Connect with us

ଭୁବନେଶ୍ୱର: ବାବୁସାନଙ୍କ ନିଆରା ଚଳଚିତ୍ର ପୋଷ୍ଟର.. ଯାହାକୁ ନେଇ ଦ୍ୱନ୍ଦ୍ୱରେ ଦର୍ଶକ..୨୦୨୧ ସରିଆସୁଥିବା ବେଳେ ଖ୍ରୀଷ୍ଟମାସରେ ନିଜ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି ସୁପରଷ୍ଟାର ବାବୁସାନ୍ ।

ଖୁବଶୀଘ୍ର ସିନେ ପରଦାକୁ ଆସୁଥିବା ତାଙ୍କର ଏକ ଚଳଚିତ୍ରର ପୋଷ୍ଟର ସେ ନିଜ ସୋସିଆଲ ମିଡିଆ ମାଧ୍ୟମରେ ଡିସେମ୍ବର ୨୫ରେ ସେୟାର କରିଥିଲେ । ଚଳଚିତ୍ରଟିର ନାଁ ହେଉଛି ‘ଦମନ’।

ଭିନ୍ନ ଓ ନୂତନ ଧରଣର କାହାଣୀ ଥିବା ଓଡିଆ ଚଳଚିତ୍ରକୁ ନେଇ ରଜରେ ନିଜ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି ଚକଲେଟ୍ ହିରୋ ବାବୁସାନ୍ । ରଜ ମଉଜରେ ସିନେପ୍ରେମୀ ଦେଖିବେ ବାବୁସାନଙ୍କର ଏହି ନୂଆ ଅବତାର । ତେବେ ଚଳଚିତ୍ରଟିର ପ୍ରଥମ ଲୁକ୍ ବା ପୋଷ୍ଟର ଦର୍ଶକଙ୍କ ସାମ୍ନାରେ ପ୍ରକାଶ କରାଯାଇଛି ।

ଏହି ଚଳଚିତ୍ରଟି ୨୦୨୨ ରଜରେ ମୁକ୍ତିଲାଭ କରିବାକୁ ଯାଉଛି । ତେବେ ଏହି ଚଳଚିତ୍ରର ପ୍ରଯୋଜକ ହେଉଛନ୍ତି ଦିପେନ୍ଦ୍ର ସାମଲ ଓ ଯୁବ ନିର୍ଦ୍ଦେଶକ ଭାବେ ପ୍ରସିଦ୍ଧ ବିଶାଲ ମୋର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି । ଜେପି ମୋଶନ ପିକଚର୍ସ ବ୍ୟାନରରେ ଏବଂ ମେନ୍ଟିସ ଫିଲ୍ମସ୍ ନିବେଦିତ ଦମନ ଚଳଚିତ୍ରଟି ଏକ ସତ୍ୟକାହାଣୀ ଉପରେ ଆଧାରିତ ।

ତେବେ ଏହି ପୋଷ୍ଟରରେ ପ୍ରଥମଥର ପାଇଁ ଚକ୍‌ଲେଟ୍ ହିରୋ ଏକ ଭିନ୍ନ ଅନ୍ଦାଜରେ ନଜର ଆସୁଛନ୍ତି । ପୋଷ୍ଟରରେ କେବଳ ଏକ ଘୋଡା ଉପରେ ବସି ଯାଉଥିବାର ବାବୁସାନ୍‌ଙ୍କ ଫିଲ୍ମର ଲୁକ୍ ଦେଖିବାକୁ ମିଳିଛି । ତେବେ ପୋଷ୍ଟରକୁ ଦେଖି କାହାଣୀ ଅନୁମାନ କରିବାରେ ବ୍ୟସ୍ତ ହେଲେଣି ସିନେପ୍ରେମୀ । କାହିଁକି ନା ବାବୁସାନ୍‌ଙ୍କ ପୂର୍ବ ଚଳଚିତ୍ରରୁ ଏହା ସଂମ୍ପୂର୍ଣ୍ଣ ଅଲଗା ପରିଲକ୍ଷିତ ହେଉଛି । ପ୍ରଥମଥର ପାଇଁ ପୋଷ୍ଟରଟି ରିଲିଜ ହେବା ପରେ ଦର୍ଶକଙ୍କ ମନରେ ଢେର୍ ଉତ୍ସାହ ଦେଖିବାକୁ ମିଳିଛି ।

ନିଜ କ୍ୟାରିଅରରେ ଆରମ୍ଭରୁ ଆଜିଯାଏଁ ବାବୁସାନ୍ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ନିଜ ଅଭିନୟ ଯାଦୁରେ ବାନ୍ଧି ରଖିଛନ୍ତି । ତେବେ ଦମନର ଦୁଇ ନିର୍ଦ୍ଦେଶକଙ୍କ ଅନୁସାରେ ଏଥର ଦମନରେ ବାବୁଙ୍କ ଅନ୍ଦାଜ ସବୁ ଚଳଚିତ୍ରଠାରୁ ପୁରା ହଟ୍‌କେ ରହିବ । ତାସହ ଓଡିଆ ଚଳଚିତ୍ର ଜଗତରେ ଏହି ଫିଲ୍ମ ଏକ ନୂଆ ଟ୍ରେଣ୍ଡ ସୃଷ୍ଟି କରିବ ।

ତେବେ ରଜରେ ଏକ ଜବରଦସ୍ତ କାହାଣୀ ସହ ଓଡିଶାବାସୀଙ୍କ ହୃଦୟ ଜିତିବାର ଆଶା ନେଇ ଏହି ଦୁଇ ଯୁବ ନିର୍ଦ୍ଦେଶକ ମଧ୍ୟ ଉତ୍ସାହିତ ଅଛନ୍ତି ।

Continue Reading
Click to comment

Leave a Reply

Your email address will not be published.

Entertainment

ପାଞ୍ଚ ବିଶିଷ୍ଟ ପ୍ରତିଭାଙ୍କୁ ଅରୁନ୍ଧତୀ ସମ୍ମାନ

Published

on

ଭୁବନେଶ୍ଵର: ରାଜ୍ୟସ୍ତରୀୟ ଦ୍ଵାଦଶ ଅରୁନ୍ଧତୀ ଉତ୍ସବରେ ବିଭିନ୍ନ କଳା କ୍ଷେତ୍ରର ୫ ବିଶିଷ୍ଟ କୃତବିଦ୍ୟ କଳାକାରଙ୍କୁ ଅରୁନ୍ଧତୀ ସମ୍ମାନ ରେ ସମ୍ମାନିତ କରାଯାଇଛି। ଅରୁନ୍ଧତୀ ସମ୍ମାନ-୨୦୨୪ରେ ଭୂଷିତ କଳାକାମାନେ ହେଲେ ; ବିଶିଷ୍ଟ ମଞ୍ଚ ତଥା ସିନେ ଅଭିନେତା ଅଶ୍ରୁମୋଚନ ମହାନ୍ତି, ଖ୍ୟାତନାମା ଶାସ୍ତ୍ରୀୟ ସଂଗୀତ ଶିଳ୍ପୀ ବୀଣାପାଣି ରଥ, ବିଶିଷ୍ଟ ଶାସ୍ତ୍ରୀୟ ମର୍ଦ୍ଦଳବାଦକ ସଚ୍ଚିଦାନନ୍ଦ ଦାସ, ସ୍ଵନାମଧନ୍ୟ କଳାକାର ତଥା ପ୍ରସିଦ୍ଧ ପ୍ରହଲ୍ଲାଦ ନାଟକର ନିର୍ଦ୍ଦେଶକ ଓ ଅଭିନେତା ସୀମାଞ୍ଚଳ ପାତ୍ର, ଓଡ଼ିଶୀ ନୃତ୍ୟ ଓ ଶାସ୍ତ୍ରୀୟ ସଂଗୀତ ଶିକ୍ଷାପାଇଁ ବଲାଙ୍ଗୀରସ୍ଥିତ ସଙ୍ଗୀତ ମହାବିଦ୍ୟାଳୟ ସ୍ଵର ଝଙ୍କାର । ଏଥିସହିତ, କଣ୍ଠଶିଳ୍ପୀ, ମଞ୍ଚ କଳାକାର ତଥା ଟିଭି କାର୍ଯ୍ୟକ୍ରମ ଉପସ୍ଥାପିକା ଲୋପିତା ବେହେରାଙ୍କୁ ଅରୁନ୍ଧତୀ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି।

ଶନିବାର ସନ୍ଧ୍ୟାରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରସ୍ଥିତ ଉତ୍କଳ ରଙ୍ଗମଞ୍ଚଠାରେ ଅରୁନ୍ଧତୀ ସଂଗଠନ ଆନୁକୁଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଅରୁନ୍ଧତୀ ମହୋତ୍ସବରେ ବିଶିଷ୍ଟ ଅତିଥି ଭାବେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ରାଜ୍ୟ ଭିନ୍ନକ୍ଷମ କମିଶନର ବ୍ରତତୀ ହରିଚନ୍ଦନ ଓ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକ ଭବାନୀ ଶଙ୍କର ଚୟନୀ ଉତ୍ସବକୁ ଉଦଘାଠନ କରିଥିବାବେଳେ ମୁଖ୍ୟ ବକ୍ତା ଭାବେ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ସୁବୋଧ କୁମାର ଆଚାର୍ଯ୍ୟ ଯୋଗଦେଇ ଆମ କଳା,ସଙ୍ଗୀତ ଓ ନୃତ୍ୟର ସୁମହାନ ଐତିହ୍ୟ, ପରଂପରା ଓ ଉତ୍କଳୀୟ ତଥା ଭାରତୀୟ ସଂସ୍କୃତିର ଶ୍ରେଷ୍ଠତ୍ବ ଓ ଉତ୍କର୍ଷତା ସମ୍ପର୍କରେ ବହୁ ମୂଲ୍ୟବାନ ତଥ୍ୟ ଉପସ୍ଥାପନ କରିଥିଲେ। ସଂଗଠନର ସଭାପତି ବରିଷ୍ଠ ଭାରତୀୟ ବନସେବା ଅଧିକାରୀ ହର୍ଷବର୍ଦ୍ଧନ ଉଦଗାତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସାଧାରଣ ସଂପାଦକ ଦେବାନନ୍ଦ ସାମଲ ବିଗତ ୧୨ବର୍ଷଧରି କଳା ସଂସ୍କୃତିର ବିକାଶ ଓ ବିଶେଷଭାବେ ଶାସ୍ତ୍ରୀୟ ସଙ୍ଗୀତର ପ୍ରସାର ପ୍ରଚାର ଦିଗରେ ଅରୁନ୍ଧତୀ ପକ୍ଷରୁ ଗ୍ରହଣକରାଯାଇଥିବା କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ ।

ଭରପୁର ପ୍ରେକ୍ଷାଳୟରେ ଏହି ଶାସ୍ତ୍ରୀୟ ସଂଗୀତ, ନୃତ୍ୟର ଚମତ୍କାର ପ୍ରଦର୍ଶନକୁ ଶତାଧିକ ଦର୍ଶକ ଓ ଅତିଥି ଉପଭୋଗ କରିଥିଲେ। ଆମର ବୈଭବମୟ ସଂସ୍କୃତିକୁ ସଂଗୀତ, ନୃତ୍ୟ ଓ ବାଦ୍ୟ ମାଧ୍ୟମରେ ମଞ୍ଚରେ ଉପସ୍ଥାପନ କରିଥିଲେ ବହୁ ବିଶିଷ୍ଟ କଳାକାର। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ତବଲା ବାଦିକା ରିମ୍ପା ଶିବାଙ୍କ ତବଲା ଉପରେ ଯାଦୁକାରୀ ଆଙ୍ଗୁଳି ଚାଳନା ଉପସ୍ଥିତ ଦର୍ଶକଙ୍କୁ ତଲ୍ଲୀନ କରିଦେଇଥିଲା। ଖ୍ୟାତନାମା ନୃତ୍ୟଗୁରୁ ବିଜୟ ସାହୁ ଓ ତାଙ୍କ ଦଳ ଦ୍ଵାରା ଗୋଟିପୁଅ ନୃତ୍ୟ ଦର୍ଶକଙ୍କୁ ଉତ୍ସବ ଶେଷଯାଏ ବାନ୍ଧି ରଖିଥିଲା।
ଅରୁନ୍ଧତୀ ସଂଗଠନର ମୁଖ୍ୟ କଳା ନିର୍ଦ୍ଦେଶକ ଶ୍ରୀ ସମରେନ୍ଦ୍ର ନାୟକଙ୍କ ନେତୃତ୍ଵରେ ଆୟୋଜିତ ଏହି ସମାରୋହରେ ଅଧ୍ୟାପିକା ଡ଼ ସାଇରଶ୍ମି ଜେନା , ବିଶ୍ବଜିତ ଭୋଇ, ଶତୃଘ୍ନ ସାମଲ ପ୍ରମୁଖ ମଞ୍ଚ ପରିଚାଳନା କରିଥିବାବେଳେ ପରିଚାଳନା ସମିତିର ସଭ୍ୟ ବାବୁଲି ସୁନ୍ଦରାୟ, ହେମନ୍ତ ଦାସ, ଡ.ତପନ ବେଉରା ଉତ୍ସବର ସଂଯୋଜନା କରିଥିଲେ । ପ୍ରାରମ୍ଭରେ ଯୁଗ୍ମସଂପାଦକ ବିପିନ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ଉମାକାନ୍ତ ଭୁୟାଁ ଧନ୍ୟବାଦ ଅର୍ପଣ କରିଥିଲେ । ଆମ କଳା ଓ ସଂସ୍କୃତିର ସୁରକ୍ଷା ଓ ଏହାର ପ୍ରଚାର ପ୍ରସାରରେ ବିଗତ ବର୍ଷଗୁଡିକରେ ଗୁରୁ ଦାୟିତ୍ଵ ତୁଲାଇ ଆସିଥିବା ଏହି ଅନୁଷ୍ଠାନ ଆଗାମୀ ଦିନରେ ବି ତାର ଦାୟିତ୍ଵ ତୁଲାଇବ ବୋଲି ଅତିଥି ଓ ଦର୍ଶକମାନେ ମତବ୍ୟକ୍ତ କରିଥିଲେ ।

Continue Reading

Entertainment

ପ୍ରତିମା ପ୍ରଡ଼କସନ୍ସ ରେକଡ଼ିଂ ଷ୍ଟୁଡ଼ିଓର ନୂଆ ରୂପ

Published

on

ଭୁବନେଶ୍ୱର: ପ୍ରତିମା ପ୍ରଡ଼କସନ୍ସ ରେକର୍ଡ଼ିଂ ଷ୍ଟୁଡ଼ିଓ ନବୀକରଣର ଶୁଭ ଉଦଘାଟନ ହୋଇଯାଇଛି।

ଗତ ପାଞ୍ଚ ବର୍ଷ ତଳେ ଆରମ୍ଭ ଏହି ଷ୍ଟୁଡ଼ିଓକୁ ନୂଆରୂପରେ ବର୍ତମାନ ପ୍ରତିଷ୍ଠା କରାଯାଇଛି। କଳ୍ପନା ଛକ ନିକଟସ୍ଥ ପୁରାତନ ମୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥାପିତ ପ୍ରତିମା ପ୍ରଡକ୍ସନ ଷ୍ଟୁଡ଼ିଓରେ ଅତ୍ୟାଧୁନିକ ମେସିନ ସହିତ ୭.୧ ମିକ୍ସସିଂ ଷ୍ଟେରିଓ ରେକର୍ଡ଼ିଂ ସୁବିଧା ରହିଛି। ଯାହା ଦ୍ୱାରା ସଙ୍ଗୀତ ଏବଂ ସିନେ ଜଗତର ସମସ୍ତେ ଉପକୃତ ହୋଇପାରିବେ। ଗୀତ ରେକର୍ଡ଼ିଂ ସହିତ ସମସ୍ତ ସିନେମା ର ଡ଼ବିଂ ମଧ୍ୟ ପ୍ରତିମା ଷ୍ଟୁଡ଼ିଓ ରେ ଅତି ଉଚ୍ଚ କୋଟିର ଟେକ୍ନୋଲୋଜି ରେ ହୋଇପାରିବ। ସଙ୍ଗୀତ ଜଗତ ରେ ଯେଉଁମାନେ ଅଛନ୍ତି ତାଙ୍କ ପାଇଁ ସମସ୍ତ ସୁବିଧା ଥିବା ବେଳେ ନବାଗତ ମାନଙ୍କ ପାଇଁ ସମସ୍ତ ସୁବିଧା ସହଯୋଗ ଯୋଗାଇଦେବା ଲକ୍ଷ୍ୟ ନେଇ ଶୁଭାରମ୍ଭ ହୋଇଛି ପ୍ରତିମା ଷ୍ଟୁଡ଼ିଓ ବୋଲି ଷ୍ଟୁଡିଓ ର ପରିଚାଳନା ନିର୍ଦ୍ଦେଶକ ସମ୍ପ୍ରିତ ଶତପଥି ଓ ନିର୍ଦ୍ଦେଶକ ସମ୍ବିତ ଶତପଥି ପ୍ରକାଶ କରିଛନ୍ତି।

ଶୁଭ ଉଦଘାଟନୀ ଉତ୍ସବ ରେ ଷ୍ଟୁଡିଓ ମୁଖ୍ଯ ସନ୍ତୋଷ କୁମାର ଶତପଥୀଙ୍କ ସହ ପ୍ରସନ୍ନ କୁମାର ମହାନ୍ତି ଓସିସି ର ପୂର୍ବତନ ମ୍ୟାନେଜିଙ୍ଗ ଡିରେକଟର, ଆଦିତ୍ୟ ବିର୍ଲା ଗ୍ରୁପ ର ସଭାପତି ଅର୍ଦ୍ଧେନ୍ଦୁ ମହାପାତ୍ର, ରତ୍ନାକର ବରାଳ – ପୂର୍ବତନ ଡିଜି ଅଫ ପୋଲିସ, ବିଶ୍ୱଜିତ ଦାଶ, ଇଂ ପ୍ରମୋଦ କୁମାର ପାଢ଼ୀ, ସରୋଜ କୁମାର ସାହୁ, ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଶ୍ରୀଧର ମାର୍ଥା, ଅଭିନେତା ତଥା ଉପସ୍ଥାପକ ସୁଜିତ,ଗୀତିକାର ଦିଲ୍ଲୀପ ବଳବନ୍ତରାୟ, ଗୀତିକାର ପ୍ରତିମା ଶତପଥି, ସମ୍ପ୍ରିତ ଶତପଥି, ସମ୍ବିତ ଶତପଥି ଙ୍କ ସମେତ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ l

Continue Reading

Entertainment

ଅମିତାଭ ବଚ୍ଚନ ପରିବାରରେ ଫାଟ

Published

on

ମୁମ୍ବାଇ: ବିଗ-ବି ଅମିତାଭ ବଚ୍ଚନଙ୍କ ପରିବାରେ ଦେଖା ଦେଇଛି ଫାଟ। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ବଚ୍ଚନ ପରିବାରରେ ଦେଖାଦେଇଛି ଏହି ଫାଟ

ଅମିତାଭ ଏବଂ ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କ ମଧ୍ୟରେ ଦେଖା ଦେଇଛି ମତାନ୍ତର।

ଜୟା ବଚ୍ଚନ ଯୋଗୀଙ୍କର ଘୋର ବିରୋଧୀ। ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଭାବେ ଜୟାଙ୍କ ବିରୋଧ ଯୁକ୍ତିଯୁକ୍ତ। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ଜୟା ଯୋଗୀଙ୍କ ବିରୋଧରେ ପ୍ରଚଣ୍ଡ ପ୍ରଚାର କରିଥିଲେ।

ହେଲେ ଆଶ୍ଚର୍ଯ୍ୟର କଥା ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ବିଗ୍-ବି ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିଥିଲା।

ଅମିତଭଙ୍କ ଏହି ପଦକ୍ଷେପ ଯୋଗୀଙ୍କ ସହ ଶାନ୍ତି ପ୍ରତିଷ୍ଠା ପାଇଁ ଉଦେଶ୍ୟ ବୋଲି କୁହାଯାଉଛି। ହେଲେ ପରିବାରରେ ଜୟା ବଚ୍ଚନଙ୍କ ଯେଉଁ ପ୍ରଭାବ ସେଥିରେ ସେ ଅମିତଭଙ୍କ ଏହି ବ୍ୟବହାରକୁ କେବେବି ଗ୍ରହଣ କରିବେ ତାହା ସମ୍ଭବ ନୁହେଁ ବୋଲି ପରିବାରର ସମ୍ପର୍କରେଥିବା ଲୋକଙ୍କ କହିବା କଥା।

 

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions