ଜୀବନଚର୍ଯ୍ୟା

ଲକଡାଉନ ସମୟରେ କେନ୍ଦ୍ରମନ୍ତ୍ରୀ ପାଶ୍ୱନଙ୍କ ଦାଢି ଚିନ୍ତା

Published

on

ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରାମ ବିଲାସ ପାଶ୍ୱନ ଙ୍କ ଦାଢି ତାଙ୍କ ଗେଟଆପର ଏକ ସିଗନେଚର କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଗତ ସତୁରୀ ଦଶନ୍ଧିର ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ର ଦୋ ରାସ୍ତେରେ ସେତବେଳର ସୁପରଷ୍ଟାର ରାଜେଶ ଖାନ୍ନା ମୁହଁରେ ଛୋଟ ଛୋଟ ଦାଢି ରଖି ଏକ ନୂଆ ଷ୍ଟାଇଲ ଭାରତୀୟ ଯୁବ ପିଢି କୁ ଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ପାଶ୍ୱନ ରାଜେଶ ଖାନ୍ନାଙ୍କ ଠାରୁ ଦାଢ଼ି ରଖିବା ଷ୍ଟାଇଲ ଅନୁକରଣ କରିଛନ୍ତି କି ନା ଜଣା ନାହିଁ । ହେଲେ ବର୍ତ୍ତମାନ ସମୟରେ ଦାଢୀକୁ ନେଇ ପାଶ୍ୱନ ଚିନ୍ତାରେ ଅଛନ୍ତି । ଲକଡାଉନ ପାଇଁ ସ୍ପା, ପାର୍ଲର, ସାଲୁନ ସବୁ ବନ୍ଦ । ଦାଢି ଟ୍ରିମ କରିବାର ଉପୟ ନାହିଁ ।

ହେଲେ ପାଶ୍ୱନ ବର୍ତ୍ତମାନ ଏକ ହେଅର ଡ୍ରେସର ପାଇଛନ୍ତି ।

ପୁଅ ଚିରାଗ ପାଶ୍ୱନ ବାପାଙ୍କର ଦାଢି ଟ୍ରିମ କରି ଦେଉଛନ୍ତି ।
ସାଂସଦ ପୁତ୍ର ଏକ ଟ୍ରିମର ସାହାଯ୍ୟରେ ବାପାଙ୍କର ଦାଢି ସାଇଜ଼ କରୁଥିବାର ଏକ ଭିଡ଼ିଓ ଛାଡି ଚିରାଗ ଚର୍ଚ୍ଚାରେ ଅଛନ୍ତି ।
ଯୁବ ପାଶ୍ୱନ କହିଛନ୍ତି ଯେ “କରୋନା ଲକଡାଉନର ଏହି କଠିନ ସମୟର ମଧ୍ୟ ଏକ ଭଲ ଦିଗ ରହିଛି । ମୋର ଏଭଳି ଏକ ଦକ୍ଷତା ସମ୍ପର୍କରେ ଲକଡାଉନ ହିଁ ମୋତେ ଶିଖାଇଛି । କରୋନା ବିରୁଦ୍ଧରେ ଏହି ନିର୍ଣ୍ଣାୟକ ଲଢ଼େଇ ସମୟରେ କେତକ ସୁନ୍ଦର ସ୍ମୃତି ସାଉଁଟିବାର ବେଳ ଆସିଛି ।”

Leave a Reply

Your email address will not be published. Required fields are marked *

Trending

Exit mobile version