Connect with us

ନୂଆଦିଲ୍ଲୀ: ବିଜେପିରେ ଅଲୋଡା ହେଉଛନ୍ତି କି ମୋଦି? ଏହି ପ୍ରଶ୍ନ ବର୍ତମାନ ଅନ୍ଦୋଳିତ କରିବାକୁ ଲାଗିଛି ରାଜନୈତିକ ପର୍ଯ୍ୟବେକ୍ଷକ ମାନଙ୍କୁ ।
ସଂପ୍ରତି ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ହିନ୍ଦୀଭାଷୀ ରାଜ୍ୟରେ ବିଜେପିର ପରାଜୟ ପରେ ମୋଦିଙ୍କର ଭାବମୂର୍ତିରେ ଆଂଚ ଆସିଛି । ଏବଂ ଏହି ଘଟଣା ପରେ ମୋଦିଙ୍କର ନେତୃତ୍ୱ କୁ ନେଇ ବିଜେପି ଦଳରେ ସନ୍ଦେହ ଦେଖା ଦେଇଛି । ମୋଦିଙ୍କର ନେତୃତ୍ୱକୁ ଦଳ ଭିତରୁ ବିରୋଧ ହେବା ଆରମ୍ଭ ହେଲାଣି ।
ମୋଦିଙ୍କ ନେତୃତ୍ୱ ଉପରେ ଆର୍ଏସ୍ଏସ୍ ମଧ୍ୟ ଭରସା ପାଉନାହିଁ । ଗତକାଲି ପ୍ରକାଶ ପାଇଥିବା ବିଜେପିର ରାଜ୍ୟ ପ୍ରଭାରୀ ତାଲିକାକୁ ଅନୁଧ୍ୟାନ କଲେ ତାହା ସ୍ପଷ୍ଟ ମନେ ହେଉଛି । ତାଲିକାରେ ଲୋକସଭା ନିର୍ବାଚନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଉତର ପ୍ରଦେଶର ମୁଖ୍ୟ ପ୍ରଭାରୀ ଭାବେ ଗୋବର୍ଦ୍ଧନ ଝଦାଫିଆ ନିଯୁକ୍ତି ନାମ ରହିଛି ।
ଗୋବର୍ଦ୍ଧନ ମୋଦିଙ୍କର କଟ୍ଟର ବିରୋଧୀ ଭାବେ ଜଣାଶୁଣା । ଗୁଜରାଟର ମୋଦି ସରକାରରେ ମନ୍ତ୍ରୀର ହେବାକୁ ମନା କରିଦେଇ ସେ ଚର୍ଚ୍ଚା କୁ ଆସିଥିଲେ । ବିଜେପିର କୃଷକ ମୋର୍ଚ୍ଚାର ପୂର୍ବତନ କର୍ମକର୍ତା ଏବଂ ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଟାଣୁଆ ନେତା ଗୋବର୍ଦ୍ଧ ଆର୍ଏସ୍ଏସ୍ର ଭିତର କୋଟାରୀର ସଦସ୍ୟ । ଆର୍ଏସ୍ଏସ୍ ର ଅନ୍ୟତମ ତୁଙ୍ଗ ନେତା ତଥା ମୋଦି ବିରୋଧୀ ଭାବେ ପରିଚିତ ସଂଜୟ ଯୋଶୀଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଗୋବର୍ଦ୍ଧନ । ମେଦିଙ୍କର ଚରମ ଶତ୍ରୃ ଭାବେ ଠିଆ ହୋଇଥିବା ହିନ୍ଦୁ ନେତା ପ୍ରବିଣ ତୋଗାଡିଆ ସେ ଅତ୍ୟନ୍ତ ଘନିଷ୍ଟ । ଗୋଧ୍ରା ଦଂଗା ସମୟରେ ସେ ମୋଦି ସରକାରରେ ଗୋବର୍ଦ୍ଧନ ଗୃହ ମନ୍ତ୍ରୀ ଥିଲେ । ଏହାପରେ ୨୦୦୨ରେ ତାଙ୍କୁ ହଟାଇ ମୋଦି ଅମିତଭାଇଙ୍କୁ ଗୃହମନ୍ତ୍ରୀ ଦାୟୀତ୍ୱ ଦେଇଥିଲେ । ତେବେ ୨୦୦୪ରେ କେନ୍ଦ୍ରରେ ଏନ୍ଡିଏ ସରକାର ପତନ ପରେ ମୋଦି ତାଙ୍କୁ ମନ୍ତ୍ରୀ ପଦ ଯାଚିଥିଲେ । ମନ୍ତ୍ରୀଭାବେ ଶପଥ ନେବାପାଇଁ ତାଙ୍କ ନାମ ଯେତେବେଳେ ଡକା ଯାଇଥିଲା ସେ ଠିଆ ହୋଇ ହାତ ଯୋଡି କହିଥିଲେ ସେ ମେଦି ସରକାରରେ ମନ୍ତ୍ରୀ ହେବେ ନାହିଁ ।
ବର୍ତମନ ମୋଦିଙ୍କର ବିକଳ୍ପଭାବେ କେନ୍ଦ୍ର ମନ୍ତ୍ରୀ ନିତିନ୍ ଗଡକରୀ ଉଭା ହେଲେଣି । ଗଡକାରୀ ନିଜର ବୟାନ ମାଧ୍ୟମରେ ମୋଦିଙ୍କୁ ଅଡୁଆ ପକାଇବା ସଙ୍ଗେ ସଙ୍ଗେ ନିଜକୁ ବିକଳ୍ପଭାବେ ଉପସ୍ଥାପନ କରିବାରେ ଲାଗିଛନ୍ତି ।
ଏଭଳି ଏକ ସମୟରେ ମୋଦିଙ୍କର ମିତ୍ର ଗୁରୁ ରାମଦେବଙ୍କ ବୟାନକୁ ନେଇ ବେଶ ଚର୍ଚ୍ଚା ଚାଲିଛି । କିଏ ଆଗାମୀ ପ୍ରଧାନମନ୍ତ୍ରୀ ହେବ ତାହା କହିବା ମୁଶ୍କିଲ ବୋଲି ବୟାନ ଦେଇ ରାମଦେବ ମୋଦିଙ୍କ ନେତୃତ୍ୱ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions