Connect with us

ଭୁବନେଶ୍ୱର ୨୮/୩ : ଭୁବନେଶ୍ୱର ଲୋକସଭା ଆସନ ପାଇଁ ଲଢ଼େଇର ଚିତ୍ର ସ୍ପଷ୍ଟ ହୋଇଯାଇଛି । ଦୁଇ ଅଫିସରଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀକୁ ବେଶ୍ ଚର୍ଚ୍ଚାକୁ ନେଇ ଆସିଛି । ଆଉ ଉଭୟଙ୍କୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହୋଇଛନ୍ତି କଂଗ୍ରେସ ସମର୍ଥନରେ ସିପିଆଇ(ଏମ୍) ପ୍ରାର୍ଥୀ ଜନାର୍ଦ୍ଦନ ପତି । ଏକଦା ବାମପନ୍ଥୀଙ୍କ ଦବ୍ଦବା ଥିବା ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀରେ ପୁଣି ବାମ ଦୁର୍ଗକୁ ଜୀବନ୍ୟାସ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଜନାର୍ଦ୍ଦନ । ଏଠାରେ ଭୋଟର୍ ମାନେ ଏକ ନିଆରା ଲଢ଼େଇକୁ ଏଥର ଦେଖିବେ ଓ ଜଣଙ୍କୁ ବାଛିବେ।
ବିଜେଡି ଗଠନ ହେବା ଦିନ ଠାରୁ ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀ ବିଜେଡି ଦଖଲରେ ରହିଛି । ୧୯୯୮ରୁ ୨୦୧୪ ମଧ୍ୟରେ ହୋଇଥିବା ପାଞ୍ଚଟି ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ପାଟ୍ଟଶାଣୀ ବିଜୟ ଲାଭ କରିଛନ୍ତି । ୧୯୯୮ ପୂର୍ବରୁ ହୋଇଥିବା ୧୧ଟି ସାଧାରଣ ନିର୍ବାଚନରେ କଂଗ୍ରେସ ୮ ଥର ଓ ସିପିଆଇ(ଏମ୍) ୩ ଥର ଏହି ନିର୍ବାଚନମଣ୍ଡଳୀକୁ ଦଖଲ କରିଥିଲେ । ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ପାଟ୍ଟଶାଣୀ ପାଖାପାଖି ୨ ଲକ୍ଷ ଭୋଟ୍ରେ ବିଜୟୀ ହୋଇଥିଲେ । ସେହି ନିର୍ବାଚନରେ ବିଜେପି ପ୍ରାର୍ଥୀ ଥିଲେ ପୃଥ୍ବୀରାଜ ହରିଚନ୍ଦନ ଓ କଂଗ୍ରେସ ପ୍ରାର୍ଥୀ ଥିଲେ ଅଭିନେତା ବିଜୟ ମହାନ୍ତି । ଲଗାତର ୫ ଥର ଜିତିଥିଲେ ବି ପାଟ୍ଟଶାଣୀଙ୍କର ବିଧାୟକମାନଙ୍କ ସହିତ ସେତେଟା ଭଲ ସମ୍ପର୍କ ନ ଥିଲା । ଦଳୀୟ ସାଂସଦ ଭାବେ ବିଧାୟକମାନେ ତାଙ୍କୁ ବିଭିନ୍ନ କାର‌୍ୟ୍ୟକ୍ରମରେ ସାମିଲ କରୁଥିଲେ ବି ତାହା କେବଳ ଉପର ଠାଉରିଆ ଥିଲା । ତେଣୁ ଏଠାରେ ଏଥର ପ୍ରାର୍ଥୀ ବଦଳିବେ ବୋଲି ବହୁ ଦିନରୁ ଆଲୋଚନା ଆରମ୍ଭ ହୋଇଥିଲା ।
ଭୁବନେଶ୍ୱର ପାଇଁ ଅରୁପଙ୍କୁ ବାଛିଛନ୍ତି ବିଜେଡ଼ି ସୁପ୍ରିମୋ । ପାଞ୍ଚ ଥରର ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ହଟାଇ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ୨୦୧୪ରେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ପ୍ରସନ୍ନ ପାଟ୍ଟଶାଣୀ । ବିଜେପି ପ୍ରାର୍ଥୀ ପୃଥ୍ୱିରାଜ ହରିଚନ୍ଦନଙ୍କୁ ହରାଇ ବନିଥିଲେ ସାଂସଦ । ତେବେ ୨୦୧୯ରେ ପ୍ରସନ୍ନଙ୍କୁ ଟିକେଟ ମିଳିନାହିଁ । ଏପରିକି ନବୀନ ତାଙ୍କୁ ରାଜ୍ୟସଭା ପଠାଇବେ ବୋଲି ଘୋଷଣା କରିସାରିଛନ୍ତି । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୁପ ପଟ୍ଟନାୟକ ବିଜେଡି ତରଫରୁ ଭୁବନେଶ୍ୱର ଲୋକସଭା ଆସନରେ ଲଢିବେ । ଅରୂପ ପଟ୍ଟନାୟକଙ୍କ ଜନ୍ମଭୂମି ଓଡ଼ିଶା । କର୍ମଭୂମି ମହାରାଷ୍ଟ୍ର । ମୁମ୍ବାଇର ପୁଲିସ୍ କମିସନର୍ ଭାବେ ଦେଶରେ ଚର୍ଚ୍ଚିତ ଥିଲେ ଏହି ଆଇପିଏସ୍ ଅଫିସର୍ । ଅବସର ପରେ ଜନ୍ମଭୂମିକୁ ଆସି ରାଜନୀତିରେ ପାଦ ଦେଇଛନ୍ତି । ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଭାବେ । ଏବେ ରାଜନୀତିରେ ଅରୁପ କେତେ ସଫଳ ହେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।
ସେପେଟ ପୂର୍ବରୁ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ପୂର୍ବରୁ ବାଛି ସାରିଛି । ଅପରାଜିତାଙ୍କ ଜନ୍ମସ୍ଥାନ ବିହାର। କର୍ମଭୂମି ଓଡ଼ିଶା। ବୋହୂ ବି ଓଡ଼ିଶାର। ବିଏମ୍ସି କମିସନର ଭାବେ ଚର୍ଚ୍ଚାରେ ଥିଲେ ଏହି ଆଇଏଏସ୍ ଅଫିସର୍। ଚାକିରି ୧୦ ବର୍ଷ ବାକି ଥିଲା। ସ୍ବେଚ୍ଛାକୃତ ଅବସର ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ବିଜେପି ତାଙ୍କୁ ପ୍ରାର୍ଥୀ କରିଛି। ଭୁବନେଶ୍ୱର ମ୍ୟୁନିସପାଲ କର୍ପୋରେସନର କମିଶନର ଥିବା ସମୟରେ ନିଜ କାମକୁ ନେଇ ବେଶ ଚର୍ଚ୍ଚାରେ ରହିଥିଲେ ଅପରାଜିତା । ଏପରିକି ପଂଚାୟତିରାଜ ଏବଂ ଗଣଶିକ୍ଷା ବିଭାଗର ଦାୟିତ୍ୱ ତୁଲାଇବା ସମୟରେ ଶିକ୍ଷକମାନଙ୍କ ପାଇଁ ନେଇଥିବା କିଛି ପଦକ୍ଷେପକୁ ନେଇ ସାରା ଓଡିଶାରେ ପରିଚିତ ହୋଇଯାଇଥିଲେ ଅପରାଜିତା । ଏବେ ଭୁବନେଶ୍ୱରର ଗଳିକନ୍ଦି ବୁଲୁଛନ୍ତି ଅପରାଜିତା । ଭୁବନେଶ୍ୱର ଆସନରୁ ଜିତିବାକୁ ଲକ୍ଷ୍ୟ ରଖିଥିବା ଅପରାଜିତା ୨୦୧୯ ମୁକାବିଲା ପାଇଁ ପୁରା ଦମରେ ଲାଗି ପଡିଛନ୍ତି
କଂଗ୍ରେସ ଏଥର ଭୁବନେଶ୍ବରରେ ପ୍ରାର୍ଥୀ ଦେଉ ନାହିଁ । ବୁଝାମଣା ଭିତ୍ତିରେ ସିପିଆଇ(ଏମ୍)କୁ ଏହି ଆସନ ଛାଡ଼ି ଦେଇଛି । ସିପିଆଇ(ଏମ୍) ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଜନାର୍ଦ୍ଦନ ପତି । ତେବେ ଜନାର୍ଦ୍ଦନଙ୍କୁ କଂଗ୍ରେସ ସମର୍ଥନ ଦେଉଥିବାରୁ ସେ ବିଜେଡି ଓ ବିଜେପିକୁ କଡ଼ା ମୁକାବିଲା କରିବେ ବୋଲି ଆକଳନ କରାଯାଉଛି ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions