Connect with us

ନୂଆଦିଲ୍ଲୀ ୧୦/୪ : ୧୧ ଏପ୍ରିଲକୁ ପ୍ରଥମ ଚରଣ ମତଦାନ ହେବାକୁ ଯାଉଛି । ଏହି ନିର୍ବାଚନରେ ପ୍ରଥମଥର ପାଇଁ ଭୋଟ୍ ଦେବାକୁ ଯାଉଛନ୍ତି ୭.୬ କୋଟି ଭୋଟର୍ସ । ସବୁ ରାଜ୍ୟରେ ରାଜନୈତିକ ଦଳ ଏମାନଙ୍କ ଆଡକୁ ଆଶା,ଆଙ୍କାକ୍ଷାରେ ଭରି ହୋଇ ରହିଥିବା ଆଖିରେ ଚାହିଁ ରହିଛନ୍ତି । ତେବେ ଭୋଟ୍ ଦେବା ପୂର୍ବରୁ ଆପଣଙ୍କୁ ଆପଣଙ୍କ ନାଁ ଖୋଜିବା ସହ ଅନ୍ୟ କିଛି ଚରଣକୁ ମଧ୍ୟ ପୁରଣ କରିବାକୁ ମଧ୍ୟ ପଡିବ ।
ମତଦାନ ପାଇଁ ସବୁଠାରୁ ଜରୁରୀ କଥା ହେଉଛି ଭୋଟର ଲିଷ୍ଟରେ ନିଜର ନାଁ ରହିବା । ଏଥିପାଇଁ ଆପଣଙ୍କୁ କିଛି ଷ୍ଟେପ୍ ଫଲୋ କରିବାକୁ ପଡିବ । ସର୍ବପ୍ରଥମେ ନ୍ୟାସନାଲ୍ ଭୋଟର ସର୍ଭିସେଜ୍ ପୋର୍ଟଲ ଆୟୋଗ (ଘଝଠଚ) ର ଇଲେକ୍ଟୋରଲ ସର୍ଚ୍ଚରେ ଯାଆନ୍ତୁ । ଏଥିରେ ଆପଣ ନିଜର ନାଁ ଏବଂ ଭୋଟର ଲିଷ୍ଟରେ ମଧ୍ୟ ଦୁଇପଟୁ ଚେକ୍ କରିପାରିବେ । ଆପଣ ନିଜର ଡିଟେଲ୍ସ ଏଥିରେ ଦିଆଯାଇଥିବା କଲମ୍ ରେ ଭରି ନିର୍ବାଚନ କାର୍ଡ ଏପିକ୍ ନମ୍ବର ଜରିଆରେ ଭରନ୍ତୁ । ଏହି ଏପିକ୍ ନମ୍ବର ଆପଣଙ୍କ ଭୋଟର ଆଇଡି କାର୍ଡରେ ଗାଢ ଅକ୍ଷରରେ ଲେଖା ହୋଇଥାଏ ।
ଯଦି ଆପଣଙ୍କ ପାଖରେ କାର୍ଡ ରହିଛି ଏବଂ ଆପଣଙ୍କୁ ଏହି ଏପିକ୍ କାର୍ଡ ବିଷୟରେ ଜ୍ଞାତ ଅଛି ତେବେ ଘଝଠଚ (ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗଙ୍ଗଙ୍ଗ.ଦ୍ଭଙ୍ଖଗ୍ଦକ୍ଟ୍ର.ସଦ୍ଭ/) ର ଇଲେକ୍ଟୋରଲ୍ ସର୍ଚ୍ଚକୁ ଯାଆନ୍ତୁ । ଏହାପରେ ଝରବକ୍ସମଷ ଭଚ୍ଚ ଋଚଓଉ ଘକ୍ଟ. କଲମ୍ ଉପରେ କ୍ଲିକ୍ କରନ୍ତୁ । ନିଜର ଏପିକ୍ ନମ୍ବର ଏଥିରେ ଦିଅନ୍ତୁ ଏବଂ ଡ୍ରପ୍ ଡାଉନ୍ ମେନ୍ୟୁ ଜରିଆରେ ନିଜର ରାଜ୍ୟ ସିଲେକ୍ଟ କରନ୍ତୁ । ଏହାପରେ କେପଚା ଇମେଜ୍ ରେ ଦିଆଯାଇଥିବା କୋଡ୍ କୁ ବକ୍ସରେ ଭରନ୍ତୁ ଏବଂ ସର୍ଚ୍ଚ ଉପରେ କ୍ଲିକ୍ କରନ୍ତୁ । ଯଦି ଆପଣଙ୍କ ନାଁ ଭୋଟର ଲିଷ୍ଟରେ ଥିବ ତାହେଲେ ଏହା ଆପଣଙ୍କ ସାମ୍ନାକୁ ଆସିଯିବ । ଯଦି ଆପଣଙ୍କ ପାଖରେ ଭୋଟର କାର୍ଡ ତଥା ଏପିକ୍ ନମ୍ବର ନାହିଁ ତେବେ ଘଝଠଚ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗଙ୍ଗଙ୍ଗ.ଦ୍ଭଙ୍ଖଗ୍ଦକ୍ଟ୍ର.ସଦ୍ଭ/) ର ଇଲେକ୍ଟ୍ରୋରଲ୍ ସର୍ଚ୍ଚରେ ଯାଆନ୍ତୁ । ଝରବକ୍ସମଷ ଭଚ୍ଚ ଊରଗ୍ଧବସକ୍ଷଗ୍ଦ କଲମରେ କ୍ଲିକ୍ କରନ୍ତୁ । ଏଠାରେ ନିଜର ନାଁ,ଲିଙ୍ଗ,ଆୟୁ,ନିର୍ବାଚନ କ୍ଷେତ୍ର ଆଦିର ବିବରଣୀ ଦିଅନ୍ତୁ । ଏହାପରେ କେପଚା ଇମେଜରେ ଦେଖାଯାଉଥିବା ଇମେଜକୁ ଭରି ସର୍ଚ୍ଚ ଉପରେ କ୍ଲିକ୍ କରନ୍ତୁ । ଯଦି ସର୍ଚ୍ଚ ବଟନ୍ ତଳେ ଆପଣଙ୍କ ନାଁ ଆସୁଛି ତେବେ ଭୋଟର ଲିଷ୍ଟରେ ଆପଣଙ୍କ ନାଁ ରହିଛି ।
ମତଦାନ କେନ୍ଦ୍ର ଖୋଜିବା –
ଏହାପରେ କାମ ହେଉଛି ମତଦାନ କେନ୍ଦ୍ର ଖୋଜିବା । ଏଥିପାଇଁ ସର୍ବପ୍ରଥମେ ନିଜର ରାଷ୍ଟ୍ରୀୟ – ମତଦାତା ସୂଚୀରେ ନାଁ ମିିଳିବା ପରେ ମତଦାନ କେନ୍ଦ୍ର ଖୋଜନ୍ତୁ । ଏଥିପାଇଁ ସର୍ବପ୍ରଥମେ ରାଷ୍ଟ୍ରୀୟ ମତଦାତା ସେବା ପୋର୍ଟାଲ୍ (ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗଙ୍ଗଙ୍ଗ.ଦ୍ଭଙ୍ଖଗ୍ଦକ୍ଟ୍ର.ସଦ୍ଭ/) କୁ ଯାଆନ୍ତୁ । ନାଗରିକ ସୁଚନାର ବିକଳ୍ପରେ ଯାଇ ବୁଥ୍ ଉପରେ କ୍ଳିକ୍ କରନ୍ତୁ । ନାଗରିକ ସୂଚନାର ବିକଳ୍ପରେ ଯାଇ ବୁଥ୍ ଉପରେ କ୍ଲିକ୍ କରନ୍ତୁ । ନାଗରିକ ସୁଚନା ବିକଳ୍ପରେ ଯାଇ ବୁଥ୍ ଉପରେ କ୍ଲିକ୍ କରନ୍ତୁ । ନିଜ ନାଁ,ବାପା/ସ୍ୱାମୀଙ୍କ ନାଁ ଭରନ୍ତୁ । କାପଚା କୋଡ୍ ପକାଇ ଏଣ୍ଟର କରିବା ପରେ ମତଦାନ କେନ୍ଦ୍ରର ନାଁ ଏବଂ ଅନ୍ୟ ସବୁ ବିବରଣୀ ପେଜ୍ ଉପରେ ଆସିଯିବ ।

ଦେଶ ବିଦେଶ

ଆଦର୍ଶ ଘରଭଡା ଆଇନକୁ ‘ପଗଡ଼ି ଭଡାଟିଆଙ୍କ’ ବିରୋଧ

Published

on

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆଦର୍ଶ ଘରଭଡ଼ା ଆଇନକୁ ‘ପଗଡ଼ି ଭଡାଟିଆ’ମାନେ ବିରୋଧ କରିବା ଆରମ୍ଭ କରିଛନ୍ତି। ନୂଆଦିଲ୍ଲୀ ଏବଂ ଦେଶର ବଡ ବଡ ସହରରେ ଯେଉଁଠାରେ ପାଗଡ଼ି ବ୍ୟବସ୍ଥା ଚାଲିଛି ସେହିସବୁ ସହରରେ ଭଡାଟିଆମାନେ ନୂଆ ଆଦର୍ଶ ଘରଭଡା ଆଇନକୁ ନେଇ ଆସନ୍ତୁଷ୍ଟ ଅଛନ୍ତି।
ଘର ଏବଂ ଦୋକାନଘର ଭଡ଼ାରେ ନେଲାବେଳକୁ ସେମାନଙ୍କୁ ହଜାର ହଜାର ଏବଂ ଲକ୍ଷ ଲକ୍ଷ ଟଙ୍କା ପଗଡ଼ି ଦେବାକୁ ପଡିଛି। ବର୍ତ୍ତମାନ ନୂଆ ଆଇନ ଆସିଲେ ସେମାନଙ୍କୁ ଘର ମାଲିକସହ ନୂଆ ଘରଭଡ଼ା ଚୁକ୍ତି କରିବାକୁ ହେବ। ପଗଡ଼ି ଅର୍ଥର ଆଉ କିଛି ମାନେ ରହିବ ନାହିଁ। ବର୍ତ୍ତମାନର ବଜାର ଦରରେ ଘରଭଡା ଦେବାକୁ ହେବ।
ଦିଲ୍ଲୀର ସମ୍ଭ୍ରାନ୍ତ କନ୍ନଟ ପ୍ଲେସ ଅଂଚଳରେ ଥିବା ହଜାର ହଜାର ସଂଖ୍ୟର ଦୋକାନ ମାଲିକମନେ କ୍ଷତିଗ୍ରସ୍ତ ହେବେ।
ରାଜଧାନୀ ପଗଡି କିରାୟଦାର ସଂଗଠନ ପକ୍ଷରୁ ଏହି ଆଇନକୁ ବିରୋଧ କରାଯିବା ସହ ଏହି ଆଇନ ଫଳରେ ପଗଡ଼ି କିରାୟଦାରମନେ ବେଘର ହୋଇଯିବେ ଏବଂ ସେମାନଙ୍କର ବ୍ୟବସାୟ ବୁଡିଯିବ ବୋଲି କହିଛି। ଏହି ଆଇନ ଜମି ମାଫିଆମାନକୁ ସାହାଯ୍ୟ କରିବ ବୋଲି ସଂଗଠନ କହିଛି।
କେନ୍ଦ୍ର ସରକାରଙ୍କ ଆଦର୍ଶ ଘରଭଡା ଆଇନଫଳରେ ଭଡାଟିଆଙ୍କ କବଜାରେ ଥିବା ଘର ଓ ଦୋକାନଘରଗୁଡ଼ିକ ମଳିକମାନଙ୍କ ହାତକୁ ଫେରିବେ। ବର୍ତମାନ ଏନେକ ଭଡାଟିଆ ଅତି ଅଳ୍ପ ଭଡ଼ା ଦେଇ ସହରର ପ୍ରମୁଖ ସ୍ଥାନରେ ବର୍ଷ ବର୍ଷ ଧରି ଘରେ ରହି ଆସୁଛନ୍ତି।
କେନ୍ଦ୍ର ଆଦର୍ଶ ଘରଭଡା ଆଇନକୁ ରାଜ୍ୟ ସରକାରଗୁଡିକ ରାଜ୍ୟରେ ପ୍ରବର୍ତ୍ତନ କରିବା ପରେ ଏହା କାର୍ଯ୍ୟକାରୀ ହେବ।

Continue Reading

World

ଭାରତ ଆନ୍ତର୍ଜାତିକ ଷ୍ଟାର୍ଟଅପ ସମ୍ମିଳନୀ

Published

on

ଭୁବେନଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଆନ୍ତର୍ଜାତିକ ଷ୍ଟାଟ୍‌ଅପ୍ ସମ୍ମିଳନୀ ‘ପ୍ରାରମ୍ଭ’କୁ ଆସନ୍ତା ଜାନୁୟାରୀ 16 ତାରିଖ ଦିନ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଅପରାହ୍ନ 5ଟା ସମୟରେ ଉଦ୍‌ଘାଟନ କରିବେ ।

ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏହି ସମ୍ମିଳନୀ ଆୟୋଜନ କରାଯାଇଛି । ଏହା ଚଳିତ ଜାନୁୟାରୀ 15 ଏବଂ 16ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ ।

ଗତ 2018 ମସିହା ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଠମାଣ୍ଡୁଠାରେ ଅନୁଷ୍ଠିତ ଚତୁର୍ଥ ବିମ୍‌ଷ୍ଟେକ୍ ସମ୍ମିଳନୀରେ ଭାରତ ବିମ୍‌ଷ୍ଟେଟ୍ ଷ୍ଟାଟଅପ ସିମ୍ମଳନୀର ଆୟୋଜନ କରିବ ବୋଲି ଘୋଷଣା କରିଥିଲେ । ଗତ 2016 ମସିହା ଜାନୁୟାରୀ 16ତାରିଖ ଦିନ ପ୍ରଧାନମନ୍ତ୍ରୀ ଷ୍ଟାଟ୍‌ଅପ ଇଣ୍ଡିଆ ଇନିସିଏଟିଭର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମର 5ବର୍ଷ ପୂର୍ତି ଅବସରରେ ଏହି ବିମ୍‌ଷ୍ଟେଟ ଷ୍ଟାର୍ଟଅପ୍ ସମ୍ମିଳନୀ ‘ପ୍ରାରମ୍ଭ’ ଆୟୋଜିତ ହେଉଛି ।

ଏଥିରେ 25ଟିରୁ ଅଧିକ ଦେଶର 200ରୁ ଅଧିକ ବିଶ୍ୱସ୍ତରୀୟ ବକ୍ତା ଅଂଶଗ୍ରହଣ କରୁଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ ଏହା ସର୍ବବୃହତ୍ ସମ୍ମିଳନୀ । ଏଥିରେ 24ଟି ଅଧିବେଶନରେ ‘ଷ୍ଟାର୍ଟଅପ୍ ଇକୋ ସିଷ୍ଟମ’କୁ ବିଶ୍ୱବ୍ୟାପୀ ସୁଦୁଢ କରିବାକୁ ବହୁପକ୍ଷୀୟ ସହଯୋଗ ଉପରେ ଗୁରୁତ୍ୱ ଦିଆଯିବ ।

Continue Reading

ଅର୍ଥନୀତି

ଦେଶର ବେକାରୀ ଡାଟା ପାଇଁ ଡାଟା ମ୍ୟାନ ଦଣ୍ଡିତ

Published

on

ନୂଆଦିଲ୍ଲୀ: ଦେଶର ବେକାରୀ ସଂଖ୍ୟା ଗତ ୪୫ ବର୍ଷରେ ସର୍ବାଧିକ। ଏହି ତଥ୍ୟ ପ୍ରକାଶ କରିବା ଆଜି ଦେଶର ଚିଫ ଷ୍ଟାଷ୍ଟିସିଆନ ତଥା କେନ୍ଦ୍ର ଷ୍ଟାଷ୍ଟିକସ ଅଣ୍ଡ ପ୍ରୋଗ୍ରାମ ଇଂପ୍ଲିମେଂଟସନ ବିଭାଗର ସଚିବ ପ୍ରବୀଣ ଶ୍ରୀବାସ୍ତବଙ୍କ ପାଇଁ ବେଶ ମହଙ୍ଗା ପଡିଛି।

ପ୍ରବୀନଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୩୧ ତାରିଖରେ ସରୁଛି। ତାଙ୍କର ଚାକିରୀକାଳ ବୃଦ୍ଧି ପାଇଁ ପ୍ରସ୍ତାବ ଯାଇଥିଲା। ହେଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମଓ ତାହାକୁ ନାକଚ କରି ଦେଇଛି।

ଶ୍ରୀବାସ୍ତବ, ୧୯୮୩ ବ୍ୟଚର ଇଣ୍ଡିଆନ ଷ୍ଟାଷ୍ଟିକାଲ ଅଫିସର, ଗତ ୨୦୧୮ ଅକ୍ଟୋବରରେ ଦେଶର ଚିଫ ଷ୍ଟାଷ୍ଟିଆନ ପଦବୀରେ ନିିଯୁକ୍ତି ପାଇଥିଲେ।

ଶୁଣା ଯାଉଛି ଯେ ବେକାରୀ ଡାଟା ଗଣମାଧ୍ୟମରେ ଲିକ ହେବା ଫଳରେ ସରକାରଙ୍କୁ ବିରୋଧୀ ଦଳର ସମାଲୋଚନାର ଶରବ୍ୟ ହେବାକୁ ପଡିଲା। ଏହି କାରଣରୁ ଶ୍ରୀବାସ୍ତବଙ୍କୁ ଆଉ ଅନୁଗ୍ରହ ଦେଖାଇବାକୁ ସରକାର ଚାହିଁଲେ ନାହିଁ।

ପୁର୍ବରୁ ପ୍ରଣବ ସେନ ଓ ଟି ସି ଏ ଅନନ୍ତ ଏହି ପଦବୀରେ ଥଲେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions