Connect with us

ଭୁବନେଶ୍ୱର : ସହିଦନଗର ହାଟ ବଣିକ ସଂଘର  ନୂତନ କର୍ମକର୍ତ୍ତା ଚୟନ ହାଟ ପ୍ରାଙ୍ଗଣରେ ସଂଘର ସାଧାରଣ ସଭାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି ଵୀ

ସଂଘ ର ଉପଦେଷ୍ଟା ଶ୍ରୀ ସତୀଶ କୁମାର ରାୟ ନୂତନ କର୍ମକର୍ତ୍ତାଙ୍କ ଚୟନ କରିବା ପାଇଁ ପ୍ରକିୟା ଆରମ୍ଭ କରିଥିଲେ ଓ ସମସ୍ତ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ l

ମୂଖ୍ୟ ଉପଦେଷ୍ଟା…ଶ୍ରୀ ଜଗନ୍ନାଥ ପ୍ରଧାନ,

ସଭାପତି…ଶ୍ରୀ ଜୀତେନ୍ଦ୍ର କୁମାର ରଥ,

ସମ୍ପାଦକ…ଶ୍ରୀ ସଚ୍ଚି ନନ୍ଦନ ନାୟକ,

କାର୍ଯ୍ୟକାରୀ ସଭାପତି..ଶ୍ରୀ ସୀତାକାନ୍ତ ମହାପାତ୍ର,କୋଷାଧକ୍ଷ…ଶ୍ରୀ ମନୋରଞ୍ଜନ ବରାଳ, ସହ କୋଷାଧକ୍ଷ..ଶ୍ରୀ ପୁରୁଷୋତ୍ତମ ମୁଦୁଲି

ଉପଦେଷ୍ଟା…ଶ୍ରୀ ସତୀଶ କୁମାର ରାୟ ,ଶ୍ରୀ ପଙ୍କଜ ଲୋଚନ ପ୍ରଧାନ, ଶ୍ରୀ ଗୋପବନ୍ଧୁ ନାୟକ, ଶ୍ରୀ ଗୋକୁଳାନନ୍ଦ ସାହୁ, ଶ୍ରୀ ଆଲୋକ ପୃଷ୍ଟି, ଶ୍ରୀ ସାନନ୍ଦ ରଣସିଂହ

ଉପସଭାପତି…ଶ୍ରୀ ଭାଗୀରଥୀ ସାହୁ, ଶ୍ରୀ ବୈକୁଣ୍ଠନାଥ ସାହୁ, ଶ୍ରୀ କାଳନ୍ଦି ଚରଣ ପାଣିଗ୍ରାହୀ

ଯୁଗ୍ମସଂପାଦକ..ଶ୍ରୀ ଲୋକନାଥ ସ୍ୱାଇଁ, ଶ୍ରୀ ସଚିତ୍ର କୁମାର ସାହୁ

କାର୍ଯ୍ୟକାରୀ ସଦସ୍ୟ… ଶ୍ରୀ ଡମ୍ବୁରୁଧର ସାହୁ, ଶ୍ରୀ ସତ୍ୟବ୍ରତ କୁଅଁର, ଶ୍ରୀ ସଞ୍ଜୟ ମହାରଣା, ଶ୍ରୀ କ୍ଷେତ୍ରବାସୀ ବେହେରା, ଶ୍ରୀ ସୁରେନ୍ଦ୍ର ବଳ, ଶ୍ରୀ ସଦାନନ୍ଦ ସାହୁ, ଶ୍ରୀ ରଘୁନାଥ ସାହୁ, ଶ୍ରୀ ସୁବାସ ଚନ୍ଦ୍ର ବାରିକ, ଶ୍ରୀ ସୁଦର୍ଶନ ନାୟକ, ଶ୍ରୀ ଅଂଶୁମାନ ମଲ୍ଲିକ, ଶ୍ରୀ ମହମ୍ମଦ ମୁକ୍ତାର,ଶ୍ରୀ ରଶ୍ମୀ ରଞ୍ଜନ ମହାପାତ୍ର,ଶ୍ରୀ ସଚି କାନ୍ତ ସ୍ୱାଇଁ, ଶ୍ରୀ ନିବାସ ଜେନା, ଶ୍ରୀ ଲକ୍ଷ୍ମୀଧର ଜେନା, ବଲରାମ ସାହୁ, ତ୍ରିନାଥ ସାହୁ ,ପ୍ରଭାସ ଚନ୍ଦ୍ର ଜେନା, ବିଦ୍ୟାଧର ସାହୁ, ମିଟୁ ସ୍ଵାଇଁ।

ଏହି ସଭାରେ ସଂଘର ସଭାପତି ଶ୍ରୀ ଜୀତେନ୍ଦ୍ର ରଥ ସଭାପତିତ୍ବ କରିଥିଲେ I ସଂଘ ର ମୁଖ୍ୟ ଉପଦେଷ୍ଟା ତଥା ରାଜ୍ୟ ବିଜେପି ର ବରିଷ୍ଠ ନେତା  ଶ୍ରୀ ଜଗନ୍ନାଥ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l

ସଭାପତି ଶ୍ରୀ ରଥ ନିଜର ଅଭିଭାଷଣ ପ୍ରଦାନ କରି କହିଥିଲେ କି ହାଟ ରେ ବିଭିନ୍ନ ପ୍ରକାର ସମସ୍ୟା ଅଛି ଯଥା ଶୌଚାଳୟ, ଭିତର ରାସ୍ତା ଓ ଆଲୋକ ବ୍ୟବସ୍ଥା ଏବଂ ହାଟ ସଫା କରିବା ପାଇଁ BMC ପ୍ରତିଦିନ ସଫେଇ କର୍ମଚାରୀ ନିୟୋଜିତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ I ୟାହା ପରେ ସଂଘର କୋଷାଧକ୍ଷ ଶ୍ରୀ ପଙ୍କଜ ଲୋଚନ ପ୍ରଧାନ ଦୁଇଟି ଆର୍ଥୀକ ବର୍ଷ ର ଆୟ ବ୍ୟୟ ର ବିବରଣୀ ପ୍ରଦାନ କରିଥିଲେ I

ସଂଘର ସମ୍ପାଦକ ଶ୍ରୀ ସଚ୍ଚି ନନ୍ଦନ ନାୟକ ଦୁଇ ବର୍ଷ ର ସଂଘ ର ବିବରଣୀ ପାଠ କରିଥିଲେ l

ଶେଷରେ ମୁଖ୍ୟ ଉପଦେଷ୍ଟା ଶ୍ରୀ ପ୍ରଧାନ ହାଟ ର ସର୍ବାଙ୍ଗୀନ ବିକାଶ ନିମନ୍ତେ ସେ ରାଜ୍ୟ ସରକାରଙ୍କ ପାଖରେ ସବୁ ଜିନିଷ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଓ ସେ ସମସ୍ତ ଙ୍କୁ ନିଜର ସ୍ୱାର୍ଥ ଅପେକ୍ଷା ସମୁହ ସ୍ୱାର୍ଥ ତଥା ସଂଘ କିପରି ସୁଦୃଢ ହେବ ତାହା ଉପରେ ଉପଦେଶ ଦେଇଥିଲେ I ଏହି ଚଳିତ ବର୍ଷ ଭିତରେ ରାଜ୍ୟ ର ନଗର ଉନ୍ନୟନ ମନ୍ତ୍ରୀ ହାଟ କୁ ଆସିବେ ଓ ସବୁ ସମସ୍ୟାର ସମାଧାନ କରିବେ ବୋଲି ସେ କହିଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

ନଗର ମହାନଗର

ପ୍ରଧାନମନ୍ତ୍ରୀ ଜରୁରୀକାଳୀନ ବୈଠକ : ସୀମା ନିକଟବର୍ତ୍ତୀ ସବୁ ଇଲାକାରେ ହାଇ ଆଲର୍ଟ ଜାରି

Published

on

ନୂଆଦିଲ୍ଲୀ ୨୭/୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜରୁରୀକାଳୀନ ବୈଠକ ଡକାଇ ଲଢୁଆ ବିମାନକୁ ପ୍ରସ୍ତୁତ ରହିବାକୁ ଆଦେଶ ଦେଇଛନ୍ତି। ବୈଠକ ଏବେ ବି ଜାରି ରହିଛି। ଜମ୍ମୁ-ପଠାନକୋଟ ରାଷ୍ଟ୍ରୀୟ ରାଜମାର୍ଗରେ ସେନାକୁ ମୁତୟନ କରି ଦିଆଯାଇଛି। ସୀମା ନିକଟବର୍ତ୍ତୀ ସବୁ ଇଲାକାରେ ହାଇ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଇଲାକାରେ ରହୁଥିବା ନାଗରିକଙ୍କୁ ନିଜ ନିଜର ଘରୁ ବାହାରକୁ ନ ବାହାରିବା ପାଇଁ ଆଦେଶ ଦିଆଯାଇଛି। ଜାମ୍ମୁ-କାଶ୍ମୀରରେ ନିୟନ୍ତ୍ରଣ ରେଖାର ପାଞ୍ଚ କିଲୋମିଟର ପରିଧିରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ଅସ୍ଥାୟୀ ରୂପେ ବନ୍ଦ ରକିବାକୁ ଆଦେଶ ଦିଆଯାଇଛି। ଗୁଇନ୍ଦା ଏଜେନ୍ସି ସହିତ ସେନା ଓ ବିଏସଏଫକୁ ହାଇ ଆଲର୍ଟରେ ରଖାଯାଇଛି।
ଅନ୍ୟ ପଟେ ପାକିସ୍ତାନ ମଧ୍ୟ ନିଜର ପ୍ରସ୍ତୁତିକୁ ଜୋରଦାର କରିଛି। ସେଠାକାର ସେନା ମୁଖ୍ୟ, ଗୁଇନ୍ଦା ଏଜେନ୍ସି ଜୋରଦାର ବୈଠକ କରି ଭାରତର ମୁକାବିଲା କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ପାକିସ୍ତାନ ମନ୍ତ୍ରୀଙ୍କ କହିବା କଥା ଆଗାମୀ ୭୨ ଘଣ୍ଟା ବହୁତ ମହତ୍ଵପୂର୍ଣ୍ଣ। ଯଦି ଭାରତ ସହ ଯୁଦ୍ଧ ହୁଏ ତେବେ ଦ୍ଵିତୀୟ ବିଶ୍ଵ ଯୁଦ୍ଧଠୁ ମଧ୍ୟ ଏହି ଯୁଦ୍ଧ ବଡ଼ ହେବ। ଏହି କଥା ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରାଶିଦ ଅହମ୍ମଦ କହିଛନ୍ତି। ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଏହି ଯୁଦ୍ଧ ବହୁତ ଭୟାନକ ହେବ। କାରଣ ପାକିସ୍ତାନ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ। ପାକିସ୍ତାନ ପୂରା ଯୁଦ୍ଧ କରିବା ସ୍ଥିତିରେ ରହିଛି। ରେଲଓ୍ଵେ ପ୍ରଥମରୁ ହିଁ ଜରୁରୀକାଳୀଣ ସ୍ଥିତିର ପାନ କରୁଛି। ଏହା ଦୁଇ ଦେଶ ମଧ୍ୟରେ ନିର୍ଣ୍ଣାୟକ ଲଢେଇ ହେବ। ସେ ଯୁଦ୍ଧ ହେଉ କି ଶାନ୍ତି ଆଗାମୀ ୭୨ ଘଣ୍ଟା ବହୁତ ମହତ୍ଵପୂର୍ଣ୍ଣ ହେବ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions