗତ ଆକ୍ରୋଶ ଓ କୁଶ୍ଚିତ ମନୋଭାବ କୁ ସୂଚାଉଛି। ଏଣୁ ତୁରନ୍ତ ଅର୍ନବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପିସିସି ସଭାପତି ପଟ୍ଟନାୟକ ଆଜି ପୋଲିସ କମିଶନର ଙ୍କୁ ଭେଟି ଦାବିପତ୍ର ମାଧ୍ୟମରେ ଏହା ଜଣାଇଛନ୍ତି।
ପିସିସି ସାଭପତିଙ୍କ ଏତେଲାକୁ ଛାଡି କଟକ ବାରବାଟୀ ବିଧାୟକ ଏମ ଡି ମୁକିମ କଟକରେ ଏତେଲା ଦେଇଥିବା ବେଳେ ପୂର୍ବତନ ସାଂସଦ ଭକ୍ତ ଦାସ କଳାହାଣ୍ଡି ରେ ଏତେଲା ଦେଇଥିବା ବେଳେ ଏଆଇସିସି ସମ୍ପାଦକ ବିଶ୍ୱରଞ୍ଜନ ମହାନ୍ତି ଜଟଣୀ ଥାନାରେ ଏତେଲା ଦେଇଛନ୍ତି।

ସେହିପରି ଭୁବନେଶ୍ୱରରେ କ୍ୟାପିଟାଲ ଥାନାରେ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ଙ୍କ ସହ ସଂକୁନା କଂହର,ରଞ୍ଜିତ ପାତ୍ର ପ୍ରମୁଖ ଥାନାଅଧିକାରୀଙ୍କୁ ଦାବିପତ୍ର ଦେଇଥିବାବେଳେ ଲିଙ୍ଗରାଜ ଥାନାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ର ଙ୍କ ସହ ଉପସଭାପତି ସୁବ୍ରତ ମହାପାତ୍ର,ଜୟକୃଷ୍ଣ ସୁବୁଦ୍ଧି,ଶ୍ରୀୟସ୍ମିତା ପଣ୍ଡା ପ୍ରମୁଖ ଥନାଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି। ସେହିପରି ଛାତ୍ର କଂଗ୍ରେସ ଆଦିତ୍ୟ ପ୍ରୀତମ ଦାସ,ନିରଞ୍ଜନ ନାୟକ ଓ ଅନ୍ୟମାନେ କ୍ୟାପିଟାଲ ଥାନାରେ ଥାନାଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି ସେହିପରି ପ୍ରଦେଶ କଂଗ୍ରେସ ର ସାଧାରଣ ସମ୍ପାଦକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହ ସଂପାଦକ ଚିନ୍ମୟ ସୁନ୍ଦର ଦାସ ,ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଓ ନରେଶ ମହାନ୍ତି ଖାରବେଳ ନଗର ଥାନାରେ ଏତେଲା ଦେଇଥିଲେ। ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସଭାପତି ମାନସ ଚୌଧୁରୀଙ୍କ ନିର୍ଦେଶ ରେ ଭୁବନେଶ୍ୱର ମହିଳା କଂଗ୍ରେସ ସଭାପତି ଗୀତାଞ୍ଜଳି ମହାନ୍ତି ଙ୍କ ସହ ଜିଲ୍ଲା କଂଗ୍ରେସ ଉପସଭାପତି ଆଶିଷ ମଲ୍ଲିକ, ବ୍ଲକ ସାଭପତି ମନୋରଞ୍ଜନ ଜେନା,ୱାର୍ଡ ସଭାପତି ପ୍ରମେଶ ସାହୂ ପ୍ରମୁଖ ଚନ୍ଦ୍ରଶେଖରପୁର ପୋଲିସ ଷ୍ଟେସନ ରେ ଏତେଲା ଦେଇଛନ୍ତି। ମଧ୍ୟମ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପାର୍ଥି ରାଜୀବ ପଟ୍ଟନାୟକ ମଧ୍ୟ କ୍ୟାପିଟାଲ ଥାନାରେ ଏତେଲା ଦେଇଛନ୍ତି।ଗତକାଲି ରାତିରେ ପ୍ରଦେଶ କଂଗ୍ରେସ ପକ୍ଷରୁ ମୁଖପାତ୍ର ରଜନୀ କୁମାର ମହାନ୍ତି ଓ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର କ୍ୟାପିଟାଲ ଥାନାରେ ଦେଇଥିବା ବେଳେ ବଲାଙ୍ଗୀର ଥାନାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏତେଲା ଦେଇଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

ଅପରାଧ

ଏବେ ବାବୁଙ୍କ ଗାଡି ଉପରେ ନଜର

Published

on

ଭୁବନେଶ୍ୱର: ଓଡିଶା ଭିଜିଲାନ୍ସ ପୋଲିସର ଆଖି ଏବେ ବାବୁଙ୍କ ଗାଡି ଉପରେ।

ବାବୁମାନେ ଚଢୁଥିବା ତିନୋଟି ଗାଡି ଉପରେ ଚଢ଼ାଉ କରି ଭିଜିଲାନ୍ସ ପୋଲିସ ଶନିବାର ପାଖାପାଖି ୧୩ ଲକ୍ଷ ନଗଦ ଟଙ୍କା ଜବତ କରିଛନ୍ତି।

କେଉଁଝର ବୈତରଣୀ ଇରିଗେସନ ଡିଭିଜନର ସୁପେରିନଟେଣ୍ଡେଟ ଇଂଜିନିୟରି ବିଧାନ ଚନ୍ଦ୍ର ସାହୁ ନିଜ ଗାଡିରେ କଟକ ଯାଉଥିବା ବେଳେ ପାଣିକୋଇଲି ଛକଠାରେ ଭିଜିଲାନ୍ସ ପୋଲିସ ଚଢ଼ାଉ କରି ନଗଦ ୧୦ ଲକ୍ଷ ପାଞ୍ଚ ହଜାର ଟଙ୍କା ଜବତ କରିଛନ୍ତି। ସାହୁଙ୍କ କଟକସ୍ଥିତ ବାସ ଭବନରେ ବର୍ତ୍ତମାନ ତଲାସୀ ଚାଲିଛି।

ସେହିଭଳି ଓଡିଶା ପଲୁସନ କଣ୍ଟ୍ରୋଲ ବୋର୍ଡ଼ର ରାଉରକେଲା ରିଜିଓନାଲ ଅଫିସର ଡ଼ଃ ପି କେ ମହାପାତ୍ର ରାଉରକେଲାରୁ ଭୁବନେଶ୍ୱର ଆସୁଥିବା ବେଳେ ଭୁବନେଶ୍ୱର ଠାରେ ତାଙ୍କ ପାଖରୁ ୧,୭୫,୦୦୦ ନଗଦ ଟଙ୍କା ଜବତ ହୋଇଛି। ତାଙ୍କର ଭୁବନେଶ୍ୱର ସୁନ୍ଦରପଦା ଘର ଉପରେ ଏବେ ଚଢ଼ାଉ ଜାରି ରହିଛି।

ଓଡିଶା ପଲୁସନ କଣ୍ଟ୍ରୋଲ ବୋର୍ଡ଼ର ବାଲେଶ୍ୱର ରିଜିଓନାଲ  ଅଫିସର ନରୋତ୍ତମ ବେହେରା ଭୁବନେଶ୍ୱର ଆସୁଥିବା ବେଳେ ଟାଙ୍ଗୀ ଚେକଗେଟ ନିକଟରେ ତାଙ୍କ ଗାଡି ଉପରେ ଚଢ଼ାଉ କରି ଭିଜିଲାନ୍ସ ପୋଲିସ ୮୯,୦୦୦ ନଗଦ ଟଙ୍କା ତାଙ୍କ ପାଖରୁ ଜବତ କରିଛନ୍ତି। ତାଙ୍କ ଘର ଉପରେ ଏବେ ଚଢ଼ାଉ ଚାଳିଛି।

 

Continue Reading

ଅପରାଧ

ତେର ଶହରୁ ଉର୍ଦ୍ଧ ହାଇଟେକ ଓ ରାଜଧାନୀ ସିଷ୍ଟମର କ୍ଷତିଗ୍ରସ୍ତ ଜମାକାରୀଙ୍କ ଦାବିପତ୍ର ଦାଖଲ

Published

on

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ତେରଶହରୁ ଉର୍ଦ୍ଧ ହାଇଟେକ ଇଷ୍ଟେଟସ ଏବଂ ରାଜଧାନୀ ସିଷ୍ଟମରେ ଜମିପାଇଁ ଟଙ୍କା ଜମାକରିଥିବା କ୍ଷତିଗ୍ରସ୍ତ ଜମାକାରୀ ସେମାନଙ୍କର ଜମା ଟଙ୍କା ଫେରସ୍ତ ପାଇଁ ଆବେଦନ କରି ସରିଲେଣି।
ଜମା ଟଙ୍କା ଫେରସ୍ତ ପାଇଁ ଆବେଦନ କରିବାକୁ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଗତ ଜୁନ ୪ ତାରିଖରୁ ଅନ-ଲାଇନରେ www.opid.odisha.gov.in ଦାବିପତ୍ର ମଗା ଯାଇଥିଲା। ଗତ ୧୪ ଦିନ ଭିତରେ ତେରଶହରୁ ଉର୍ଦ୍ଧ ଆବେଦନ ପତ୍ର ମିଳି ସାରିଲାଣି। ଆବେଦନ କରିବାର ଶେଷ ତାରିଖ ଜୁଲାଇ ୧୯,୨୦୨୧ ରହିଛି।
ଏହି ଦୁଇ କମ୍ପାନୀର କଲ୍ୟାଣ ବିହାର, କଲ୍ୟାଣ ବିହାର ଫେଜ୨,ଭାଗ୍ୟ ନଗର, କୁଞ୍ଜ ବିହାର ଓ ପୁଷ୍ପାଞ୍ଜଳି ଏନକ୍ଲେଭ ଯୋଜନାରେ ଲୋକଙ୍କୁ ଗୃହଉପଯୋଗୀ ଜମି ଦେବାକୁ କହି ବିପୁଳ ପରିମାଣର ଜମା ଟଙ୍କା ସଂଗ୍ରହ କରିଥିଲେ।

Continue Reading

ଅପରାଧ

ରେଲୱେ ସମ୍ପତ୍ତି ଚୋରି – ଆରପିଏଫ୍ ଦ୍ୱାରା ତିନିଜଣ ଗିରଫ

Published

on

ଭୁବନେଶ୍ୱର: ରେଳ ସମ୍ପତ୍ତି ଚୋରି ଅଭିଯୋଗରେ ରେଳ ସୁରକ୍ଷା ବଳ (ଆରପିଏଫ) ସ୍ଥାନୀୟ  ରେଳ ବିହାରରୁ ତିନି ଜଣଙ୍କୁ ଚୋରି କରୁଥିବା ସମୟରେ ଗିରଫ କରିଛି।

ରେଳ ବିହାର ବାସିନ୍ଦାଙ୍କଠାରୁ ସୂଚନା ପାଇବା ଏବଂ ସିସିଟିଭି ଫୁଟେଜ୍ ଅନୁଯାୟୀ, ଆରପିଏଫ୍ କ୍ରାଇମ ଇନଭେଷ୍ଟିଗେସନ୍ ଶାଖା (ସିଆଇବି) ଏବଂ ମୁଖ୍ୟାଳୟ ଆରପିଏଫ୍ ରିଜର୍ଭ କମ୍ପାନୀର ମିଳିତ ସହଯୋଗରେ ଏହି ଲୋକଙ୍କୁ ଗିରଫ କରିବା ସହ ରେଳ ସମ୍ପତ୍ତି ଜବତ କରିଛି।

ରେଳବିହାର ବାହାରେ ଚୋରି ଜିନିଷ ନେବା ପାଇଁ ଉପଲବ୍ଧ ଥିବା ଜଣେ ଲୋକ ସମେତ ତିନି ଜଣଙ୍କୁ ରେଲୱେ ସମ୍ପତ୍ତି ଏବଂ ଏସି ତମ୍ବା ତାର ଚୋରି କରି ନେଇଯାଉଥିବା ସମୟରେ ଆରପିଏଫ ଗତ ମେ ୧୭ ତାରିଖ ରାତିରେ ରେଳ ବିହାର କଲୋନୀରୁ ସେମାନଙ୍କୁ ଗିରଫ କରିଛି | ପୂର୍ବରୁ ସେମାନେ ରେଳ ବିହାରର କେତେକ ଘରୁ ତମ୍ବା ତାର ଓ ଏସି ଚୋରି କରିଥିବା ଦୋଷ ସ୍ୱୀକାର କରିଥିଲେ |

ସମସ୍ତ ଅଭିଯୁକ୍ତ ନିକଟସ୍ଥ ସାଲିଆ ସାହିର ବାସିନ୍ଦା ଏବଂ ରେଳ ବିହାର କଲୋନୀ ସହିତ ଭଲ ଭାବରେ ପରିଚିତ |

ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନଙ୍କୁ ମଞ୍ଚେଶ୍ୱର ଆରପିଏଫ ପୋଷ୍ଟକୁ ପଠାଯାଇଥିଲା। ଏହି ସଂପର୍କରେ ଚନ୍ଦ୍ରଶେଖରପୁର ପୋଲିସ ଷ୍ଟେସନକୁ ମଧ୍ୟ ସୂଚନା ଦିଆଯାଇଛି।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions