Connect with us

ଭୁବନେଶ୍ୱର ୨୮/୩ : ତୃତୀୟ ଏବଂ ଚତୁର୍ଥ ପର‌୍ୟ୍ୟାୟ ନିର୍ବାଚନ ପାଇଁ ଘୋଷଣା ହୋଇଥିବା ବିଜେଡିର ୯ଟି ଲୋକସଭାର ପ୍ରାର୍ଥୀଙ୍କ ସଫଳତା ଏବଂ କୃତିତ୍ୱ ସଂପର୍କରେ ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ । ଜଣନ୍ତୁ ଆପଣଙ୍କ ଅଂଚଳର ନେତାଙ୍କ କେଉଁ ଗୁଣ ବା ଯୋଗ୍ୟତା ବିଜେଡି ସୁପ୍ରିମୋଙ୍କୁ ପ୍ରଭାବିତ କରିଛି ।
ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ – ଅରୁପ ପଟ୍ଟନାୟକ । କାହିିଁକି ଅରୂପଙ୍କୁ ବାଛିଥିଲେ ନବୀନ । ଏହାର କାରଣ ନିଜେ କହିଛନ୍ତି ବିଜେଡି ସୁପ୍ରିମୋ । ଅରୂପ ପ୍ରଥମ ଓଡ଼ିଆ ଯିଏ ମୁମ୍ବାଇ ପୁଲିସ୍ କମିଶନର ହୋଇଥିଲେ । ତାଙ୍କ କାର‌୍ୟ୍ୟଶୈଳୀ ପୁଲିସ୍ ସେବା କ୍ଷେତ୍ରରେ ଏକ ବଡ ଉଦାହରଣ ବୋଲି କହିଛନ୍ତି ନବୀନ । ଓଡ଼ିଶାରୁ ମୁମ୍ବାଇ ଯାଉଥିବା ଲୋକଙ୍କୁ ସହଯୋଗ କରୁଥିଲେ ଅରୂପ । କ୍ୟାନସର ଚିକିତ୍ସା ପାଇଁ ଯାଉଥିବା ଲୋକଙ୍କୁ ସହାୟତା ଯୋଗାଇ ଦେଉଥିଲେ । ଆଉ ଏଭଳି ବ୍ୟକ୍ତିତ୍ୱଙ୍କୁ ସେ ସାଂସଦ ପ୍ରାର୍ଥୀ ଭାବେ ବାଛିଥିବା କହିଛନ୍ତି ନବୀନ ।
କେନ୍ଦ୍ରାପଡ଼ା ଲୋକସଭାର ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି । ଅନୁଭବ ମହାନ୍ତିଙ୍କ ସଂପର୍କରେ ନବୀନ କହିଛନ୍ତି ସେ ଜଣେ ଭଲ ବକ୍ତା । ମହିଳାଙ୍କୁ ୩୩% ସଂରକ୍ଷଣ, ମହାନଦୀ ଏବଂ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ସଂସଦରେ ଶାଣିତ ଯୁକ୍ତି ଉପସ୍ଥାପନ କରିଛନ୍ତି । ନିଜ ଆୟ ସଂପର୍କରେ ସତ୍ୟପାଠରେ ଲୁଚାଇବା ଭଳି କିଛି ନାହିଁ । ନିସ୍ୱାର୍ଥପର ଭାବେ ଲୋକଙ୍କ ପାଇଁ କାମ କରୁଛନ୍ତି । ତେଣୁ ତାଙ୍କୁ ନିଜର ସିପାହୀ ଭାବେ ବାଛିଛନ୍ତି ନବୀନ ।
ଜଗତସିଂହପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ -ରାଜଶ୍ରୀ ମଲ୍ଲିକ । ଜଣେ ଉତ୍ସର୍ଗୀକୃତ ଡାକ୍ତର ଭାବେ ରାଜଶ୍ରୀ ମଲ୍ଲିକଙ୍କୁ ପ୍ରଶଂସା କରିଛନ୍ତି ବିଜେଡି ସୁପ୍ରିମୋ । ମଝି ଆକାଶରେ ବିମାନ ଭିତରେ ଜଣେ ରୋଗୀଙ୍କୁ ଜୀବନ ବଂଚାଇବା ଭଳି ମହତ କାର‌୍ୟ୍ୟକରି ଚର୍ଚ୍ଚାକୁ ଆସିଥିଲେ ରାଜଶ୍ରୀ । ରୋଗୀ ସେବା ବ୍ୟତୀତ ଜଣେ ସଂଗଠକ ଭାବରେ ରାଜଶ୍ରୀ ଜଗତସିଂହପୁର ଜିଲ୍ଲାରେ ପରିଚିତ ବୋଲି କହିଛନ୍ତି ନବୀନ । ଯାହା ତାଙ୍କୁ ବିଜେଡି ଟିକେଟ ଦେଇଛି ।
ସମ୍ବଲପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ନଳିନୀ ପ୍ରଧାନ । ଜଣେ ଦକ୍ଷ ଅଧିକାରୀ ଭାବେ ନଳିନୀ ପ୍ରଧାନଙ୍କୁ ବର୍ଣ୍ଣନା କରିଛନ୍ତି ନବୀନ । ଗୁରୁପ୍ରିୟା ସେତୁ, ବିଜୁ ଏକ୍ସପ୍ରେସ୍ ୱେ ସମେତ ରାଜ୍ୟର ଅନେକ ବଡ଼ ବଡ଼ ସେତୁ ଓ ସଡ଼କ ନିର୍ମାଣ ଦିଗରେ ନଳିନୀଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ବିଜେଡି ସୁପ୍ରିମୋ ।
ମୟୂରଭଞ୍ଜ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଦେବାଶିଷ ମାରାଣ୍ଡି । ଜଣେ ଡାକ୍ତର ଭାବରେ ରୋଗୀ କରି ମୟୁରଭଞ୍ଜ ଜିଲ୍ଲାରେ ସମାଜସେବା କ୍ଷେତ୍ରରେ ଏକ ନୂଆ ଛବି ତିଆରି କରିଛନ୍ତି । ଆଦିବାସୀଙ୍କ ଉନ୍ନତି ପାଇଁ ଅନବରତ ପ୍ରୟାସ କରିଛନ୍ତି । ଏବଂ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଆଦିବାସୀଙ୍କ ବିକାଶ ପାଇଁ ଉଦ୍ୟମ ଜାରିରଖିଛନ୍ତି ବୋଲି ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ତାଙ୍କୁ ୨୦୧୯ ନିର୍ବାଚନ ମହାଲଢେଇ ପାଇଁ ମୟୂରଭଞ୍ଜର ସିପାହୀ ବାଛିଛନ୍ତି ନବୀନ ।
ଯାଜପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ । ନବୀନ କହିଛନ୍ତି, ଚାକିରି କାଳରେ ଜଣେ କର୍ତବ୍ୟନିଷ୍ଠ ଅଧିକାରୀ ଭାବେ ପରିଚିତ ଶର୍ମିଷ୍ଠା । ଓଡ଼ିଶା ପ୍ରଶାସନିକ ସେବା କ୍ଷେତ୍ରରେ ଥିବା ବେଳେ ଦାୟିତ୍ୱପୂର୍ଣ୍ଣ ଅଧିକାରୀ ଭାବେ କାର‌୍ୟ୍ୟ କରି ଆସିଛନ୍ତି ।
ଭଦ୍ରକ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ମଂଜୁଲତା ମଣ୍ଡଳ । ମହିଳା ସଶକ୍ତିକରଣର ମଂଜୁଲତା ମଣ୍ଡଳ ଅନନ୍ୟ ଉଦାହରଣ କହିଛନ୍ତି ନବୀନ । ବିଭିନ୍ନ ମହିଳା ସଂଗଠନ ସହ ଜଡ଼ିତ ଥିବା ମଂଜୁଳତା ଅନେକ ସାମାଜିକ ସଂସ୍କାର ପାଇଁ ବାହାରି ଆସିଛନ୍ତି । ଏବଂ ଲୋକଙ୍କୁ ଏକାଠି କରି ପରିବର୍ତନ ପାଇଁ ଉଦ୍ୟମ ଜାରି ରଖିଛନ୍ତି ।
ସେହିପରି ଅନେକ ନ୍ୟାୟିକ ମାମଲାରେ ରାଜ୍ୟର ସ୍ୱାର୍ଥ ପାଇଁ ଛିଡ଼ା ହେଉଥିବା ଆଇନଜୀବୀ ପିନାକୀ ମିଶ୍ରଙ୍କୁ ପୁରୀ ଲୋକସଭା ଏବଂ ଶ୍ରେଷ୍ଠ ସାଂସଦ ପୁରସ୍କାର ପାଇଥିବା ରବୀନ୍ଦ୍ର ଜେନାଙ୍କୁ ବାଲେଶ୍ୱର ଲୋକସଭା ପାଇଁ ଟିକେଟ୍ ଦେଇଥିବା କହିଛନ୍ତି ବିଜେଡି ସୁପ୍ରିମୋ ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions