Connect with us

ଭୁବନେଶ୍ୱର ୨୯/୩ : କନ୍ଧମାଳ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପ୍ରଭାବଶାଳୀ ବ୍ୟକ୍ତିତ୍ବ ଅଚ୍ୟୁତ ସାମନ୍ତ ହେଉଛନ୍ତି ଗରିବ। ଏହା ଆମେ ନୁହେଁ, ନାମାଙ୍କନ ବେଳେ ସେ ଦାଖଲ କରିଥିବା ବେଳେ ସତ୍ୟପାଠ କହୁଛି। ଅଚ୍ୟୁତଙ୍କ ସ୍ଥାବର ସମ୍ପତ୍ତି ୧୦ ଲକ୍ଷ ୫୪ ହଜାର ଟଙ୍କା ହୋଇଥିବା ବେଳେ ୨ ଲକ୍ଷ ୮୮ହଜାର ୧୨୦ ଟଙ୍କା ବ୍ୟାଙ୍କ ଜମା ଓ ମାତ୍ର ୪୪ ହଜାର ଟଙ୍କା ଫିକ୍ସ ଡିପୋଜିଟ ରହିଛି। ପଲିସି ଓ ପୋଷ୍ଟାଲ ବୀମା ବାବଦରେ ସମୁଦାୟ ୭ ଲକ୍ଷ ୧ ହଜାର ୩୪୨ ଟଙ୍କା ରହିଛି।
ଏହାବାଦେ ତାଙ୍କର ୧ଲକ୍ଷ ୯୪ ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ସେହିପରି ଅଚ୍ୟୁତଙ୍କ କାର ଓ ବାଇକ ନଥିବା ବେଳେ କୌଣସି ଅପରାଧିକ ମାମଲା ନଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି। ୫ ବର୍ଷରେ ସଂପତ୍ତି ମାତ୍ର ୨ ଲକ୍ଷ ୨୨ ହଜାର ଟଙ୍କା ବଢିଛି। ୨୦୧୩-୧୪ରେ ତାଙ୍କର ସମୁଦାୟ ସମ୍ପତ୍ତି ୨୩ ଲକ୍ଷ ୫୨ହଜାର ଟଙ୍କା ଥିବା ବେଳେ ୨୦୧୭-୧୮ରେ ସମ୍ପତି ୨୫ ଲକ୍ଷ ୭୪ହଜାର ଟଙ୍କା ବଢିଛି।

ରାଜ୍ୟ

ବୁଗୁଡ଼ା ଶ୍ରୀ ବଳଦେବ ସ୍ଵାମୀ ବରିଷ୍ଠ ନାଗରିକ ଟ୍ରଷ୍ଟର ନୂତନ କର୍ମକର୍ତ୍ତା ନିର୍ବାଚିତ

Published

on

ବୁଗୁଡ଼ା: ଶ୍ରୀ ବଳଦେବ ସ୍ଵାମୀ ବରିଷ୍ଠ ନାଗରିକ ଟ୍ରଷ୍ଟର ନୂତନ ଅଧକ୍ଷ ଭାବେ ଗଙ୍ଗାଧର ବିଶୋଇ ନିର୍ବାଚିତ ହୋଇଛନ୍ତି l

ଟ୍ରଷ୍ଟର ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଟ୍ରଷ୍ଟର ନୂତନ କମିଟି ଗଠିତ କରl ଯାଇଛି l ନିର୍ବାଚନ ଅଧିକାରୀ ଭାବେ ବିଶ୍ଵ ମୋହନ ମିଶ୍ର, ଗୌରୀଶଙ୍କର ମିଶ୍ର ଓ ସୂର୍ଯ୍ୟନାରାୟଣ ଦାସ ମିଳିତ ଭାବେ ପ୍ରସ୍ତାବ ସମର୍ଥନ ମାଧ୍ୟମରେ କମିଟିର ନୂତନ କର୍ମକର୍ତ୍ତା ଚୟନ କରିଥିଲେ l

ଟ୍ରଷ୍ଟର ଉପାଧ୍ୟକ୍ଷ ଭାବେ କେ. ଅଶୋକ କୁମାର ପାତ୍ର, ସମ୍ପାଦକ ଟି. ସତ୍ୟନାରାୟଣ ପାତ୍ର, ଯୁଗ୍ମ ସମ୍ପାଦକ ଉଦୟନାଥ ଦଳବେହେରା, ସହ ସମ୍ପାଦକ ଗୌରୀଶଙ୍କର ମିଶ୍ର ,କୋଷାଧକ୍ଷ ଶ୍ରୀ ତ୍ରିଲୋଚନ ସାହୁ, ଓ ଉପଦେଷ୍ଟା ଇଂ. ବସନ୍ତ କୁମାର ଦଲେଇ ନିର୍ବାଚିତ ହୋଇଛନ୍ତି l ବିଧି ମୁତାବକ ନବ ନିର୍ବାଚିତ କର୍ମକର୍ତ୍ତା ଶପଥ ପାଠ କରିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା l ନୂତନ କର୍ମକର୍ତ୍ତା ବରିଷ୍ଠ ନାଗରିକ କଲ୍ୟାଣ, ସୁରକ୍ଷା ଓ ସମାଜ ସେବା ପଦକ୍ଷେପ ନେବା ନିମନ୍ତେ ଗୁରୁତ୍ଵ ଆରୋପ କରିଥିଲେ l ଶେଷରେ ଟି.ସତ୍ୟନାରାୟଣ ପାତ୍ର ଧନ୍ୟବାଦ ଅର୍ପଣ କରିବା ସହ ସମୂହ ଜାତୀୟ ସଙ୍ଗୀତ ଗାନ କରାଯାଇ ସଭା ସାଙ୍ଗ କରାଯାଇଥିଲା l

Continue Reading

ରାଜ୍ୟ

ଗଙ୍ଗାଧର ବିଷୋୟୀ ଓଡ୍ର ଖଣ୍ଡାୟତ କାଳଞୀ ସମାଜ ବେତାରସିଙ୍ଗି ଅଞ୍ଚଳ ପରିଷଦର ନୂତନ ସଭାପତି

Published

on

ବୁଗୁଡ଼ା :  ଓଡ୍ର ଖଣ୍ଡାୟତ କାଳଁଞୀ ସମାଜର କେନ୍ଦ୍ରୀୟ ପରିଷଦ ପକ୍ଷରୁ ଆଜି ବେତାରସିଙ୍ଗି ଅଂଚଳ ପରିଷଦର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବୁଗୁଡ଼ା-ଭଞ୍ଜନଗର ଅଂଚଳର ଜଣାଶୁଣା ଲୋକପ୍ରିୟ ଜନନେତା ଗଙ୍ଗାଧର ବିଷୋୟୀଙ୍କୁ ବେତାରସିଙ୍ଗି ଅଞ୍ଚଳ ପରିଷଦର ନୂତନ ସଭାପତି ଭାବେ ମନୋନୀତ କରାଯଇଛି l

ଅଞ୍ଚଳ ପରିଷଦର ଉପସଭାପତି ଭାବେ ଅନ୍ତର୍ଯ୍ୟାମୀ ସ୍ଵାଇଁ, ସମ୍ପାଦକ ଭାବେ ଅମ୍ବିକା ପ୍ରସାଦ ବିଷୋୟୀ, ସଂଗଠନ ସମ୍ପାଦକ ଭାବେ ଯୋଗୀ ନାହାକ,ସଂଗଠକ ଭାବେ ଲକ୍ଷ୍ମଣ ସ୍ଵାଇଁ, ଓ ଉପଦେଷ୍ଟା ଭାବେ ଗନ୍ଧର୍ବ ସେନ୍ ଭୂୟା ସର୍ବ ସମ୍ମତି ଭାବେ ନିର୍ବାଚିତ ହୋଇଛନ୍ତି l

ବୈଠକରେ କେନ୍ଦ୍ର ପରିଷଦ ସଭାପତି ସନ୍ତୋଷ କୁମାର ଜେନା, ଉପସଭାପତି ବୃନ୍ଦାବନ ଖଟେଇ, ସମ୍ପାଦକ ନୀଳାଚଳ ପୋଲେଇ, ଉପଦେଷ୍ଟା କାଳୀଚରଣ ନାୟକ, ଆସିକା ଅଞ୍ଚଳ ସଭାପତି ନରହରି ବିଶୋଇ, ସମ୍ପାଦକ ଯୋଗେନ୍ଦ୍ର ପ୍ରଧାନ, ସିଦ୍ଧେଶ୍ୱର ଅଞ୍ଚଳ ସଭାପତି ଯୋଗେନ୍ଦ୍ର ବିଶୋଇ, ଆଠଗଡ ସଭାପତି ସୂର୍ଯ୍ୟ ନାରାୟଣ ଭୂୟା ,ସମ୍ପାଦକ ରାଧାଶ୍ୟାମ ଜେନା, ଉପଦେଷ୍ଟା ପଦ୍ମଚରଣ ଜେନା, କଇଁଡି ଅଞ୍ଚଳ ସଭାପତି ଜଗବନ୍ଧୁ ଜେନା, ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ କେନ୍ଦ୍ର ସଭାପତି ହରିହର ପ୍ରଧାନଙ୍କ ସମେତ ଗ୍ରାମମଣ୍ଡଳ,ଅଞ୍ଚଳ ଓ 19 ଖଣ୍ଡ ଗ୍ରାମର ସମାଜ ଭାଇମାନେ ଉପସ୍ଥିତ ଥିଲେ l

ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ କୂଳ ଦେବତାଙ୍କ ନିକଟରେ ଶପଥ ପାଠ କରାଯାଇଥିଲା l

ନୂତନ କମିଟି ଅଞ୍ଚଳରେ ସମାଜ ଭାଇଙ୍କ ଶିକ୍ଷା, ଆର୍ଥିକ ଉନ୍ନତି, ଗରିବ, ବୃଦ୍ଧ ବୃଦ୍ଧା ଙ୍କ କଲ୍ୟାଣ ସୁରକ୍ଷା ,ନାରୀ ସୁରକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ l ଅଞ୍ଚଳରେ ବର୍ତ୍ତମାନ ଶୂନ୍ୟ ଅଭିଯୋଗ ଘୋଷଣା କରାଯାଇଛି l ଶେଷରେ ନବ ନିର୍ବାଚିତ ସଭାପତି ଗଙ୍ଗାଧର ବିଶୋଇ ଧନ୍ୟବାଦ ପ୍ରଦାନ କରିଥିଲେ l

Continue Reading

ରାଜ୍ୟ

ହାପି ଆକ୍ସିସ ଫାଉଣ୍ଡେସନ ର ଆର୍ଟ କର୍ମଶାଳା

Published

on

ଭୁବନେଶ୍ୱର : ପବିତ୍ର ରଜ ସଂକ୍ରାନ୍ତି ଅବସରରେ ମାଟି, ଗଛ ଓ ପ୍ରକୃତି ସହ ମଣିଷର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଅଜିତ ଆର୍ଟ ଆଣ୍ଡ କ୍ରାଫ୍ଟ ଏବଂ ହାପି ଆକ୍ସିସ ଫାଉଣ୍ଡେସନର ସହଯୋଗରେ‘ପ୍ଲାନଟିୟୋର୍ ଏ ପ୍ଲାନଟେ’ ଶୀର୍ଷକ ଏକ ସୃଜନଶୀଳ କର୍ମଶାଳା ଏଠାର ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ବିଭିନ୍ନ ବର୍ଗରୁ ୫୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେଇ ମାଟିପାତ୍ର ଚିତ୍ରାଙ୍କନ ଏବଂସେଥିରେ ବୃକ୍ଷରୋପଣ କାର୍ଯ୍ୟରେ ସକ୍ରିୟ ଭାବେ ଭାଗ ନେଇଥିଲେ।

କର୍ମଶାଳାରେ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଏକ ମାଟିପାତ୍ର ଓ ଏକ ଚାରା ଗଛ ପ୍ରଦାନ କରାଯାଇଥିଲା। ସେମାନେ ନିଜ କଳ୍ପନା ଓ ସୃଜନଶୀଳତାର ରଙ୍ଗରେ ମାଟିପାତ୍ରକୁ ସଜାଇବା ସହିତ ସେଥିରେ ଚାରା ରୋପଣ କରି ଘରକୁ ନେଇଯାଇଥିଲେ। ଏହା ପ୍ରକୃତି ପ୍ରତି ସଚେତନତା, ମାନସିକ ପ୍ରଶାନ୍ତି ଏବଂ ସୃଜନଶୀଳତାର ଏକ ସୁନ୍ଦର ସମନ୍ୱୟ ଥିଲା।

କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ କଳାକାରମାନଙ୍କୁ ପ୍ରୋତ୍ସାହନ ଦେବା ସହ କଟକ କୁମ୍ଭାର ସାହିର କାରିଗରମାନଙ୍କ ନିର୍ମିତ ମାଟିପାତ୍ର ବ୍ୟବହାର କରାଯାଇଥିଲା। ଏହା ସହ ଚାରାଗୁଡ଼ିକୁ ଅଜିତ ଆର୍ଟ ଆଣ୍ଡ କ୍ରାଫ୍ଟ ଟିମ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଆୟୋଜକମାନଙ୍କ ମତାନୁସାରେ, ମାଟିର ସ୍ପର୍ଶ ଓ ପ୍ରକୃତି ସହ ସଂଯୋଗ ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ ଏବଂ ଏପରି କାର୍ଯ୍ୟକ୍ରମ ଲୋକଙ୍କୁ ସକାରାତ୍ମକ ଅନୁଭୂତି ପ୍ରଦାନ କରେ।

ହାପି ଆକ୍ସିସ ଫାଉଣ୍ଡେସନର ସହଯୋଗରେ ଆୟୋଜିତ ଏହି କର୍ମଶାଳା ଅଜିତ ଆର୍ଟ ଆଣ୍ଡ କ୍ରାଫ୍ଟର ଏକ ନିଆରା ପ୍ରୟାସ ଭାବେ ସମସ୍ତଙ୍କ ପ୍ରଶଂସା ସାଉଁଟିଥିଲା। ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆଗାମୀ ରଥଯାତ୍ରା ଅବସରରେ ଏକ ଭିନ୍ନ ଶୈଳୀରେ ଜଗନ୍ନାଥ ପେଣ୍ଟିଂକୁ ନେଇ ଆଉ ଏକ ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରାଯିବ। ଏହି କର୍ମଶାଳା ମାଧ୍ୟମରେ ଓଡ଼ିଶାର ପାରମ୍ପରିକ କଳା ଓ ସଂସ୍କୃତିକୁ ନୂତନ ପିଢ଼ୀ ସହ ଯୋଡ଼ିବାକୁ ଉଦ୍ୟମ କରାଯିବ।

 

 

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions