Connect with us

ନୟାଗଡ ୨୪/୩ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ନୟାଗଡରୁ ଆରମ୍ଭ ହେଲା ବିଜେଡିର ପ୍ରଚାର ଅଭିଯାନ । ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆରମ୍ଭରୁ କେନ୍ଦ୍ର ଉପରେ ବର୍ଷିଲେ ବିଜେଡି ସୁପ୍ରିମୋ । ୨୧ ରୁ ୨୧ ଲୋକସଭା ଆସନରେ ବିଜେଡି କ୍ଲିନ୍ ସୁଇପ କରିବ ବୋଲି ଦମ୍ଭୋକ୍ତି ବାଢିଛନ୍ତି ବିଜେଡି ସୁପ୍ରିମୋ । ସେ କହିଛନ୍ତି କେନ୍ଦ୍ରରେ ଏଥର କୌଣସି ଦଳ ବହୁମତ ପାଇବେ ନାହିଁ । ତେଣୁ କେନ୍ଦ୍ରରେ ସରକାର ଗଠନ କରିବାରେ ଓଡିଶାର ପ୍ରମୁଖ ଭୂମିକା ରହିବ ।


ଆଜି ନୟାଗଡରେ କେନ୍ଦ୍ରୀୟ ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି ନବୀନ । ସେ କହିଛନ୍ତି ୨୦୧୪ ନିର୍ବାଚନ ସମୟରେ, ବିଜେପିର ଇସ୍ତାହାରରେ ପ୍ରଥମ ପ୍ରସଙ୍ଗ ଥିଲା ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବା । କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଏହି ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହେଲା । ଓଡିଶାବାସୀଙ୍କୁ ବିଜେପି ଧୋକା ଦେଇଛି ବୋଲି ନବୀନ କହିଛନ୍ତି । ଓଡିଶାର ହକ୍ ପାଇଁ ରାଜ୍ୟ ବିଜେପି କେବେ ହେଲେ ଲଢିନାହିଁ କିମ୍ବା ଆଗକୁ ଲଢିପାରିବ ନାହିଁ । କାହିଁକି ନା ରାଜ୍ୟ ବିଜେପିର ରିମୋଟ୍ ରହିଛି କେନ୍ଦ୍ର ପାଖରେ । କିନ୍ତୁ ବିଜେଡିର ହାଇକମାଣ୍ଡ ହେଉଛନ୍ତି ଓଡିଶାବାସୀ । ଏବଂ ବିଜେଡିର ରିମୋଟ୍ କଣ୍ଟ୍ରୋଲ ସାଢେ ୪କୋଟି ଓଡିଆଙ୍କ ପାଖରେ ରହିଛି ।


ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ଦେଶରେ ବିଜେଡି ହେଉଛି ପ୍ରଥମ ଦଳ, ଯିଏକି ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପ୍ରସଙ୍ଗକୁ ବାସ୍ତବତାରେ ପରିଣତ କରିଛି । ନବୀନ କହିଛନ୍ତି, ମହିଳାଙ୍କର ଉନ୍ନତି ହେଲେ, ରାଜ୍ୟ ତଥା ଦେଶର ଉନ୍ନତି ହୋଇପାରିବ । ଏହା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡିଶାବାସୀ ଉପକୃତ ହେଉଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କାଳିଆ ଯୋଜନାରେ ଉପକୃତ ହେଉଛନ୍ତି ୩୫ ଲକ୍ଷ ଚାଷୀ । ଆହୁରି ୨୦ ଲକ୍ଷ୍ୟ ଚାଷୀଙ୍କ ନାଁ ପଞ୍ଜୀକୃତ ହୋଇଛି । କେହି ହେଲେ ଜଣେ ଯୋଗ୍ୟ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ ହେବେ ନାହିଁ ବୋଲି ନବୀନ କହିଛନ୍ତି । ଏହି ପ୍ରସଙ୍ଗରେ ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ । କହିଛନ୍ତି ବିରୋଧୀ ମିଛ ପ୍ରଚାର କରୁଛନ୍ତି । ବିଜେଡି ସବୁବେଳେ ଓଡିଶାବାସୀଙ୍କ ଉନ୍ନତି ପାଇଁ କାମ କରିଆସୁଛି ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions