Connect with us

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ସୁଧହାରକୁ ଅପରିବର୍ତ୍ତିତ ରଖିଛି। ବିଶେଷକରି ରେପୋ ରେଟକୁ କ୍ରମାଗତ ଭାବେ ଅଷ୍ଟମଥର ପାଇଁ ୪ଶତାଂଶରେ ଅପରିର୍ତ୍ତିତ ରଖାଯାଇଛି। ସେହିଭଳି ରିଭର୍ସ ରେପୋ ରେଟ୍ ମଧ୍ୟ ୩. ୩୫ ଶତାଂଶରେ ଅପରିବର୍ତ୍ତିତ ରହିଛି।

ଛ’ଜଣିଆ ବିତ୍ତୟନୀତି(ମନିଟାରୀ ପଲିସି) କମିଟିର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ଜିଡିପି ହାର ୯.୫ ଶତାଂଶ ରହିବା ଘେନି ଅନୁମାନ କରାଯାଉଛି।

ଦାସ କହିଛନ୍ତି ଯେ ଦେଶର ଅର୍ଥନୀତି ଉପରେ କରୋନା ମହାମାରୀର ଯେଉଁ ପ୍ରଭାବ ପଡିଛି ତାହାକୁ ଲାଘବ କରିବା ପାଇଁ ଯେତେ ଦିନ ଆବଶ୍ୟକ ପଡିବ ସେ ପର୍ଯ୍ୟନ୍ତ କେନ୍ଦ୍ରୀୟ ବ୍ୟାଙ୍କ ସାହାଯ୍ୟ ସହଯୋଗ ଯୋଗାଇବାକୁ ଏମ୍‌ପିସି ନିଷ୍ପତ୍ତି ନେଇଛି । ଅଭିବୃଦ୍ଧି ହାର ଦୁଇ ଅଙ୍କରେ ପହଞ୍ଚିବା ଯାଏ ଏହି ନୀତି ଅବ୍ୟାହତ ରହିବ । ତେବେ ମୁଦ୍ରାସ୍ପୀତି ଯେପରି ଏହି ସମୟରେ ନିୟନ୍ତ୍ରଣରୁ ବାହରକୁ ନ ଯାଏ, ତାହାକୁ ମଧ୍ୟ ନିଶ୍ଚିତ କରାଯିବ।

ମହାମାରୀ ଆରମ୍ଭ ହେବା ପରଠାରୁ ଦେଶର ଅର୍ଥନୀତିକୁ ନିୟନ୍ତ୍ରଣରେ ରଖିବା ଏବଂ ପରିସ୍ଥିତିର ମୁକାବିଲା କରିବାକୁ ରିଜର୍ଭ ବ୍ୟାଙ୍କ ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଦାସ ଏହି ଅବସରରେ ସୂଚନା ଦେଇଥିଲେ।

ସେ କହିଥିଲେ ଯେ ରିଜର୍ଭବ୍ୟାଙ୍କ ୨୦୨୧-୨୨ଆର୍ଥିକ ବର୍ଷର ପ୍ରଥମ ଛ’ ମାସ ମଧ୍ୟରେ ଓପନ ମାର୍କେଟ ଅପରେସନ ମାଧ୍ୟମରେ ୨. ୩୭ଲକ୍ଷ କୋଟି ଟଙ୍କା ଦେଶର ଅର୍ଥ ବ୍ୟବସ୍ଥା ମଧ୍ୟରେ ପ୍ରବେଶ କରାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ଅର୍ଥ ବ୍ୟବସ୍ଥାରେ ମୋଟ ୩. ୧ ଲକ୍ଷ କୋଟି ଟଙ୍କା ପ୍ରବେଶ କରାଇଥିଲା। ଏହି ଅବସରରେ ଦାସ କ୍ଷୁଦ୍ର ବ୍ୟବସାୟ ଓ ଅସଂଗଠିତ କ୍ଷେତ୍ରକୁ ସାହାଯ୍ୟ କରିବାକୁ ଅତିରିକ୍ତ ସହାୟତା ପଦକ୍ଷେପମାନ ଘୋଷଣା କରିଛନ୍ତି।

ସେଗୁଡିକ ହେଲା
୧)ଇମିଡିଏଟ୍ ପେମେସର୍ଭିସ ଟ୍ରାଞ୍ଜାକସନ(ଆଇଏମ୍‌ପିଏସ୍‌) ଥରକେ କାରବାର ସୀମା ଦୁଇଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଗ୍ରାହକଙ୍କ ସୁବିଧା ପାଇଁ ଏହା ହୋଇଛି। ଏହା ଫଳରେ ଘରୋଇ ୨୪ଘଣ୍ଟିଆ ପାଣ୍ଠି ତୁରନ୍ତ ପ୍ରେରଣ ଅଧିକ ସୁବିଧା ହେବ।
୨)କ୍ଷୁଦ୍ର ବିର୍ତ୍ତୀୟ ବ୍ୟାଙ୍କଗୁଡିକ ପାଇଁ ୧୦ହଜାର କୋଟି ଟଙ୍କାର ଅନ-ଟପ୍ ସ୍ପେଶାଲ ଲିକ୍ୟୁଡିଟି ଲଙ୍ଗଟର୍ମ ରେପୋ ଅପରେସନ୍ସ(ଏସ୍‌ଏଲ୍‌ଟିଆର୍‌ଓ) ସୁବିଧାକୁ ୨୦୨୧ ଡିସେମ୍ବର ୩୧ଯାଏ ବଢାଇ ଦିଆଯାଇଛି।
୩) ସର୍ବଭାରତୀୟ ସ୍ତରରେ ରିଟେଲ ଡିଜିଟାଲ ପେମେଣ୍ଟ ସଲ୍ୟୁସନ ଏବେ ଅଫଲାଇନରେ କରିହେବ । ଯେଉଁ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ନାହିଁ କିମ୍ବା ସେବା ସୀମିତ ସେସବୁ ଇଲାକାରେ ଏହି ସୁବିଧା ମିଳିବ।
୪)ଆଇଏମ୍‌ପିଏସ୍ ଟ୍ରାଞ୍ଜାକସନ ସୀମାକୁ ଦୁଇଲକ୍ଷରୁ ପାଞ୍ଚଲକ୍ଷକୁ ବୃଦ୍ଧି କରାଯିବ।
୫) ସବୁ ପ୍ରଚଳିତ ଓ ନୂଆ ପେମେଣ୍ଟ ସିଷ୍ଟମର ଜିଓ ଟ୍ୟାଗିଙ୍ଗ୍‌କୁ ସମ୍ପ୍ରସାରିତ କରାଯାଇ ସେସବୁକୁ ପେମେଣ୍ଟ ଆକ୍‌ସେପ୍ଟାନ୍ସ ଭିତ୍ତିଭୂମି ସହ ଯୋଡାଯିବ।
୬) ରିଜର୍ଭ ବ୍ୟାଙ୍କର ରେଗୁଲେଟରୀ ସାଣ୍ଡବକ୍ସରେ ଥିବା ନୂଆ ଠକେଇ ଦୂରୀକରଣ (ଫଡ୍ ପ୍ରିଭେନସନ) କୋହର୍ଟ ଫିନ୍‌ଟେକ୍ ଇକୋସିଷ୍ଟମ୍ ଅଧିକ ଗତି ଓ ସୁବିଧା ଯୋଗାଇବ।
୭)ରାଜ୍ୟମାନଙ୍କ ପାଇଁ ଓଭରଡ୍ରାଫ୍ଟ ବ୍ୟବସ୍ଥାକୁ ଉଦାରବାଦୀ କରିବାକୁ ୱେଜ ଆଣ୍ଡ ମିନ୍ସ ସୀମା ବୃଦ୍ଧି ନିଷ୍ପତ୍ତି ୨୦୨୨ ମାର୍ଚ୍ଚ ୩୧ ଯାଏ ଅବ୍ୟାହତ ରହିବ।
୮) ଅଗ୍ରାଧିକାର କ୍ଷେତ୍ରକୁ ୨୦୨୨ ମାର୍ଚ୍ଚ ୩୧ଯାଏ ଋଣ ଯୋଗାର ଅବ୍ୟାହତ ରହିବ ଏବଂ ତଦନୁସାରେ ଏନ୍‌ବିଏଫସିଗୁଡିକୁ ଶ୍ରେଣୀବଦ୍ଧ ଋଣ ଯୋଗାଣ ସେ ଯାଏ ବନ୍ଦ ହେବ ନାହିଁ।
୯) ଏନବିଏଫସି ଗୁଡିକ ପାଇଁ ଇଣ୍ଟରନାଲ ଆମ୍ବୁସମ୍ୟାନ ଯୋଜନାରେ ଅଧିକରୁ ଅଧିକ ଗ୍ରାହକଙ୍କୁ ସମ୍ପୃକ୍ତ କରାଯିବ। ଏଥିପାଇଁ ଆବଶ୍ୟକ ଇଂଟରଫେସ ଯୋଗାଇ ଦେଇ ଆଭ୍ୟନ୍ତରୀଣ ଆପତ୍ତି ଅଭିଯୋଗର ସମାଧାନ ବ୍ୟବସ୍ଥାକୁ ସୁଦୃଢ କରାଯିବ।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପ୍ରତିଶ୍ରୁତି ଦେଇଛନ୍ତି ଯେ ଆଜି ଘୋଷିତ ପଦକ୍ଷେପ ଦ୍ୱାରା କ୍ଷୁଦ୍ର ବ୍ୟବସାୟୀ ଓ ଅସଂଗଠିତ କ୍ଷେତ୍ର ସହ ଜଡିତ ବ୍ୟକ୍ତିବିଶେଷ ତଥା ଇଣ୍ଟରନେଟ୍‌ର ବିଶେଷ ସୁବିଧା ନ ଥିବା ଦୂରଦୂୂରାନ୍ତ କ୍ଷେତ୍ରରେ ଲୋକେ ବିଶେଷ ଉପକୃତ ହେବେ। ଇଣ୍ଟରନେଟ ନ ଥିବା ଅଞ୍ଚଳରେ ଲୋକେ ଡିଜିଟାଲ ପେମେଣ୍ଟର ସୁବିଧା ପାଇବେ।

ସେହିଭଳି ରାଜ୍ୟମାନଙ୍କରେ ଓଭରଡ୍ରାଫ୍ଟ ଆବଶ୍ୟକତା ପୂରଣ ପାଇଁ ୱେଜ ଆଣ୍ଡ ମିନ୍ସର ମଧ୍ୟବର୍ତ୍ତୀକାଳୀନ ଅଗ୍ରୀମ ଉଠାଣ ସମୟ ମିଆଦକୁ ୨୦୨୨ ମାର୍ଚ୍ଚ ୩୧ଯାଏ ବୃଦ୍ଧି କରାଯାଇଛି। ସେପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନ ଏ ବାବଦ ପ୍ରତ୍ୟେକ ୫୧,୫୬୦ କୋଟି ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ କରିପାରିବେ । ମହାମାରୀର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଅଧିକ ଅର୍ଥ ଦରକାର କରୁଥିବାରୁ ଏହି ନିଷ୍ପତ୍ତି ଦ୍ୱାରା ସେମାନେ ଉପକୃତ ହେବେ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି।

ସେ କହିଛନ୍ତି ଯେ ଖାଉଟି ମୂଲ୍ୟସୂଚୀ (ସିପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ଏବେ ହ୍ରାସ ପାଉଛି। ଏହାକୁ ନିୟନ୍ତ୍ରଣରେ ରଖିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ପନିପରିବାରର ମୂଲ୍ୟ ବୃଦ୍ଧିକୁ ରୋକିବାକୁ ଉଦ୍ୟମ କରାଯାଇଛି।

ଚଳିତ ୨୦୨୧-୨୨ରେ ସିପିଆଇ ମୁଦ୍ରାସ୍ଫୀତି ୫.୩% ରହିବ ବୋଲି ଅନୁମାନ କରାଯାଉଛି। ଦ୍ୱିତୀୟ ତ୍ରୈମାସିକରେ ଏହା ୫.୧%, ତୃତୀୟ ତ୍ରୈମାସିକରେ ୪.୫%, ଚତୁର୍ଥ ତ୍ରୈମାସିକରେ ୫.୮% ଏବଂ ପ୍ରଥମ ତ୍ରୈମାସିକ (୨୦୨୨-୨୩)ରେ ୫.୨% ହିସାବ କରାଯାଉଛି।

ସେହିପରି ଆକଳନ ଅନୁସାରେ ବାସ୍ତବ ଜିଡିପି ଅଭିବୃଦ୍ଧି ହାର ୨୦୨୧-୨୨ରେ ୯.୫% ହାରରେ ବଢିବ। ଏହା ଦ୍ୱିତୀୟ ତ୍ରୈମାସିକରେ ୭.୯%, ତୃତୀୟ ତ୍ରୈମାସିକରେ ୬.୮%, ଚତୁର୍ଥ ତ୍ରୈମାସିକରେ ୬.୧% ଏବଂ ୨୦୨୨-୨୩ର ପ୍ରଥମ ତ୍ରୈମାସିକରେ -୧୭.୨% ହେବ ବୋଲି ଆଶା କରାଯାଉଛି।

Continue Reading
Click to comment

Leave a Reply

Your email address will not be published. Required fields are marked *

Business

ଟାଟା ପାୱାର ଓଡିଶାର ଓଡ଼ିଆ ସିନେଷ୍ଟାର ସଂଯୋଗ

Published

on

ଭୁବନେଶ୍ୱର : ସେଦିନ ଥିଲା କୁମାର ପୁର୍ଣିମା l ବଲାଙ୍ଗୀର ଜିଲ୍ଲା ତରଭାରେ ଭୁଜାଖାଇ ଉତ୍ସବ ପାଇଁ ଚାଲିଥିଲା ପ୍ରସ୍ତୁତି l ରାତିରେ ଦୁଲୁକିବ ମଞ୍ଚ l ଆସିବେ ନାମୀଦାମୀ ନୃତ୍ୟଶିଳ୍ପୀ, ଗାୟକ ଗାୟିକା ଆଉ ଓଡ଼ିଆ ସିନେମାର ସୁପର ଷ୍ଟାର l

ଏଣେ ଭୁବନେଶ୍ୱର ଏଆର ପୋର୍ଟରୁ ଆକାଶ ଧରିଥିଲା ହେଲିକାପଟର l ହେଲିକାପଟରରେ ଥିଲେ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ l ଆଉ ତାଙ୍କ ସାଙ୍ଗରେ ଥିଲେ ଓଡ଼ିଆ ଚଳଚିତ୍ର ଜଗତର ସୁପର କ୍ଯୁଇଁନ ଅନୁ ଚୌଧୁରୀ, ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ଆକାଶ ଦାସ l ଚାରିଜଣ ଯାତ୍ରୀଙ୍କୁ ନେଇ ତରଭା ଯାଉଥିବା ହେଲିକାପଟର ଟି ହଠାତ ଫେରିଆସିଥିଲା ଭୁବନେଶ୍ୱର ଏଆର ପୋର୍ଟ କୁ l ହେଲିକାପଟରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମନ୍ତ୍ରୀ ଓ ସିନେମା ଷ୍ଟାରମାନଙ୍କର ତରଭା ଭୁଜାଖାଇ ମହୋତ୍ସବ ରେ ଯୋଗ ଦେବା ସମ୍ଭବ ହେଲା ନାହିଁ l

ହେଲେ ଏଆର ପୋର୍ଟରୁ ଫେରି ଉପ-ମୁଖ୍ୟମନ୍ତ୍ରୀ ସିଂହ ଦେଓଙ୍କ ଘରେ ଗପସପ ହେଉଥିବା ବେଳେ ଟାଟା ପୱାର ଓଡିଶା ସିଇଓଙ୍କ ପାଖରୁ ଏକ ନିମନ୍ତ୍ରଣ ପାଇଥିଲେ ସିଂହ ଦେଓ ଯେକି ଶକ୍ତି ବିଭାଗ ଦାୟିତ୍ୱରେ ଅଛନ୍ତି l ଉପ-ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନେଇ ଭୁବନେଶ୍ୱର ପୱାର ହାଉସ ଛକରେ ଥିବା ଟାଟା ପୱାରର ମୁଖ୍ୟ ଅଫିସ ରେ ପହଞ୍ଚି ଥିଲେ l

ଓଡିଶା ଟାଟା ପାୱାର କ୍ୟାମ୍ପସରେ ସେମାନଙ୍କୁ ଅପେକ୍ଷା କରିଥିଲା ଚାରୋଟି ସୁସଜ୍ଜିତ ଭ୍ୟାନ l ଅବସର ଥିଲା ଟାଟା ପାୱାରର ଭ୍ରାମ୍ୟମନ ଟ୍ରେନିଂ ଭ୍ୟାନର ଫ୍ଲାଗ ଅଫ ଉତ୍ସବ l

ଆକସ୍ମିକ ଭାବେ ମିଳିଥିବା ଷ୍ଟାର ଅତିଥିଙ୍କୁ ଏହି ଉତ୍ସବରେ ସାମିଲ କରିବାର ସୁଯୋଗ ହାତଛଡା କରିନଥିଲା ଟାଟା ପୱାର l

ଅନୁ ଚୌଧୁରୀଙ୍କ ହାତରେ ଟିପିସିଓଡିଏଲ (TPCODL), ସିଦ୍ଧାନ୍ତଙ୍କ ହାତରେ ଟିପିଏସଓଡିଏଲ (TPSODL) ଏବଂ ଆକାଶ ଦାସଙ୍କ ହାତରେ ଟିପିଏନଓଡିଏଲ (TPNODL) ପାଇଁ ଉଦ୍ଧିଷ୍ଟ ଭ୍ୟାନଗୁଡିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଉପ-ମୁଖ୍ୟମନ୍ତ୍ରୀ ସିଂହ ଦେଓ ଟିପିଡବ୍ଲୁଓଡ଼ିଏଲ (TPWODL) ଗାଡିକୁ ପତାକା ଦେଖାଇଥିଲେ l

ଏହି ଉତ୍ସବ ପାଇଁ ଟାଟା ପାୱାର ଯେ କେବଳ ଆକସ୍ମିକ ଭାବେ ଓଡ଼ିଆ ସିନେମା ଜଗତର ସୁପର ଷ୍ଟାରମାନଙ୍କୁ କେବଳ ପାଇ ନଥିଲା, ଭ୍ୟାନଗୁଡିକର ଶୁଭାରମ୍ଭ ଘଟଣା ମଧ୍ୟ ଏକ ସଂଯୋଗ ଥିଲା l ମଧ୍ୟ ଓଡିଶା ଭୁବନେଶ୍ୱରରେ ରହୁଥିବା ଅନୁ TPCODL ର ଭ୍ୟାନ, ଦକ୍ଷିଣ ଓଡ଼ିଶାର  ବିଜେପି ବିଧାୟକ ସିଦ୍ଧାନ୍ତ TPSODL ଓ ଉତ୍ତର ଓଡିଶା ଯାଜପୁର କୋରେଇର ବିଜେପି ବିଧାୟକ ଆକାଶ ଦାସ ନାୟକ TPNODL ପାଇଁ ଉଦିଷ୍ଟ ଗାଡିର ଶୁଭାରମ୍ଭ କରିଥିଲେ l ସେହିଭଳି ପଶ୍ଚିମ ଓଡିଶାର ବଲାଙ୍ଗୀର ଜିଲ୍ଲା ପାଟଣାଗଡ MLA ସିଂହ ଦେଓ TPWODL ର ଭ୍ୟାନକୁ ସବୁଜ ପତକା ଦେଖିଇ ଥିଲେ l

 

 

 

Continue Reading

Business

ଓଡିଶାରେ ଦୁଇଟି ବନ୍ଦରର ବିକାଶ ପାଇଁ ଅଦାନୀ ଜେଏସ ଡବ୍ଲୁ ସହ ରିହାତି ଚୁକ୍ତି ସ୍ଵାକ୍ଷର

Published

on

ଭୁବନେଶ୍ୱର: ଓଡିଶାରେ ଦୁଇଟି ବନ୍ଦରର ବିକାଶ ପାଇଁ ଅଦାନୀ ଜେଏସ ଡବ୍ଲୁ ସହ ରାଜ୍ୟ ସରକାର ଗୁରୁବାର ରିହାତି ଚୁକ୍ତି ସ୍ଵାକ୍ଷର କରିଛନ୍ତି l

ଜେ.ଏସ୍.ଡବ୍ଲ ଉତ୍କଳ ଷ୍ଟିଲ ଲିମିଟେଡ୍ ର ପ୍ରେସିଡେଣ୍ଟ  ଅନିଲ କୁମାର ସିଂ ଏବଂ ଗୋପାଳପୁର ପୋର୍ଟ୍ସ ଲିମିଟେଡ୍ ର ବିଜିନେସ ହେଡ  ସନ୍ଦିପ ଜୟସ୍ୱାଲ ଏବଂ ଓଡିଶା ସରକାରଙ୍କ ପକ୍ଷରୁ ବନ୍ଦର ନିର୍ଦ୍ଦେଶକ  ପଦ୍ମଲୋଚନ ରାଉଳଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ଏହି ରିହାତି ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା।

ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଜଟାଧାର ମୁହାଣଠାରେ ଏକ କ୍ୟାପ୍‍ଟିଭ୍ ଜେଟି ନିର୍ମାଣ ପାଇଁ ଜେ.ଏସ୍.ଡବ୍ଲୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ସହିତ ରାଜ୍ୟ ସରକାରଙ୍କ ରିହାତି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ୫୨ ମିଲିଅନ ମେଟ୍ରିକ ଟନ୍ ପଣ୍ୟ ପରିବହନ କ୍ଷମତା ବିଶିଷ୍ଟ ଏହି ଜେଟି ସ୍ଥାପନ ନିମନ୍ତେ ପ୍ରାରମ୍ଭିକ ସ୍ତରରେ ୨,୧00 କୋଟି ଟଙ୍କା ନିବେଶ କରାଯିବ ଏବଂ ଏହା ମାଧ୍ୟମରେ ୩,୪୫୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ l

ସେହିଭଳି ୧୬,୫୫୪ କୋଟି ଟଙ୍କା ନିବେଶରେ ଗୋପାଳପୁର ବନ୍ଦରର ସଂପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ ପାଇଁ ଗୋପାଳପୁର ପୋର୍ଟ୍ସ ଲିମିଟେଡ୍ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ରିହାତି ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ଏହି ଉନ୍ନତିକରଣ କାର୍ଯ୍ୟ ପରେ ବନ୍ଦରର ପଣ୍ୟ ପରିବହନ କ୍ଷମତା ୫୦ ମିଲିଅନ ମେଟ୍ରିକ ଟନ ହେବ। ଏହା ମାଧ୍ୟମରେ ପ୍ରାୟ ୫ ହଜାର ଯୁବକଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୃଷ୍ଟି ହେବ।

ବିଭିନ୍ନ ସ୍ଥାନରେ ବନ୍ଦର, ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମି ସ୍ଥାପନ କରି ଓଡିଶାରେ ସାମୁଦ୍ରିକ ବାଣିଜ୍ୟର ବିକାଶ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଆଜି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ କ୍ୟାପ୍‍ଟିଭ୍ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା (Concession Agreement) ସ୍ୱାକ୍ଷର ଅବସରରେ କହିଛନ୍ତି l

ଲୋକସେବା ଭବନଠାରେ ଆୟୋଜିତ ଏହି ଚୁକ୍ତିନାମା ସ୍ୱାକ୍ଷର କାର୍ଯ୍ୟକ୍ରମରେ, ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ସାମୁଦ୍ରିକ ବାଣିଜ୍ୟର ବିକାଶ ପାଇଁ ବିଭିନ୍ନ ଘରୋଇ କମ୍ପାନୀ ସହିତ ସହଭାଗୀତା ଭିତ୍ତିରେ କାର୍ଯ୍ୟ କରାଯିବାର ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ଇଞ୍ଚୁଡି ଓ ବାହୁଡାଠାରେ ଦୁଇଟି ନୂଆ ବନ୍ଦର ପ୍ରତିଷ୍ଠାର ଲକ୍ଷ୍ୟ ରଖାଯାଇଥିବା ବେଳେ ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ବନ୍ଦରର ବିକାଶ ପାଇଁ ମଧ୍ୟ ଯୋଜନା ରହିଛି।

 

ସେ ପୁଣି କହିଥିଲେ ଯେ, ଗୋପାଳପୁର ବନ୍ଦର ଲିମିଟେଡ୍ (Adani Ports) ଏବଂ ଜେ.ଏସ୍.ଡବ୍ଲୁ ଷ୍ଟିଲର ଉଭୟ ବନ୍ଦର ବିକାଶ ଓ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଖ୍ୟାତି ରହିଛି। ଏହି ଦୁଇଟି କମ୍ପାନୀ ଆମର ବନ୍ଦର ଭିତ୍ତିକ ବିକାଶ (Port Led Development) କ୍ଷେତ୍ରରେ ଏକ ନୂଆ ଯୁଗ ସୃଷ୍ଟି କରିବେ ଏବଂ ଏହି ଦୁଇଟି ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ୮,୪୫୦ ନିଯୁକ୍ତି ସୃଷ୍ଟି ହେବ।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଥିଲେ ଯେ, ଓଡିଶାର ସାମଗ୍ରିକ ବିକାଶରେ ବନ୍ଦର ଓ ଜେଟି ଉନ୍ନତିକରଣର ଏକ ପ୍ରମୁଖ ଭୂମିକା ରହିଛି। ଓଡିଶାର ସୁଦୀର୍ଘ ଉପକୂଳରେ ଅନେକ ସମ୍ଭାବିତ ସ୍ଥାନକୁ ନିରୂପିତ କରାଯାଇ ସେଠାରେ ଅଣ-ବୃହତ୍ତ ବନ୍ଦର, ଜେଟି, ମତ୍ସ୍ୟ ପୋତାଶ୍ରୟ ତଥା ଉପକୂଳ ପରିବହନ ଓ ଭିତ୍ତିଭୂମିର ବିକାଶ କରିବା ଆମ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ଅଟେ।

ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ଅତିରିକ୍ତ ସଚିବ ବିଧାନ ରାୟ ଏବଂ ଜେ.ଏସ୍.ଡବ୍ଲୁ ଉତ୍କଳ ଷ୍ଟିଲ ଓ ଗୋପାଳପୁର ପୋର୍ଟ୍ସ ଲିମିଟେଡ ର ଅଧିକାରୀମାନ ଉପସ୍ଥିତ ଥିଲେ।

 

Continue Reading

Business

ମୁଖ୍ୟମନ୍ତ୍ରୀ କହିଲେ ମେକ ଇନ ଓଡିଶା 2025 କନକ୍ଳେଭ ସର୍ବ ବୃହତ ପୁଞ୍ଜି ନିବେଶ ମେଳା ହେବ

Published

on

ନୂଆଦିଲ୍ଲୀ : ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ ଆଗାମୀ ବର୍ଷ ଜାନୁୟାରୀ ମାସରେ ଭୁବନେଶ୍ୱରରେ ହେବାକୁ ଥିବା Make in Odisha Conclave 2025 ସର୍ବ ବୃହତ ପୁଞ୍ଜି ନିବେଶ ମେଳା ହେବ l

ମୁଁ ଆଶା କରୁଛି ୨୦୨୫ କନକ୍ଲେଭ ଏକ ଶିଳ୍ପ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି ।”

ଏଠାରେ ଗୁରୁବାର ଦିନ ବିଭିନ୍ନ ଦେଶର 34 ଜଣ କମିଶନର, ହାଇକମିଶନର ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଓଡିଶାରେ ପୁଞ୍ଜି ନିବେଶ କୁ ନେଇ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଓଡିଶାରେ ଶିଳ୍ପ ବାତାବରଣ ଏବଂ ପୁଞ୍ଚିନିବେଶ ପାଇଁ ସକରାତ୍ମକ ଆଲୋଚନା ହୋଇଛି।

ଏଥିରେ ଆନ୍ତର୍ଜାତିକ ସହଭାଗୀତା ଭିତ୍ତିରେ ଓଡିଶାରେ କିପରି ବିଦେଶୀ ପୁଞ୍ଜି ନିବେଶ ହୋଇ ପାରିବ ଆଜିର ଆଲୋଚନା ଫଳପ୍ରଦ ହୋଇଛି।

ଆଗାମୀ ଦିନରେ ସେମିକଣ୍ଡକ୍ଟର, ଆଇଟି, ଗ୍ରୀନ ଏନର୍ଜି, ପେଟ୍ରୋ କେମିକାଲସ, ଇଲେକ୍ଟ୍ରୋନିକସ, ଫୁଡ ପ୍ରୋସେସିଙ୍ଗ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ହେବାର ସମ୍ଭାବନା ରହିଛି।

ଏହା ୨୦୩୬ରେ ସମୃଦ୍ଧ ଓଡିଶା ଏବଂ ୨୦୪୭ ରେ ବିକଶିତ ଓଡିଶା ଗଠନରେ ନିଶ୍ଚିନ୍ତ ସୁଦୃଢ ମୂଳଦୁଆ ପକାଇବ ।

ଯାହା ପ୍ରଧାନମନ୍ତ୍ରୀ କହିଥିଲେ ପୂର୍ବୋଦୟର ବିକାଶ ହେଲେ ଭାରତର ବିକାଶ ହେବ, ତାହା ସଫଳ ହେବ।

ଓଡିଶାର ଯେଉଁ ଡବଲ ଇଞ୍ଜିନ ସରକାର ହୋଇଛି, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଓଡିଶା ଏକ ଶିଳ୍ପ ହବ ରେ ପରିଣତ ହେବାକୁ ଯାଉଛି।

ଏଥିନେଇ ନିଶ୍ଚିତ ରୂପରେ ଆମକୁ ଆଜି ଏକ ସଫଳ ସଙ୍କେତ ମିଳି ପାରିଛି।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions