Connect with us

ଜୟପୁର ୨୯/୩ : ନରେନ୍ଦ୍ର ମୋଦୀ କୋରାପୁଟ ଜୟପୁର ଗସ୍ତ କରିଛନ୍ତି । ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରିଥିବା ମୋଦୀ ଓଡିଶାବାସୀଙ୍କୁ ଆପଣ କେମିତି ଅଛନ୍ତି ବୋଲି ଓଡିଆରେ ପଚାରିଥିଲେ । ଏହାପରେ ସେ ଗୁପ୍ତେଶ୍ୱର, ତାରିଣୀଙ୍କ ଆଶୀର୍ବାଦ ମାଗିଥିଲେ । ଏହାସହ ପଦ୍ମଶ୍ରୀ କମଳା ପୂଜାରୀ ମଧ୍ୟ ମଂଚରେ ଉପସ୍ଥିତ ଥିଲେ । ତାଙ୍କୁ ମୋଦୀ ପ୍ରଶଂସା କରିଥିଲେ । ସହିଦ ଲକ୍ଷ୍ମଣ ନାୟକଙ୍କୁ ମଧ୍ୟ ମନେ ପକାଇଥିଲେ ମୋଦୀ ।
ଏହାପରେ ମୋଦୀ କହିଥିଲେ ଯେ, ୨୦୧୪ରେ ଯେତେବେେଳେ ଓଡିଶା ଆସିଥିଲେ ନିଷ୍ଠା ସହ ଆପଣଙ୍କ ସେବା କରିବି ବୋଲି କହିଥିଲି । ଆପଣଙ୍କ ପ୍ରଧାନସେବକ ଭଳି ଏକ ଚେଷ୍ଟା ରହିଛି କି କୌଣସୀ ନାଗରିକଙ୍କର କିଛି ଅଭାବ ରହିବନି । ଜନତା ଯେଭଳି ଭାବେ ମୋତେ ସମର୍ଥନ କରିଛନ୍ତି, ଦିଗ ଦେଖାଇଛନ୍ତି, ବିରୋଧୀଙ୍କ ମୁକାବିଲା କରିଛନ୍ତି ଏଥିପାଇଁ ଆପଣଙ୍କ ନିକଟରେ କୃତଜ୍ଞ । ଓଡିଶାର ଭାଇଭଉଣୀ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି । ଯଦି ବିଜେପି ସରକାରର ୫ ବର୍ଷର ସଫଳତାର କେହି ହକଦାର ରହେ ତେବେ ସେ ହେଉଛନ୍ତି ଭାରତୀୟ ଜବତା, ମତଦାତା, ଓଡିଶାବାସୀ ମଧ୍ୟ ଅଟନ୍ତି ।
ମୋଦୀ ଆହୁରି କହିଛନ୍ତି ଯେ, ସମସ୍ତେ ବିକାଶର ରାସ୍ତାରେ ଅଛନ୍ତି । ପିଲାଙ୍କୁ ପାଠ ପଢାଇଛନ୍ତି, ଯୁବକଙ୍କୁ ରୋଜଗାର, ବୃଦ୍ଧଙ୍କୁ ପେନସନ ମିଳିଛି । ଏଥିପାଇଁ ପ୍ରୟାସ ହୋଇଛି । ଗତ ୫ବର୍ଷରେ ବନ ଉତ୍ପାଦରେ ସମର୍ଥକ ମୁଲ୍ୟ ତିନିଥର ବୃଦ୍ଧି ପାଇଛି । ପୂର୍ବରୁ ମାତ୍ର ୧୦ଟି ବନଜାତ ଉପରେ ଏମଏସପି ମିଳୁଥିଲା । ଏବେ ଏହା ଶହେରେ ପହଁଚିଛି । ଓଡିଶାର ବିକାଶ ପାଇଁ ରାସ୍ତା, ରେଳ, ଗ୍ୟାସ ସମସ୍ତ ଉଦ୍ୟୋଗ ସହ ଜଡିତ କାମ ହୋଇଛି । ପରେଳବାଇରେ ଏଠାରେ ଅଦ୍ଭୁତପୂର୍ବ କାମ ହୋଇଛି, ରାୟଗଡାରେ ରେଳ ଡିଭିଜନ ହୋଇଛି, ନବରଙ୍ଗପୁର- ମାଲକାନଗିରି ରେଳଲାଇନରେ ବିସ୍ତାର ହୋଇଛି । ଟଙ୍କାର କିଛି ଅଭାବ ନାହିଁ । ମହିଳା, ଯୁବକଙ୍କୁ ରୋଜଗାର ମିଳିଛି । ମୁଦ୍ରା ଯୋଜନାରେ ସଶକ୍ତ କରାଯାଇଛି । ଓଡିଶା ମାଟିରୁ ଦେଶର ବୈଜ୍ଞାନିକଙ୍କୁ ସଫଳତା ମିଳିଛି । ଯେତେବେଳେ ବିରୋଧୀ ସେନା, ବୈଜ୍ଞାନିକଙ୍କୁ ନିଚା ଦେଖାଉଛନ୍ତି ଜନତା ସେମାନଙ୍କ ମୁହଁ ବନ୍ଦ କରିଛନ୍ତି । ପୂର୍ବରୁ ଓଡିଶା ଏପରି ଏକ ଐତିହାସିକ ଉପଲବ୍ଧିର ସାକ୍ଷୀ ରହିଛି ଯେ ସାରା ବିଶ୍ୱକୁ ଭାରତର ସାମର୍ଥ୍ୟ ସହ ପରିଚିତ କରିଛି । ଅନ୍ତରୀକ୍ଷରେ ଭାରତ ସଫଳ ହୋଇଛି । ଏହା ଭାରତର ଆତ୍ମବିଶ୍ୱାସ । ସାରା ଦେଶ ଏଥି ପାଇଁ ଗର୍ବ କରୁଛି । ଅନେକ ଲୋକଙ୍କୁ ଭାରତର ଏହି ଉପଲବ୍ଧି ଛୋଟ ନଜର ଆଶୁଛି । ୬୦ ଦଶକରୁ ଗରିବଙ୍କ ସହ ବେଇମାନ କରୁଥିବା ଲୋକ ଏତେ ଡରିଯାଇଛନ୍ତି କି ଦେଶର ବୈଜ୍ଞାନିକ, ସେନାଙ୍କ ସାମର୍ଥ୍ୟକୁ ନିନ୍ଦା କରୁଛନ୍ତି । ଏମାନଙ୍କୁ ଦଣ୍ଡ ମିଳିବା ଦରକାର । ଭାରତ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କଲେ ବିରୋଧୀ ଏହାର ପ୍ରମାଣ ମାଗୁଛନ୍ତି । ଗୋଟିଏ ମାସ ହୋଇଗଲା ପାକିସ୍ତାନ ଶବ ଗଣୁଛି କିନ୍ତୁ ବିରୋଧୀ ପ୍ରମାଣ ମାଗୁଛନ୍ତି । ଭୋଟ ଦେବା ପାଇଁ ଗଲାବେଳେ ଆତଙ୍କବାଦୀଙ୍କୁ ଆକ୍ରମଣ କରିଥିବା ସରକାର ଦରକାର ନା ସେମାନଙ୍କୁ ଡରୁଥିବା ସରକାର, ନିଷ୍ପତି ନେଉଥିବା ସରକାର ଦରକାର ବୋଲି ମୋଦୀ ଜନତାଙ୍କୁ ପ୍ରଶ୍ନ କରିଛନ୍ତି ।
। ଭୋଟରେ ବିଜେପିକୁ ଭୋଟ ଦିଅନ୍ତୁ । ବିଜେପି ହିଁ ରାଜ୍ୟର ବିକାଶ କରିପାରିବ । ଏହା ଆପଣଙ୍କ ଚୌକିଦାର କରିବ । ଥରଟେ ସୁଯୋଗ ଦେଇ ଦେଖାନ୍ତୁ । ଯେତେବେଳେ ଆମେ ଏବଂ ଆପଣ ମିଶି ସଜାଗ ରହିବୁ ସମସ୍ତ ଭ୍ରଷ୍ଟାଚାରୀ ଡରିବେ । ଏହି କାମ ପାଇଁ ମୋଦୀ ଆପଣଙ୍କ ସହ ରହିଛନ୍ତି । ଏନଡିଏ ସରକାରରେ ବିହାର, ୟୁପିରେ ଅନେକ ବିକାଶମୂଳକ କାର‌୍ୟ୍ୟ ହେଉଛି, ବିଜେପି ସରକାର ଥିଲେ ଏଠାରେ ମଧ୍ୟ ହୋଇଥାନ୍ତା । ଚଳିତ ଥର ଏହା ସମ୍ଭବ ହେବ । ଏଠାକାର ସରକାର ଜନତାଙ୍କୁ ପକେଟରେ ରଖିଥିବା ଭାବୁଛନ୍ତି । ସେମାନଙ୍କୁ ଝଟକା ଦେବା ଦରକାରା । ବିଜେପିର ଡବଲ ଇଞ୍ଜିନ ଓଡିଶାକୁ ଆଗକୁ ନେବ । ଏହାସହ ମୋଦୀ ଜୟ ଜଗନ୍ନାଥ କହି ଭାଷଣ ଶେଷ କରିଥିଲେ ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions