Connect with us

କେନ୍ଦ୍ରାପଡ଼ା ୧୫ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଗସ୍ତରେ ଆସି ବାରୋ ହାଟପଡିଆ ନିକଟରେ ଲକ୍ଷାଧିକ ଚାଷୀଙ୍କ ସମାବେଶକୁ ସମ୍ବୋଧିତ କରିଛନ୍ତି । ଚାଷୀର ଉନ୍ନତି ହେଲେ ଦେଶର ଉନ୍ନତି ହେବ ବୋଲି ଶ୍ରୀ ପଟ୍ଟନାୟକ କହିବା ସହ କେନ୍ଦ୍ରାପଡାରେ ୫୪.୫୬ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି । ସେ ୧୧୮.୬୦ କୋଟି ଟଙ୍କାର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଯୋଜନା ପ୍ରାୟ ସାଢେ ୩ ଲକ୍ଷ ଚାଷୀ ତଥା ଭୂମିହୀନ ଚାଷୀ ଉପକୃତ ହୋଇପାରିବେ ବୋଲି ପ୍ରକାଶ କରିଥିଲେ ।


ପ୍ରାୟ ଲକ୍ଷାଧିକ କୃଷକ ମାନଙ୍କ ସମାବେଶକୁ ସମ୍ବୋର୍ଦ୍ଧିତ କରିବାସହ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ବନ୍ଧରେ ସୂଚନା ଦେଇଥିଲେ। ୫୪.୫୬ କୋଟି ଟଙ୍କାର ପ୍ରକଳ୍ପ ତଥା ରାଜକନିକା ବ୍ଲକ ଅନ୍ତର୍ଗତ ଦେଉଳତରା ଓ ଆଳି ବ୍ଲକ ଡିମିରିପାଳ ମେଗା ଉଠା ଜଳସେଚନ ପ୍ରକଳ୍ପ, ଜରିଆବାଡ ଏବଂ ଡି.କେ. ଭୋଳ ୩୩/୧୧ କେ.ଭି ପ୍ରାଥମିକ ସବ୍‌ଷ୍ଟେସନ୍‌ ଉଦXାଟନ କରିଥିଲେ। ସେହିପରି ୧୧୮.୬୦ କୋଟି ଟଙ୍କାର ପ୍ରକଳ୍ପ ତଥା ପଂଚୁପଲ୍ଲୀ ପନ୍ତଳା ରଙ୍ଗୋଲି ସର୍କିଟ୍‌- କୋଠିଘାଟ, ଲୁଣିଘେରୀ ଅଂଚଳ ଉନ୍ନତି କରଣ ପ୍ରକଳ୍ପ, କେନ୍ଦ୍ରାପଡାର ଇନ୍ଦୁପୁର ଅଳପୁଆ, ଦାମୋଦର ପାଟଣା – ଜଗନ୍ନାଥପୁର ଘାଟରାସ୍ତା ଓ ମେହେନ୍ଦିନଗର – ହୁରାସାହି ରାସ୍ତାର ଉନ୍ନତିକରଣ, ଝାରକଟା ଓ ପଦ୍ମନାଭପୁରଠାରେ ବ୍ରାହ୍ମଣୀ ନଦୀ ଡାହାଣପାଶ୍ୱର୍ ଏବଂ ସୋରିଷଡା- ପାତ୍ରପୁରଠାରେ ବାମପାଶ୍ୱର୍ ତଟ ସୁରକ୍ଷା ପ୍ରକଳ୍ପ, ଜଗନ୍ନାଥପୁର, ବଡକୋଟା ଓ କୋଇଲିପୁରଠାରେ ହଂସୁଆ ନଦୀର ଡାହାଣ ପାଶ୍ୱର୍ ଏବଂ ଗୋପାଳ ପୁରଠାରେ ଲୁଣାନଦୀ ତଟ ସୁରକ୍ଷା ପ୍ରକଳ୍ପ, ଦାନପୁର ଲକ୍‌ – ଚକ୍ରୋଡା ଲକ୍‌- କେନ୍ଦ୍ରାପଡା ଲକ୍‌ ବାମତଟ ରାସ୍ତା ଉନ୍ନତୀ କରଣ, ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପଟ୍ଟାମୁଣ୍ଡାଇ ଏନ୍‌ଏସି ଆମ୍ବେଡା ରାସ୍ତା ଉନ୍ନତି କରଣ ପ୍ରକଳ୍ପ ଏବଂ ରାଜକନିକା ଓ ରାଜନଗର ତହସିଲ କାର୍ଯ୍ୟାଳୟ ଇତ୍ୟାଦି ବିଭିନ୍ନ ପ୍ରକଳ୍ପର ଭିତି ପ୍ରସ୍ତର ହେଲିପ୍ୟାଡ୍‌ ନିକଟରେ ସୁଇଚ୍‌ ଟିପି ଭିତିପ୍ରସ୍ତର ସ୍ଥାପନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଥିଲେ ୨୦୨୦ ମସିହା ସୁଦ୍ଧା ୧୦ ହଜାର ହେକଫର ଅଣଜଳସେଚିତ ଜମିକୁ ଜଳସେଚନର ସମସ୍ତ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ବିଭିନ୍ନ ଯୋଜନା ମାଧ୍ୟମରେ ଅର୍ଥନୈତିକ ବିକାଶ ଘଟାଇ ରାଜ୍ୟ ସରକାର ୮୦ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଆଣିବାରେ ସମର୍ଥ ହୋଇଛନ୍ତି। ଏହି ଅଭିନବ କାଳିଆ ଯୋଜନା କୃଷକମାନଙ୍କ ଆର୍ଥିକ ଉନ୍ନତି ଓ ଚାଷକାର୍ଯ୍ୟର ଉନ୍ନତି ବିଧାନ ପାଇଁ କରାଯାଇଛି। ଏହାଦ୍ୱାରା ୯୨ ଭାଗ ଚାଷୀ ଉପକୃତ ହେବାସହ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ମଜବୁତ୍‌ ହେବ ଓ ଅର୍ଥ ପାଇଁ ଅନ୍ୟର ଋଣ ଉପରେ ନିର୍ଭରଶୀଳ ହେବେ ନାହିଁ। କେନ୍ଦ୍ରାପଡା ବିଜୁବାବୁଙ୍କ କର୍ମଭୂମି ଓ କେନ୍ଦ୍ରାପଡା ପ୍ରତି ମୋ ସରକାରର ସ୍ୱତନ୍ତ୍ର ଦୃଷ୍ଟି ରହିଛି। ଏହି କାର୍ଯ୍ୟକ୍ରମରେ କୈାଣସି ନେତା ତଥା ବିଧାୟକ ଓ ମନ୍ତ୍ରୀଙ୍କୁ ଭାଷଣ ଦେବାପାଇଁ ସୁଯୋଗ ଦିଆଯାଇନଥିବାବେଳେ କେତେକ ଚାଷୀଙ୍କୁ ବକ୍ତବ୍ୟ ଦେବାର ସୁଯୋଗ ମିଳିଥିଲା। ଏହି କାର୍ଯ୍ୟକ୍ରମକୁ ଚଳଚ୍ଚିତ୍ର ଅଭିନେତା କୁନା ତ୍ରିପାଠୀ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ସୂଚନା ଲୋକ ସଂପର୍କ ଏବଂ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ କିଶୋର ଚନ୍ଦ୍ର ତରାଇ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବେଦ ପ୍ରକାଶ ଅଗ୍ରୱାଲା, ଦେବାଶିଷ ସାାମନ୍ତରାୟ, ଡଃ. ରାଜଶ୍ରୀ ମଲ୍ଲିକ, ପ୍ରଶାନ୍ତ ମୁଦୁଲି, ଜିଲ୍ଲା ପରିଷଦ ସଭାପତି ମାନସ ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମ ବଂଧୁ ଧଳ, ସମବାୟ ବିତ୍‌ ତଥା ବିଜେଡି ରାଜ୍ୟ ସଂପାଦକ ପ୍ରମୋଦ କୁମାର ସାହୁ, ୮ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ତଥା ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟା ଜ୍ୟୋସ୍ନାରାଣୀ ଜେନା, ଇଂ ମୁରଲୀ ଧର ସେଠୀ, ଯୁବ ନେତା ରାଜେଶ ପଣ୍ଡା, ଶ୍ରୀଧର ବେହେରା, ଧୀରେନ୍ଦ୍ର ଦାସ, ହିରଣ୍ୟ ପଣ୍ଡା, ଭଜକୃଷ୍ଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟ

ଗଙ୍ଗାଧର ବିଷୋୟୀ ଓଡ୍ର ଖଣ୍ଡାୟତ କାଳଞୀ ସମାଜ ବେତାରସିଙ୍ଗି ଅଞ୍ଚଳ ପରିଷଦର ନୂତନ ସଭାପତି

Published

on

ବୁଗୁଡ଼ା :  ଓଡ୍ର ଖଣ୍ଡାୟତ କାଳଁଞୀ ସମାଜର କେନ୍ଦ୍ରୀୟ ପରିଷଦ ପକ୍ଷରୁ ଆଜି ବେତାରସିଙ୍ଗି ଅଂଚଳ ପରିଷଦର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବୁଗୁଡ଼ା-ଭଞ୍ଜନଗର ଅଂଚଳର ଜଣାଶୁଣା ଲୋକପ୍ରିୟ ଜନନେତା ଗଙ୍ଗାଧର ବିଷୋୟୀଙ୍କୁ ବେତାରସିଙ୍ଗି ଅଞ୍ଚଳ ପରିଷଦର ନୂତନ ସଭାପତି ଭାବେ ମନୋନୀତ କରାଯଇଛି l

ଅଞ୍ଚଳ ପରିଷଦର ଉପସଭାପତି ଭାବେ ଅନ୍ତର୍ଯ୍ୟାମୀ ସ୍ଵାଇଁ, ସମ୍ପାଦକ ଭାବେ ଅମ୍ବିକା ପ୍ରସାଦ ବିଷୋୟୀ, ସଂଗଠନ ସମ୍ପାଦକ ଭାବେ ଯୋଗୀ ନାହାକ,ସଂଗଠକ ଭାବେ ଲକ୍ଷ୍ମଣ ସ୍ଵାଇଁ, ଓ ଉପଦେଷ୍ଟା ଭାବେ ଗନ୍ଧର୍ବ ସେନ୍ ଭୂୟା ସର୍ବ ସମ୍ମତି ଭାବେ ନିର୍ବାଚିତ ହୋଇଛନ୍ତି l

ବୈଠକରେ କେନ୍ଦ୍ର ପରିଷଦ ସଭାପତି ସନ୍ତୋଷ କୁମାର ଜେନା, ଉପସଭାପତି ବୃନ୍ଦାବନ ଖଟେଇ, ସମ୍ପାଦକ ନୀଳାଚଳ ପୋଲେଇ, ଉପଦେଷ୍ଟା କାଳୀଚରଣ ନାୟକ, ଆସିକା ଅଞ୍ଚଳ ସଭାପତି ନରହରି ବିଶୋଇ, ସମ୍ପାଦକ ଯୋଗେନ୍ଦ୍ର ପ୍ରଧାନ, ସିଦ୍ଧେଶ୍ୱର ଅଞ୍ଚଳ ସଭାପତି ଯୋଗେନ୍ଦ୍ର ବିଶୋଇ, ଆଠଗଡ ସଭାପତି ସୂର୍ଯ୍ୟ ନାରାୟଣ ଭୂୟା ,ସମ୍ପାଦକ ରାଧାଶ୍ୟାମ ଜେନା, ଉପଦେଷ୍ଟା ପଦ୍ମଚରଣ ଜେନା, କଇଁଡି ଅଞ୍ଚଳ ସଭାପତି ଜଗବନ୍ଧୁ ଜେନା, ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ କେନ୍ଦ୍ର ସଭାପତି ହରିହର ପ୍ରଧାନଙ୍କ ସମେତ ଗ୍ରାମମଣ୍ଡଳ,ଅଞ୍ଚଳ ଓ 19 ଖଣ୍ଡ ଗ୍ରାମର ସମାଜ ଭାଇମାନେ ଉପସ୍ଥିତ ଥିଲେ l

ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ କୂଳ ଦେବତାଙ୍କ ନିକଟରେ ଶପଥ ପାଠ କରାଯାଇଥିଲା l

ନୂତନ କମିଟି ଅଞ୍ଚଳରେ ସମାଜ ଭାଇଙ୍କ ଶିକ୍ଷା, ଆର୍ଥିକ ଉନ୍ନତି, ଗରିବ, ବୃଦ୍ଧ ବୃଦ୍ଧା ଙ୍କ କଲ୍ୟାଣ ସୁରକ୍ଷା ,ନାରୀ ସୁରକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ l ଅଞ୍ଚଳରେ ବର୍ତ୍ତମାନ ଶୂନ୍ୟ ଅଭିଯୋଗ ଘୋଷଣା କରାଯାଇଛି l ଶେଷରେ ନବ ନିର୍ବାଚିତ ସଭାପତି ଗଙ୍ଗାଧର ବିଶୋଇ ଧନ୍ୟବାଦ ପ୍ରଦାନ କରିଥିଲେ l

Continue Reading

ରାଜ୍ୟ

ହାପି ଆକ୍ସିସ ଫାଉଣ୍ଡେସନ ର ଆର୍ଟ କର୍ମଶାଳା

Published

on

ଭୁବନେଶ୍ୱର : ପବିତ୍ର ରଜ ସଂକ୍ରାନ୍ତି ଅବସରରେ ମାଟି, ଗଛ ଓ ପ୍ରକୃତି ସହ ମଣିଷର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଅଜିତ ଆର୍ଟ ଆଣ୍ଡ କ୍ରାଫ୍ଟ ଏବଂ ହାପି ଆକ୍ସିସ ଫାଉଣ୍ଡେସନର ସହଯୋଗରେ‘ପ୍ଲାନଟିୟୋର୍ ଏ ପ୍ଲାନଟେ’ ଶୀର୍ଷକ ଏକ ସୃଜନଶୀଳ କର୍ମଶାଳା ଏଠାର ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ବିଭିନ୍ନ ବର୍ଗରୁ ୫୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେଇ ମାଟିପାତ୍ର ଚିତ୍ରାଙ୍କନ ଏବଂସେଥିରେ ବୃକ୍ଷରୋପଣ କାର୍ଯ୍ୟରେ ସକ୍ରିୟ ଭାବେ ଭାଗ ନେଇଥିଲେ।

କର୍ମଶାଳାରେ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଏକ ମାଟିପାତ୍ର ଓ ଏକ ଚାରା ଗଛ ପ୍ରଦାନ କରାଯାଇଥିଲା। ସେମାନେ ନିଜ କଳ୍ପନା ଓ ସୃଜନଶୀଳତାର ରଙ୍ଗରେ ମାଟିପାତ୍ରକୁ ସଜାଇବା ସହିତ ସେଥିରେ ଚାରା ରୋପଣ କରି ଘରକୁ ନେଇଯାଇଥିଲେ। ଏହା ପ୍ରକୃତି ପ୍ରତି ସଚେତନତା, ମାନସିକ ପ୍ରଶାନ୍ତି ଏବଂ ସୃଜନଶୀଳତାର ଏକ ସୁନ୍ଦର ସମନ୍ୱୟ ଥିଲା।

କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ କଳାକାରମାନଙ୍କୁ ପ୍ରୋତ୍ସାହନ ଦେବା ସହ କଟକ କୁମ୍ଭାର ସାହିର କାରିଗରମାନଙ୍କ ନିର୍ମିତ ମାଟିପାତ୍ର ବ୍ୟବହାର କରାଯାଇଥିଲା। ଏହା ସହ ଚାରାଗୁଡ଼ିକୁ ଅଜିତ ଆର୍ଟ ଆଣ୍ଡ କ୍ରାଫ୍ଟ ଟିମ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଆୟୋଜକମାନଙ୍କ ମତାନୁସାରେ, ମାଟିର ସ୍ପର୍ଶ ଓ ପ୍ରକୃତି ସହ ସଂଯୋଗ ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ ଏବଂ ଏପରି କାର୍ଯ୍ୟକ୍ରମ ଲୋକଙ୍କୁ ସକାରାତ୍ମକ ଅନୁଭୂତି ପ୍ରଦାନ କରେ।

ହାପି ଆକ୍ସିସ ଫାଉଣ୍ଡେସନର ସହଯୋଗରେ ଆୟୋଜିତ ଏହି କର୍ମଶାଳା ଅଜିତ ଆର୍ଟ ଆଣ୍ଡ କ୍ରାଫ୍ଟର ଏକ ନିଆରା ପ୍ରୟାସ ଭାବେ ସମସ୍ତଙ୍କ ପ୍ରଶଂସା ସାଉଁଟିଥିଲା। ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆଗାମୀ ରଥଯାତ୍ରା ଅବସରରେ ଏକ ଭିନ୍ନ ଶୈଳୀରେ ଜଗନ୍ନାଥ ପେଣ୍ଟିଂକୁ ନେଇ ଆଉ ଏକ ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରାଯିବ। ଏହି କର୍ମଶାଳା ମାଧ୍ୟମରେ ଓଡ଼ିଶାର ପାରମ୍ପରିକ କଳା ଓ ସଂସ୍କୃତିକୁ ନୂତନ ପିଢ଼ୀ ସହ ଯୋଡ଼ିବାକୁ ଉଦ୍ୟମ କରାଯିବ।

 

 

Continue Reading

ରାଜ୍ୟ

ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କ ଅବ୍ୟବସ୍ଥା ଦେଖି ରାଗିଲେ ସହରୀ ମନ୍ତ୍ରୀ କୃଷ୍ଣ ମହାପାତ୍ର

Published

on

ଭୁବନେଶ୍ୱର: ଓଡିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଆଇଜି ପାର୍କ (ଇନ୍ଦିରା ଗାନ୍ଧୀ ପାର୍କ) ଅଚାନକ ପରିଦର୍ଶନ କରିବା ସମୟରେ ସେଠାକାର ଅବ୍ୟବସ୍ଥା ଦେଖି ବିରକ୍ତି ପ୍ରକାଶ କଲେ ।

ପାର୍କର ଅବ୍ୟବସ୍ଥା, ବିଶେଷ କରି ଶୌଚାଳୟ ଏବଂ ପରିସ୍ରାଗାରର ଶୋଚନୀୟ ଅବସ୍ଥା ଦେଖି ଡକ୍ଟର ମହାପାତ୍ର ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିରେ ତୁରନ୍ତ ସୁଧାର ଆଣିବା ସହ ଉପଯୁକ୍ତ ପରିମଳ, ନିୟମିତ ରକ୍ଷଣାବେକ୍ଷଣ ଏବଂ ସେବା ମାନରେ ଉନ୍ନତି ଆଣିବାକୁ ସେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହି ଅବହେଳା ଜାରି ରହେ, ତେବେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି।

ଭୁବନେଶ୍ୱର ସହରର ଏକ ପ୍ରମୁଖ ସ୍ଥାନରେ ଅବସ୍ଥିତ ଏହି ପାର୍କକୁ ପ୍ରତିଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଆସୁଥିବାରୁ ଏହାର ଯତ୍ନ ଏବଂ ପରିମଳ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ। ପରିଦର୍ଶନ ସମୟରେ ମନ୍ତ୍ରୀ ସେଠାକୁ ଆସିଥିବା ପର୍ଯ୍ୟଟକମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ।

ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର  ଏନ୍. ଗଣେଶ ବାବୁ ଉପସ୍ଥିତ ଥିଲେ। ପାର୍କକୁ ସବୁବେଳେ ସ୍ୱଚ୍ଛ, ନିରାପଦ ଏବଂ ପରିଦର୍ଶକ-ଅନୁକୂଳ କରିବା ପାଇଁ ଅଧିକାରୀ ଓ ରକ୍ଷଣାବେକ୍ଷଣ କର୍ମଚାରୀମାନଙ୍କୁ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions