Connect with us

ଭୁବନେଶ୍ୱର ୨୯/୧୧ : ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଏବେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହୋଇଚି ବିଶ୍ୱକପ୍ ହକି । ଗତ ୨୭ ତାରିଖରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଥିଲା ମନୋରମ ଉଦ୍ଘାଟନୀ ଉତ୍ସବ । ଆତସବାଜିର ଚମକ, ଆଲୋକର ବର୍ଣ୍ଣାଳୀ ସାଙ୍ଗକୁ ବଲିଉଡ୍ ତାରକା ମାଧୁରୀ ଦୀକ୍ଷିତ୍ ଏବଂ ଓସ୍କାର ବିଜେତା ବିଶ୍ୱ ବିଖ୍ୟାତ ସଙ୍ଗୀତଜ୍ଞ ଏଆର୍ ରହମାନଙ୍କ ସୁଲଳିତ ନୃତ୍ୟ ସଙ୍ଗୀତରେ ଦର୍ଶକ ହୋଇଥିଲେ ମତୁଆଲା । କେବଳ ରାଜ୍ୟ ନୁହେଁ, ସମଗ୍ର ଭାରତବର୍ଷ ଓ ବିଶ୍ୱର ୧୯୩ଟି ଦେଶର ଲୋକ ଟିଭି ପରଦାରେ ଏହି ସମାରୋହର ଚମକ ଦେଖି ହୋଇଛି ଆତ୍ମବିସ୍ମୃତ । ଏକଦା ଅଖ୍ୟାତ ଥିବା ଭୁବନେଶ୍ୱର ବା ଓଡ଼ିଶା ରାତାରାତି ହୋଇଛି ବିଶ୍ୱବିଖ୍ୟାତ । ବିଶ୍ୱ ମାନଚିତ୍ରରେ ଓଡ଼ିଶା ପାଇଛି ଏକ ସ୍ୱତନ୍ତ୍ର ମାନ୍ୟତା, ବିଶେଷ ପରିଚୟ । ଓଡ଼ିଶା ମଧ୍ୟ ବିଶ୍ୱ କ୍ରୀଡାର ଏକ ପ୍ରମୁଖ କେନ୍ଦ୍ରର ମାନ୍ୟତା ଲାଭ କରିଛି ।
ଅନ୍ତର୍ଜାତୀୟ ହକି ଫେଡେରେସନର ସଭାପତି ନରେନ୍ଦ୍ର ବାତ୍ରାଙ୍କ ମନ୍ତବ୍ୟ ଏହାର ସତ୍ୟତା ପ୍ରମାଣ କରିଛି । ଉଦ୍ଘାଟନୀ ଉତ୍ସବରେ ସେ କହିଥିଲେ ଯେ, କଳିଙ୍ଗ ଷ୍ଟାଡିୟମ୍ ହେଉଛି ବିଶ୍ୱର ୩ଟି ଶ୍ରେଷ୍ଠ ହକି ଷ୍ଟାଡିୟମ୍ ମଧ୍ୟରେ ଅନ୍ୟତମ । ଏହା ପ୍ରତ୍ୟେକ ଓଡ଼ିଆ, ଓଡ଼ିଶାବାସୀ ଓ ଓଡ଼ିଶାର ଗର୍ବ-ଗୋ÷ରବକୁ ନଭଶ୍ଚୁମ୍ବୀ କରିଛି । ବିଶ୍ୱ ଇତିହାସରେ ଓଡ଼ିଶା ଯୋଡ଼ିଛି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଏଭଳି ସଫଳତା ପଛରେ ଯାହାଙ୍କ ସବୁଠୁ ବଡ଼ ଅବଦାନ ରହିଛି ସେ ଅନ୍ୟ କେହି ନୁହଁନ୍ତି, ସେ ହେଉଛନ୍ତି ଦୀର୍ଘ ବର୍ଷ ଧରି ଶାସନରେ ରହିଥିବା ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଣେ ସେଚ୍ଚା କ୍ରୀଡାପ୍ରେମୀ ଓ ହକିର ପ୍ରୋତ୍ସାହନକାରୀ ଭାବେ ସେ ଏବେ ବିଶ୍ୱର ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ । ତାଙ୍କରି ଆଗ୍ରହ ଓ ଆନ୍ତରିକତା ଯୋଗୁଁ ହିଁ ଓଡ଼ିଶାର ହକିକୁ ମିଳିଛି ଆନ୍ତର୍ଜାତିକ ସ୍ୱୀକୃତି । ଓଡ଼ିଶା ଏବେ ଏକ ବ୍ରାଣ୍ଡ ପାଲଟି ଯାଇଛି ।
ଅବଶ୍ୟ ସାରା ବିଶ୍ୱର ବିଶେଷ କରି ହକି ପ୍ରେମୀଙ୍କ ହୃତ୍ସ୍ପନ୍ଦନ ବଢ଼ାଇଥିବା ଓ ଓଡ଼ିଶାର ହକି ପ୍ରତିଭାଙ୍କ ପାଇଁ ଆନ୍ତର୍ଜାତିକ ପରିଚିତି ଦେଇଥିବା ଏହି ବିଶ୍ୱକପ୍ ଆୟୋଜନ କ୍ଷେତ୍ରରେ ଅନ୍ୟ କେତେକ ବ୍ୟକ୍ତି ବିଶେଷ କରି ପ୍ରଶାସନିକ କର୍ମକର୍ତା ଓ ପୋଲିସ ଅଧିକାରୀଙ୍କ ଅବଦାନ ନିଶ୍ଚିତ ଭାବେ ଅବିସ୍ମରଣୀୟ ହୋଇ ରହିବ । ସେମାନେ ହେଉଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଆର୍ ବାଲ୍କ୍ରିଷ୍ଣନ୍, କ୍ରୀଡା ସଚିବ ବିଶାଲ ଦେବ, କ୍ରୀଡା ନିର୍ଦ୍ଦେଶକ ଭିନୀଲ କ୍ରିଷ୍ଣନ, ପୋଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ଶର୍ମା, ଭୁବନେଶ୍ୱର-କଟକ କମିଶନର ସତ୍ୟଜିତ୍ ମହାନ୍ତି ଓ ଡିସିପି ଅନୁପ୍ ସାହୁ । ଏହି ଅଧିକାରୀମାନଙ୍କ ସହ ଅନ୍ୟ କେତେକ ସଂଗଠନ ଯେଭଳି ସୁଚାରୁ ଭାବେ ବିଶ୍ୱକପ୍ ହକି ଆୟୋଜନ କାର୍ଯ୍ୟ ଚଳାଇଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ । ଏହା ପରବର୍ତୀ ପିଢ଼ିକୁ କ୍ରୀଡା ପରିଚାଳନା କ୍ଷେତ୍ରରେ ନିଶ୍ଚିତ ଭାବେ ଦିଗ୍ଦର୍ଶନ ଯୋଗାଇ ଚାଲିବ ।

National

ଅଲମ୍ପିଅନ ହକି ଖେଳାଳି ରୋହିତଦାସଙ୍କୁ ମିଳିଲା ପୂର୍ବତଟ ରେଳପଥରେ ନିଯୁକ୍ତି

Published

on

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ପରାସ୍ତ କରି ହକିରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଜାତୀୟ ପୁରୁଷ ହକି ଦଳର ପ୍ରମୁଖ ସଦସ୍ୟ ଅମିତ ରୋହିଦାସ ବରିଷ୍ଠ କ୍ରୀଡ଼ା ଅଧିକାରୀ ଭାବରେ ପୂର୍ବ ତଟ ରେଳପଥରେ ଯୋଗ ଦେଇଛନ୍ତି।

ଏହା ପୂର୍ବରୁ ସେ ପଶ୍ଚିମ ରେଳପଥ ମୁମ୍ବାଇ ଠାରେ ଅଫିସର ଅନ ସ୍ପେଶାଲ ଡ୍ୟୁଟି (ଓଏସଡି) / କ୍ରୀଡା ପଦବୀରେ କାର୍ଯ୍ୟ କରୁଥିଲେ।

ଭାରତୀୟ ହକି ଦଳ ୪୦ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଥିଲା, ଶେଷ ପଦକ ୧୯୮୦ ରେ ମସ୍କୋ ଅଲିମ୍ପିକ୍ସରେ ମିଳିଥିଲା।

ଅମିତ ରୋହିତଦାସଙ୍କ ଏହି ନୂତନ ଯୋଗଦାନ ପାଇଁ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ; ପୂର୍ବ ତଟ ରେଳପଥ କ୍ରୀଡା ସଂଗଠନ (ଇକୋର୍ସା) ର ସଭାପତି, ସାଧାରଣ ସମ୍ପାଦକ ଏବଂ ଅନ୍ୟାନ ବରିଷ୍ଠ ଅଧିକାରୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ଯୋଗଦାନ ନିଶ୍ଚିତ ଭାବରେ ସମସ୍ତ କ୍ରୀଡା ବିଭାଗରେ ଖେଳାଳୀଙ୍କୁ ଉତ୍ସାହିତ କରିବ ବୋଲି ବିଦ୍ୟା ଭୂଷଣ କହିଛନ୍ତି।

Continue Reading

ଖେଳ

ଓସିଏ ନିର୍ବାଚନ ପାଇଁ ଆଶୀର୍ବାଦ ବେହେରାଙ୍କ ନିକଟକୁ ପଠାଗଲା ବାଲାଟ ପେପର

Published

on

ଭୁବନେଶ୍ୱର : ଆସନ୍ତା ୨୭ ତାରିଖରେ ଅର୍ଥାତ କାଲି ଅନୁଷ୍ଠିତ ହେବ ଓଡିଶା କ୍ରିକେଟ ଆସୋସିଏସନ ବା ଓସିଏର ନିର୍ବାଚନ । ନାମାଙ୍କନ ପତ୍ର ଦାଖଲ ହୋଇ ସାରିଛି । ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ମଧ୍ୟ ଏହି ଚିର୍ବାଚନରେ ମତଦାନ କରିବେ । ଏ ନେଇ ଓସିଏ ନିର୍ବାଚନ ଅଧିକାରୀ ଏମଏଲ ମଜୁମଦାର ସୂଚନା ଦେଇଛନ୍ତି । ଓସିଏର ୬ଟି ପଦବୀ ପାଇଁ ନିର୍ବଚନ ହେବ । ଏହି ପଦବୀ ମଧ୍ୟରେ ସଭାପତି, ଉପସଭାପତି, ସମ୍ପାଦକ , ଯୁଗ୍ମ ସଂପାଦକ, କୋଷାଧକ୍ଷ ଓ କାଉନସିଲର ସାମିଲ ଅଛି । ଏଥି ପାଇଁ ୨୦ରେ ପାର୍ଥୀପତ୍ର ଦାଖଲ କରାଯାଇଛି । ଏ ନେଇ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ସମ୍ପାଦକ ଦୌଡରେ ଆର୍ଶୀବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ପ୍ରାର୍ଥୀ ରହିଛନ୍ତି । ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୯ରେ ଓଡ଼ିଶା କ୍ରିକେଟ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ସିବିଆଇ ହାତରେ ଗିରଫ ହୋଇଛନ୍ତି । ଓଡ଼ିଶା ପ୍ରିମିୟର ଲିଗ ପାଇଁ ଅର୍ଥତତ୍ତ୍ୱ ଚିଟଫଣ୍ଡ କମ୍ପାନୀଠାରୁ କୋଟିଏ ଟଙ୍କା ଆଣିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

Continue Reading

ଖେଳ

ଭାରତୀୟ ଦଳକୁ ଝଟକା

Published

on

ନୂଆଦିଲ୍ଲୀ  : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅକ୍ଟେବର ୨ ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ଶୃଙ୍ଗଳା ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ ଝଟକା । ଦଳର ପ୍ରମୁଖ ଦ୍ରୃତ ବୋଲର ଯଶପ୍ରୀତ ବୁମରାଙ୍କ ଅଣ୍ଟାରେ ଆଘାତ ଲାଗିବାରୁ ସେ ଟେଷ୍ଟ ଶୃଙ୍ଖଳାରୁ ବାଦ ପଡିଛନ୍ତି । ତାଙ୍କ ବଦଳରେ ଦ୍ରୃତ ବୋଲର ଉମେଶ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି । ବିସିସିଆଇ ଟ୍ୱିଟ କରି ଏହା ସୂଚନା ଦେଇଛି । ତେବେ କେଉଁଥି ପାଇଁ ତାଙ୍କ ଅଣ୍ଟାରେ ଆଘାତ ଲାଗିଛି ତାହା ଜଣା ପଡିନାହିଁ । କିନ୍ତୁ ସାଧାରଣତଃ ଏହି ପରି ଆଘାତ ବୋଲିଙ୍ଗ କରିବା କାରଣରୁ ଲାଗିଥାଏ । ସୂଚନା ଅନୁସାରେ ଦକ୍ଷିଣ ଆଫ୍ରିକାରେ ପଦାର୍ପର କରିବା ଦିନରୁ ଏପର୍ଯ୍ୟନ୍ତ ସେ ମୋଟ ୩ଟି ମ୍ୟାଚ ଖେଳି ପାରି ନାହାନ୍ତି ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions