Connect with us

ନୂଆଦିଲ୍ଳୀ ୧୨/୧୨ : ଚଳିତ ବିଧାନସଭା ବିଧାନସଭାରେ ମଧ୍ୟପ୍ରଦେଶରେ ବିଜେପି ଜିତିବାର ଯାହା ସାମାନ୍ୟ ଆଶା ଥିଲା ତାହା ମଧ୍ୟ ଶେଷରେ ମଉଳି ଯାଇଛି ।୨୩୦ ଆସ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ କଂଗ୍ରେସ ୧୧୪ଟି ଆସନ ଲାଭ କରି ଏକକ ସଂଖ୍ୟା ଗରିଷ୍ଠ ଦଳର ମାନ୍ୟତା ହାସଲ କରିଛି । ଇତିମଧ୍ୟରେ କଂଗ୍ରେସକୁ ବିଏସ୍ପି ସମର୍ଥନ ଘୋଷଣା କରିସାରିଥିବାରୁ କଂଗ୍ରେସ ତାହା ସହାୟତାରେ ସରକାର ଗଢ଼ିବା ନିଶ୍ଚିତ ହୋଇଯାଇଛି । ମ୍ୟାଜିକ ନମ୍ବର ୧୧୬ ହୋଇଥିବାବେଳେ ବିଏସ୍ପି ଦୁଇଟି ଆସନ ଲାଭ କରିଥିବାରୁ ତାହା ସମର୍ଥନରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ୧୦୯ଟି ଆସନରେ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଆଉ ୭ଟି ଆସନ ଲାଭ କରିଥିଲେ ବିଜେପି ସରକାର ଗଠନ କରିବାକୁ ସକ୍ଷମ ହୋଇଥାନ୍ତା ।
ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ମଧ୍ୟ ସରକାର ଗଠନ କରିବାକୁ ଯାଉଛି । ରାଜସ୍ଥାନର ୧୯୯ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ କଂଗ୍ରେସ ୧୦୦ଟି ଆସନ ଲାଭ କରିଛି । ସେଠାରେ ବିଏସ୍ପିର ଆସନ ସଂଖ୍ୟା ୬ । ସେଠାରେ ମଧ୍ୟ କଂଗ୍ରେସ ବିଏସ୍ପି ସହାୟତାରେ ସରକାର ଗଢ଼ିବାକୁ ଯାଉଛି । ଏହି ରାଜ୍ୟରେ ବିଜେପିର ଆସନ ସଂଖ୍ୟା ୭୩ । ତେବେ ରାଜ୍ୟରେ ସଚିନ ପାଇଲଟ୍ ଓ ଅଶୋକ ଗେହେଲଟଙ୍କ ମଧ୍ୟରୁ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନିଷ୍ପତ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଉପରେ ଛାଡ଼ି ଦିଆଯାଇଛି । ଆଜି ଅପରାହ୍ନରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଏ ସମ୍ପର୍କରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି ।
ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଦଉଡରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ କମଳନାଥ ରହିଥିଲେ ମଧ୍ୟ କମଳନାଥଙ୍କ ଉପରେ ରାହୁଳ ଗାନ୍ଧୀ ହାତ ଥୋଇପାରନ୍ତି ବୋଲି ପରୋକ୍ଷ ଭାବେ ସୂଚନା ମିଳିଛି । ତେବେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ଖୁବ୍ଶୀଘ୍ର ଜଣାପଡ଼ିଯିବ । ଆଜି ସକାଳେ ଶ୍ରୀ ସିନ୍ଧିଆ, କମଳନାଥ ଓ ଦିଗ୍ବିଜୟ ସିଂ ଏକତ୍ର ରାଜଭବନ ଯାଇ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି । ଛତିଶଗଡ଼ରେ ବିଜେପିକୁ ଶୋଚନୀୟ ଭାବେ ପରାସ୍ତ କରି କଂଗ୍ରେସ କ୍ଷମତା ହାସଲ କରିଛି । ଏଠାରେ କଂଗ୍ରେସ ୬୮ ଆସନ ଲାଭ କରିଥିବାବେଳେ ବିଜେପି ମାତ୍ର ୧୫ଟି ଆସନରେ ବିଜୟୀ ହୋଇଛି ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions