Connect with us

କେନ୍ଦ୍ରାପଡ଼ା ୨୯/୩ : କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୂର୍ବରୁ ଶାସକ ଦଳ ବିଜେଡ଼ି ଓ ବିଜେପି ନିଜ ନିଜ ସୀପାହିଙ୍କୁ ମଇଦାନକୁ ଓହ୍ଲାଇ ସାରିଛନ୍ତି । ରାଜ୍ୟ ରାଜନୀତିର ଅଭିଜ୍ଞ ନେତା ବୈଜୟନ୍ତ ପଣ୍ଡାଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଅଭିନତାରୁ ନେତା ବନିଥିବା ଅନୁଭବ ମହାନ୍ତିଙ୍କୁ ବାଛିଛନ୍ତି ବିଜେଡ଼ି ସୁପ୍ରିମୋ । ଏପଟେ ଆଜି କେନ୍ଦ୍ରାପଡ଼ା ରଣଭୂମି ପାଇଁ ଯୋଦ୍ଧା ବାଛିଛନ୍ତି କଂଗ୍ରେସ ହାଇକମାଣ୍ଡ । ଧରଣୀଧର ନାୟକଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି ଦଳ । ଏଥର ଭୋଟର କାହାକୁ ଦେବେ ଭୋଟ୍ ? କେନ୍ଦ୍ରାପଡ଼ା ବାସୀଙ୍କ ମନ ଜିଣିବାରେ କିଏ ସଫଳ ହେବ ? କାହାର ହେବ ଜିତାପଟ୍ ?
କେନ୍ଦ୍ରାପଡ଼ା ସମରରେ ଏଥର ମୁହାଁମୁହିଁ ହେବେ ବୈଜୟନ୍ତ ପଣ୍ଡା, ଅନୁଭବ ମହାନ୍ତି ଓ ଧରଣୀଧର ନାୟକ । ତିନି ପୋଖତ ନେତାଙ୍କ ମଧ୍ୟରେ ହେବ ଲଢ଼େଇ । ୧୯୯୮ରୁ କେନ୍ଦ୍ରାପଡ଼ାରେ ବିଜେଡ଼ି ନିଜର ଅସ୍ତିତ୍ୱ ଜାହିର କରିଆସିଛି । ୨୦୦୯ରୁ ବୈଜୟନ୍ତ ପଣ୍ଡା ଏହି ଆସନରୁ ନିର୍ବାଚିତ ହୋଇ ଆସୁଛନ୍ତି । ହେଲେ ଗତ କିଛି ମାସ ତଳେ ମନୋମାଳିନ୍ୟ ଯୋଗୁଁ ବୈଜୟନ୍ତ ପଣ୍ଡା ଦଳ ସହ ସମସ୍ତ ସମ୍ପର୍କ ତୁଟାଇ ବିଜେପିରେ ସାମିଲ ହୋଇଥିଲେ । ଆଉ ଚଳିତ ଥର ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ବିଜେପି । ଅନ୍ୟପଟେ ଅନୁଭବଙ୍କ ଲୋକପ୍ରିୟତା ବଳରେ ପୁଣି ଗଡ଼ ଅକ୍ତିଆର ଆଶାରେ ରହିଛି ଶାସକ ଦଳ ।
ବୈଜୟନ୍ତ ଓ ଅନୁଭବଙ୍କୁ କଡ଼ା ଟକ୍କର ଦେବା ପାଇଁ କଂଗ୍ରେସ ଧରଣୀଧର ନାୟକଙ୍କୁ ପ୍ରାର୍ଥୀ କରିଛି । ୨୦୧୪ରେ ନିର୍ବାଚନ ହାରିଥିଲେ ମଧ୍ୟ ଧରଣୀଧରଙ୍କ ଉପରେ ପୁଣି ଥରେ ଆସ୍ଥା କରିଛି ଦଳ । କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ବୈତରଣୀ ପାର କରିବା ପାଇଁ ଧରଣୀଧରଙ୍କୁ ମଙ୍ଗ ଧରାଇଛନ୍ତି କଂଗ୍ରେସ ହାଇକମାଣ୍ଡ । ୨୦୧୪ ନିର୍ବାଚନରେ ବୈଜୟନ୍ତ ପଣ୍ଡାଙ୍କ ଠାରୁ ପରାଜିତ ହୋଇଥିଲେ ଧରଣୀଧର । ବୈଜୟନ୍ତ ପଣ୍ଡାଙ୍କୁ ୬,୦୧,୫୭୪ ଭୋଟ ମିଳିଥିବା ବେଳେ ଧରଣୀଧରଙ୍କୁ ମିଳିଥିଲା ୩,୯୨,୪୬୬ ଭୋଟ । ତେବେ ଚଳିତ ନିର୍ବାଚନ ପାଇଁ ପୁଣି ଥରେ ଧରଣୀଧରଙ୍କୁ ସୁଯୋଗ ଦେଇଛି ଦଳ ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions