Connect with us

ଭୁବନେଶ୍ୱର ୩୦/୪ : ଇଭିଏମରେ ବ୍ୟାପକ ତ୍ରୁଟି । ଏକାଧିକ ସ୍ଥାନରେ ବୁଥ୍ ରିଗିଂ ଓ ହିଂସାକାଣ୍ଡ ସହିତ ଚତୁର୍ଥ ପର‌୍ୟ୍ୟାୟ ନିର୍ବାଚନ ଶଷ ହୋଇଛି। ପ୍ରଚଣ୍ଡ ତାତି ସତ୍ତ୍ବେ ସନ୍ଧ୍ୟା ୭ଟା ସୁଦ୍ଧା ୬୭.୫% ମତଦାତା ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇ ତାଙ୍କର ନିଷ୍ପତ୍ତି ଦେଇଛନ୍ତି। ମତଦାନ ହାର ଆହୁରି ବଢିପାରେ। ଆସନ୍ତା ମେ’ ୨୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପରେ ୩୮୮ ପ୍ରାର୍ଥୀଙ୍କ ମଧ୍ୟରୁ ଭୋଟର କାହାକୁ ବାଛିଲେ, କାହାକୁ ପ୍ରତ୍ୟାଖ୍ୟାନ କଲେ ତାହା ଜଣାପଡିବ। ଗତକାଲି କିନ୍ତୁ ଏ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି।
ଅନ୍ୟପକ୍ଷରେ ଏକ ଅଭାବନୀୟ ଘଟଣା କ୍ରମରେ ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଦୁଇ ଜଣ ପ୍ରିଜାଇଡିଂ ଅଫିସର ଓ ଜଣେ ଚତୁର୍ଥ ପୋଲିଂ ଅଫିସରଙ୍କୁ ନିଲମ୍ବନ କରିଛନ୍ତି। ସଂପ୍ରତି ଆସନ୍ତା ୪ ତାରିଖ ବେଳକୁ ବାତ୍ୟା ‘ଫୋନି’ ର ବଡ଼ ପ୍ରଭାବ ଓଡ଼ିଶା ଉପରେ ପଡୁଥିବା ପରିପ୍ରେକ୍ଷୀରେ ନିର୍ବାଚନ କମିସନଙ୍କ ପକ୍ଷରୁ ତତ୍ପରତା ପ୍ରକାଶପାଇଛି। ପୋଲିଂ ପାର୍ଟି ଫେରିବା ପରେ ମତଦାନ ରେକର୍ଡ଼ କରାଯାଇଥିବା ଇଭିଏମ ଗୁଡ଼ିକ ଯେପରି ସୁରକ୍ଷିତ ଭାବେ ଷ୍ଟ୍ରଙ୍ଗ ରୁମରେ ରଖାଯିବ ସେଥିପାଇଁ ସାମ୍ଭାବ୍ୟ ପ୍ରଭାବିତ ଜିଲ୍ଲାର ରିଟର୍ଣ୍ଣିଂ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଆବଶ୍ୟକ ନିର୍ଦ୍ଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ଦେଇଛନ୍ତି। ଏହାସହିତ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ୧୨ଟି ପୋଲିଂ ବୁଥରେ ଆସନ୍ତା ୫ କିମ୍ବା ୬ ତାରିଖ ପୂର୍ବରୁ ସାନି ମତଦାନ ନକରିବାକୁ ମଧ୍ୟ ଭାରତ ନିର୍ବାଚନ କମିସନଙ୍କୁ ସିଇଓ ଜଣାଇଥିବା କହିଛନ୍ତି।
ଗତକାଲି ଅନୁଷ୍ଠିତ ଭୋଟଗ୍ରହଣ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି, ସନ୍ଧ୍ୟା ୫ଟା ସୁଦ୍ଧା ଭଦ୍ରକ ସଂସଦୀୟ ନିର୍ବାଚନମଣ୍ଡଳୀରେ ୬୮% ମତଦାନ ହୋଇଛି। ମୟୁରଭଞ୍ଜରେ କିନ୍ତୁ ଏହି ହାର ୬୬%, ଯାଜପୁରରେ ୬୫%, କେନ୍ଦ୍ରାପଡ଼ାରେ ୬୫%, ଜଗତସିଂହପୁରରେ ୬୪% ଓ ବାଲେଶ୍ବରରେ ୬୪% ରହିଛି। ଯାଜପୁର ଜିଲ୍ଲାର ବିଞ୍ଝାରପୁର ବିଧାନସଭା ନିର୍ବାଚନମଣ୍ଡଳୀର ୨ଟି ବୁଥରେ ୨ଜଣ ପ୍ରିଜାଇଡିଂ ଅଫିସର ବେଆଇନ ଭାବେ ଭୋଟିଂ ପ୍ରକୋଷ୍ଠକୁ ଯାଇ ମତଦାନ ପ୍ରକିୟାକୁ ପ୍ରଭାବିତ କରିଥିବା ନେଇ ପ୍ରାରମ୍ଭିକ ପ୍ରମାଣ ମିଳିବା ପରେ ତତ୍କାଳ ସେ ଦୁହିଁଙ୍କୁ ନିଲମ୍ବନ କରାଯାଇଛି। ବିଞ୍ଝାରପୁର ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ ନମ୍ବର ୧୯୧ର ପ୍ରିଜାଇଡିଂ ଅଫିସର ବୈକୁଣ୍ଠନାଥ ମଲ୍ଲିକ ଓ ସେହି ନିର୍ବାଚନମଣ୍ଡଳୀର ବୁଥ୍ ନମ୍ବର ୧୩୫ର ପ୍ରିଜାଇଡିଂ ଅଫିସର ଧୀରେନ୍ଦ୍ର ତ୍ରିପାଠୀ ଭୋଟରଙ୍କୁ ସହାୟତା କରିବାକୁ ଯାଇ ଭୋଟିଂ ପ୍ରକୋଷ୍ଠ ଭିତରକୁ ଯାଇଥିଲେ। ଏପରି ଦାୟିତ୍ବହୀନ କାର‌୍ୟ୍ୟ ପାଇଁ ସେମାନଙ୍କୁ ତତକ୍ଷଣାତ ନିଲମ୍ବନ କରାଯାଇଛି।
ସେହିପରି ସୁକିନ୍ଦା ବିଧାନସଭା ନିର୍ବାଚନମଣ୍ଡଳୀର ପୋଲିଂ ବୁଥ ନମ୍ବର ୧୯୬ର ଚତୁର୍ଥ ପୋଲିଂ ଅଧିକାରୀ ଜନାର୍ଦ୍ଦନ ପୃଷ୍ଟି ଜଣେ ଭୋଟରଙ୍କୁ ସହାୟତା କରିବାକୁ ଯାଇ ଭୋଟିଂ ପ୍ରକୋଷ୍ଠକୁ ଚାଲିଯାଇଥିବାରୁ ନିଲମ୍ବିତ ହୋଇଛନ୍ତି। ଏ ୩ ଜଣ ନିଲମ୍ବିତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର‌୍ୟ୍ୟାନୁଷ୍ଠାନ ବି ନିଆଯିବ। ନିୟମାନୁଯାୟୀ କୌଣସି ବି ପରିସ୍ଥିତିରେ ଜଣେ ଭୋଟରଙ୍କୁ ସହାୟତା କରିବାକୁ ଯାଇ ଜଣେ ପୋଲିଂ ଅଧିକାରୀ କିମ୍ବା ପ୍ରିଜାଇଡିଂ ଅଫିସର ଭୋଟିଂ ପ୍ରକୋଷ୍ଠକୁ ଯାଇପାରିବେ ନାହିଁ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions