Connect with us

ଭୁବନେଶ୍ୱର ୨୬/୧୨ : ବିଜେଡ଼ି ବୁଧବାର ତା’ର ୨୧ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ବିଜେପି ପକ୍ଷରୁ ସମାନ୍ତରାଳ ସମାବେଶ କରାଯାଇଛି । କଂଗ୍ରେସ ମଧ୍ୟ ଆଜି କଳା ଦିବସ ପାଳନ କରିଛି । ବିଭିନ୍ନ ପ୍ରଶ୍ନକୁ ନେଇ ‘ଜବାବ ମାଗୁଛି ଓଡ଼ିଶା’ ମାଧ୍ୟମରେ ଉଭୟ ବିଜେଡ଼ି ଓ ବିଜେପି ପରସ୍ପରକୁ ଦୋଷାରୋପ କରି ନିଜର ପାରଙ୍ଗମତା ପ୍ରମାଣ ପାଇଁ ଉଦ୍ୟମ କରିଛନ୍ତି ।
ଭୁବନେଶ୍ୱରସ୍ଥିତ ବିଜେଡ଼ି କାର୍ଯ୍ୟାଳୟରେ ଅନୁଷ୍ଠିତ ବିଜେଡ଼ି ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି । ସେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରକୁ ଜବାବ ମାଗିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କେନ୍ଦ୍ରସରକାର ଟେଲିକମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ବୋଲି ପ୍ରଚାର କରିଚାଲିଛନ୍ତି । କିନ୍ତୁ ଏହା ଅସତ୍ୟ । ଓଡ଼ିଶାର ଗାଁ ଗହଳିରେ ଟେଲିକମ୍ ସେବା ଠିକ୍ ଭାବେ ପହଂଚି ପାରିନାହିଁ । ମୋବାଇଲ ନେଟୱାର୍କ ପାଇଁ ଲୋକମାନଙ୍କୁ ଛାତ ବା ଗଛ ଉପରକୁ ଚଢ଼ିବାକୁ ପଡ଼ୁଛି । ରେଳବାଇ କ୍ଷେତ୍ରରେ ମଧ୍ୟ କେନ୍ଦ୍ର ସରକାର ଓଡ଼ିଶାକୁ ଉପେକ୍ଷା କରିଚାଲିଛନ୍ତି । ଓଡ଼ିଶାରୁ ରେଳବାଇ ବର୍ଷକୁ ୨୦ ହଜାର କୋଟି ଟଙ୍କା ନେଉଥିବାବେଳେ ମାତ୍ର ୨ ହଜାର କୋଟି ଟଙ୍କାର ସେବା ଯୋଗାଉଛି । ଏମସିଏଲରୁ କେନ୍ଦ୍ର ସରକାର ବର୍ଷକୁ କୋଟି କୋଟି ଟଙ୍କା ନେଉଯାଉଥିବା ବେଳେ ପ୍ରତିବଦଳରେ ପ୍ରଦୂଷଣ ହିଁ ଦେଉଛନ୍ତି । ଖୋର୍ଦ୍ଧା-ବଲାଙ୍ଗିର ରେଳଲାଇନ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଓ ପ୍ରକଳ୍ପ ଖର୍ଚ୍ଚର ଅଧା ଦେଉଥିବା ବେଳେ ଏହି କାମ ସତେ ଅବା ଇତିହାସ ଗର୍ଭରେ ଲୀନ ହୋଇଯିବାକୁ ବସିଛି । କାରଣ ବର୍ଷ ବର୍ଷ ଧରି ଖୋର୍ଦ୍ଧା-ବଲାଙ୍ଗିର ରେଳଲାଇନ ଅଧାପନ୍ତରିଆ ଭାବେ ପଡ଼ି ରହିଛି । ପେଟ୍ରୋଲର ଦର ବୃଦ୍ଧି ରୋକିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି ।
କେବଳ ଏତିକି ନୁହେଁ, କେନ୍ଦ୍ର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ଦୁଇବର୍ଷ ହେବ ଦେଇନାହାନ୍ତି ଏବଂ ଆଦିବାସୀମାନଙ୍କ ପାଇଁ ଉଦ୍ଦିଷ୍ଟ ଅନୁଦାନକୁ ମଧ୍ୟ ବନ୍ଦ କରିଦେଇଛନ୍ତି । ଖଣି ବାବଦରେ କେନ୍ଦ୍ର ସରକାର ୭୦ ହଜାର କୋଟି ଟଙ୍କା ନେଇଥିବାବେଳେ ୩ ବର୍ଷରେ ଦେଇଛନ୍ତି ମାତ୍ର ୩୭୦ କୋଟି ଟଙ୍କା । ଚାଷୀମାନଙ୍କ ସମସ୍ୟା ନିରାକରଣ କ୍ଷେତ୍ରରେ ମଧ୍ୟ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦିଆଯାଉନାହିଁ କି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଉନାହିଁ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦରକାର ନାହିଁ କି ସ୍ୱତନ୍ତ୍ର ସହାୟତା ମଧ୍ୟ ଦରକାର ନାହିଁ । ରାଜ୍ୟକୁ ଆର୍ଥିକ ସ୍ୱାଧୀନତା ପ୍ରଦାନ ପାଇଁ ଦାବି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ହେଲେ ଓଡ଼ିଶା ନିଜ ଆୟରେ ନିଜେ ସୁରୁଖୁରୁରେ ଚଳିପାରିବ । ଓଡ଼ିଶାର ହକ ପାଇଁ ରାଜ୍ୟ ସରକାର କେନ୍ଦ୍ର ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଅପରପକ୍ଷରେ ଏହାର ଜବାବ ଦେଇ ବିଜେପି ଏସବୁ ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛି । ବିଜେଡ଼ିର ପ୍ରତିଷ୍ଠା ଦିବସରେ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଏକ ସମାନ୍ତରାଳ ସମାବେଶରେ ବିଜେପି ‘ଓଡ଼ିଶା ମାଗୁଛି ଜବାବ’ ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନରେ ବିଜେପିର ରଥ ରାଜ୍ୟର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପରିକ୍ରମା କରି ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବ । ଏହି ସମାବେଶରେ ଉଦ୍ବୋଧନ ଦେଇ କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ଉଠାଇଥିବା ପ୍ରଶ୍ନର ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାରେ ରେଳ ଲାଇନର ସମ୍ପ୍ରସାରଣ ନେଇ ବିଜେଡ଼ି ଯେଉଁ ପ୍ରଶ୍ନ ଉଠାଇଛି ତାହା ଠିକ୍ କିନ୍ତୁ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ହିଁ ରେଳ ଲାଇନ ସମ୍ପ୍ରସାରଣ କାର୍ଯ୍ୟ ଠିକ୍ ଭାବେ ଆଗେଇ ପାରୁନାହିଁ । ଖୋର୍ଦ୍ଧା-ବଲାଙ୍ଗିର ରେଳଲାଇନ ପାଇଁ ସରକାର କେତେ ଜାଗା ଯୋଗାଇଛନ୍ତି ତାହା ଅବିଳମ୍ବେ ସ୍ପଷ୍ଟ କରନ୍ତୁ । ଏଥିପାଇଁ ସୁବର୍ଣ୍ଣପୁର ଓ ବୋ÷ଦ୍ଧ ଜିଲ୍ଲାରେ ରାଜ୍ୟ ସରକାର ଇଂଚେ ବି ଜାଗା ଦେଇନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଟିକସ କମାଇବା ଯୋଗୁ ପେଟ୍ରୋଲ ଓ ଡିଜେଲ ଦର ୨ ମାସରେ ପ୍ରାୟ ୨୦ ଟଙ୍କା କମିଲାଣି । ରାଜ୍ୟ ସରକାର ଏପର୍ଯ୍ୟନ୍ତ କାହିଁକି ଟିକସ କମାଇ ନାହାନ୍ତି ବୋଲି ଶ୍ରୀ ପ୍ରଧାନ ପାଲଟା ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେଇପାରୁନାହାନ୍ତି ବୋଲି ଦର୍ଶାଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, କୁନ୍ଦୁଲୀ-ଗୁମୁଡୁମାହାର ମହିଳା ଓ ଶିଶୁମାନଙ୍କ ଆଖିର ଲୁହ ଶୁଖୁନାହିଁ । ରାଜ୍ୟ ସରକାର ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ଦାବି କରୁଛନ୍ତି । ହେଲେ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ କେତେଜଣ ମହିଳା ସଦସ୍ୟ ଅଛନ୍ତି ବିଜେଡ଼ି ତା’ର ହିସାବ ଦେବ କି ?

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions